ନୂଆଦିଲ୍ଲୀ: ପ୍ରାୟତଃ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏକ ଛୋଟ ମୋଟ କଥାକୁ ନେଇ ଝଗଡା ହୋଇଥାଏ । ବେଳେବେଳେ ଏହି ଝଗଡା ଡିଭୋର୍ସ ବା ଛାଡପତ୍ର ପର୍ଯ୍ୟନ୍ତ ଚାଲିଆସେ । ଭାରତରେ ଛାଡପତ୍ର ଏକ ସାଧାରଣ କଥା ହୋଇଗଲାଣି । ବିବାହର ପବିତ୍ର ବନ୍ଧନକୁ ଭାଙ୍ଗିବା ପାଇଁ ଏପରି କରାଯିବା ଉଚିତ୍ ନୁହେଁ । ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି ଭୁଲ ବୁଝାମଣା ହେଉଛି, ଆଉ ପ୍ରତ୍ୟେକ ଦିନ ଘରେ ଆଉ ଉଭୟଙ୍କ ଜୀବନରେ ଅଶାନ୍ତି ଲାଗି ରହୁଛି, ତେବେ ଏହା ରାସ୍ତାହିଁ ଏକମାତ୍ର ବିକଳ୍ପ ଥାଏ ।
ଭାରତରେ ଛାଡପତ୍ର ଦୁଇଟି ଉପାୟରେ ଦିଆଯାଇଥାଏ । ପ୍ରଥମତଃ ପାରସ୍ପରିକ ସହମତି ଅନୁଯାୟୀ ଏବଂ ଦ୍ୱିତୀୟଟି ହେଉଛି କେବଳ ଜଣେ ସ୍ୱାମୀ କିମ୍ବା ସ୍ତ୍ରୀ ମଧ୍ୟରୁ ଜମେ ଛାଡପତ୍ର ଦେବାକୁ ଚାହାଁନ୍ତି । ପାରସ୍ପରିକ ସମ୍ମତି ଦ୍ୱାରା ଦେଶରେ ଛାଡପତ୍ର ବହୁତ ସହଜ ଅଟେ । ଯେତେବେଳେ ଛାଡପତ୍ର କଥା ଆସେ, ରକ୍ଷଣାବେକ୍ଷଣ ଭତ୍ତା ଏବଂ ଶିଶୁଙ୍କ ସୁରକ୍ଷା କଥା ଉଠେ । ଆଉ ରକ୍ଷଣାବେକ୍ଷଣ ଭତ୍ତାର ସୀମା ସ୍ଥିର ହୋଇନଥାଏ, ଏହାକୁ ସ୍ୱାମୀ ଏବଂ ସ୍ତ୍ରୀ ମିଶି ଏହା ସ୍ଥିର କରିଥାନ୍ତି । ଏହି ପରିପ୍ରେକ୍ଷୀରେ ସ୍ୱାମୀଙ୍କ ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି କୋର୍ଟ ନିଷ୍ପତ୍ତି ନେଇଥାନ୍ତି । ଯଦି କୋର୍ଟ ଅନୁଭବ କରନ୍ତି ଯେ, ସ୍ୱାମୀଙ୍କ ଆର୍ଥିକ ଅବସ୍ଥା ଭଲ, ତେବେ ସ୍ତ୍ରୀ ଅଧିକ ଭତ୍ତା
ପାଇବେ।
ଏଥି ସହିତ, ଛାଡପତ୍ରରେ ଶିଶୁ ସୁରକ୍ଷା ଏକ ବଡ ସମସ୍ୟା ବୋଲି ପ୍ରମାଣିତ କରେ । ଛାଡପତ୍ର ପରେ ଯଦି ସ୍ୱାମୀ ସ୍ତ୍ରୀଙ୍କ ସମ୍ମତି ଥାଏ, ତେବେ ଉଭୟ ପିଲାମାନଙ୍କର ଯତ୍ନ ନେଇପାରିବେ । ଭାରତରେ ଏହି ନିୟମ ରହିଛିଯେ, ଯଦି ଶିଶୁର ବୟସ 7 ବର୍ଷରୁ କମ୍, ତେବେ ପିଲାଟି ମା’ଙ୍କୁ ଦିଆଯାଇଥିବାବେଳେ ଯଦି ପିଲାଟିର ବୟସ 7 ବର୍ଷରୁ ଅଧିକ, ତେବେ ଏହା ପିତାଙ୍କୁ ଦିଆଯାଇଥାଏ। ତେବେ ଏଥିରେ ଏକ ବ୍ୟବସ୍ଥା ମଧ୍ୟ ଅଛି ଯେ ଯଦି ପିତା କୋର୍ଟରେ ପ୍ରମାଣ କରନ୍ତି ମା’ଙ୍କ ଅପେକ୍ଷା ଭଲ ଯତ୍ନ ନେଇ ପାରିବେ, ଏହା ସ୍ତତ୍ବେ କୋର୍ଟ ମଧ୍ୟ 7 ବର୍ଷରୁ କମ ପିଲାମାନଙ୍କୁ ମା’ଙ୍କ ପାଖରେ ରହିବାର ଅନୁମତି ମିଳିଥାଏ ।
ପାରସ୍ପରିକ ସମ୍ମତି ଛାଡପତ୍ର
ଯଦି ସ୍ୱାମୀ-ସ୍ତ୍ରୀ ପାରସ୍ପରିକ ଚୁକ୍ତି ଦ୍ୱାରା ଛାଡପତ୍ର ଦେବାକୁ ଚାହାଁନ୍ତି, ତେବେ ଏକ ସର୍ତ୍ତ ଅଛି ଯେ ଉଭୟେ ଏକ ବର୍ଷ ପାଇଁ ଅଲଗା ହୋଇ ରହୁଛନ୍ତି । ଏହା ବ୍ୟତୀତ ଉଭୟଙ୍କୁ କୋର୍ଟରେ ଏକ ପିଏଲ ଦାଖଲ କରିବାକୁ ପଡିବ ଯାହାକୁ ଆମେ ପାରସ୍ପରିକ ସହମତି ଅନୁଯାୟୀ ଛାଡପତ୍ର ଦେବାକୁ ଚାହୁଁଛୁ । ଏକାସାଙ୍ଗରେ, କୋର୍ଟ ଉଭୟଙ୍କ ଆଗ୍ରହକୁ ରେକର୍ଡ କରନ୍ତି ଏବଂ ସେମାନଙ୍କୁ ଦସ୍ତଖତ କରିବାକୁ କୁହନ୍ତି । ଏହା ପରେ ଉଭୟ ସମ୍ପର୍କକୁ ବଞ୍ଚାଇବାକୁ ବିଚାର କରିବାକୁ କୋର୍ଟ 6 ମାସ ସମୟ ଦେଇଥାନ୍ତି । ଯେତେବେଳେ 6 ମାସ ସମାପ୍ତ ହେବ ଏବଂ ଉଭୟଙ୍କ ମଧ୍ୟରେ କୌଣସି ଭଲ ସମ୍ପର୍କ ହୋଇନଥାଏ, ତେବେ କୋର୍ଟ ଏହାର ଅନ୍ତିମ ରାୟ ଦେଇଥାନ୍ତି ।
ପାରସ୍ପରିକ ସମ୍ମତି ବ୍ୟତୀତ ଛାଡପତ୍ର ଅନ୍ୟ ଉପାୟରେ କରାଯାଇପାରେ । ଏଥିରେ ଯଦି ସ୍ୱାମୀ କିମ୍ବା ସ୍ତ୍ରୀ ଉଭୟଙ୍କଠାରୁ ଛାଡପତ୍ର ପାଇବାକୁ ଚାହାଁନ୍ତି, ତେବେ ସେମାନେ କାହିଁକି ଛାଡପତ୍ର ଦେବାକୁ ଚାହୁଁଛନ୍ତି ତାହା ପ୍ରମାଣ କରିବାକୁ ପଡିବ। ଏହା ପଛରେ ଅନେକ କାରଣ ଥାଇପାରେ, ଯେପରିକି ଶାରୀରିକ, ମାନସିକ ନିର୍ଯାତନା, ପ୍ରତାରଣା, ମାନସିକ ସ୍ଥିତି ଠିକ ନଥିବା ଓ ନପୁସଂକ ଭଳି ଗୁରୁତର ମାମଲାରେ ଛାଡପତ୍ର ଆବେଦନ କରିବାପିରବେ । ଏହା ପରେ, ଅଭିଯୋଗ ଅନୁଯାୟୀ, ସେସବୁକୁ କୋର୍ଟରେ ପ୍ରମାଣିତ ହେବାକୁ ପଡ଼ିବ ।
ଏକ ମାମଲା ଲଢିବା ପରେ କିପରି ଛାଡପତ୍ର ହେବ ?
ଏହି ପରିପ୍ରେକ୍ଷୀରେ, ପାର୍ଟନର କେଉଁ ଆଧାରରେ ଛାଡପତ୍ର ପାଇବାକୁ ଚାହୁଁଛନ୍ତି ତାହା ସ୍ଥିର କରିବାକୁ ପଡିବ। କେଉଁ ଆଧାରରେ ଛାଡପତ୍ର ନିଆଯିବ ତାହା ଉପରେ ଦୃଢ ପ୍ରମାଣ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ପରେ ସମସ୍ତ ପ୍ରମାଣ କୋର୍ଟରେ ଆବେଦନ କରି ଦାଖଲ କରିବାକୁ ପଡିବ। ଆବେଦନ ପରେ କୋର୍ଟ ଅନ୍ୟ ସହଯୋଗୀଙ୍କୁ ନୋଟିସ ପଠାଇବେ। ନୋଟିସ ପରେ ଯଦି ପାର୍ଟନର କୋର୍ଟରେ ପହଞ୍ଚନ୍ତି ନଥାଏ, ତେବେ ଛାଡପତ୍ର ଆବେଦନ କରିଥିବା ପାର୍ଟନରର କାଗଜପତ୍ର ଅନୁଯାୟୀ ତାଙ୍କ ପକ୍ଷରେ ଏକ ରାୟ ଶୁଣାଯାଇଥାଏ ।
ଏଥି ସହିତ, ଯଦି ନୋଟିସ ପରେ ପାର୍ଟନର କୋର୍ଟରେ ପହଞ୍ଚନ୍ତି, ତେବେ ଉଭୟ ଶୁଣାଣି କରିବେ ଏବଂ ବୁଝାମଣା ଦ୍ବାରା ଏହାର ସମାଧାନ ହେବ ବୋଲି ବିଚାର କରାଯାଇଛି । ଯଦି ବୁଝିମଣାପତ୍ର ଦ୍ୱାରା ଏହି ସମସ୍ୟାର ସମାଧାନ ନହୁଏ, ତେବେ କେସ କରିଥିବା ପାର୍ଟନର କୋର୍ଟରେ ଅନ୍ୟ ପାର୍ଟନରଙ୍କ ବିରୋଧରେ ଏକ ପିଟିସନ ଦାଖଲ କରିବେ । ଲିଖିତ ବିବୃତ୍ତି 30 ରୁ 90 ଦିନ ମଧ୍ୟରେ ହେବା ଉଚିତ । ବିବୃତ୍ତି ପରେ କୋର୍ଟ ଅଧିକ ପ୍ରକ୍ରିୟା ଉପରେ ବିଚାର କରନ୍ତି । ଏହା ପରେ କୋର୍ଟ ଉଭୟ ପକ୍ଷର ଶୁଣାଣି କରିବା ପରେ ସେମାନଙ୍କ ଦ୍ବାରା ଉପସ୍ଥାପିତ ପ୍ରମାଣ ଏବଂ ଦଲିଲଗୁଡ଼ିକୁ ପୁନର୍ବାର ଦେଖିବା ପରେ ଏହାର ରାୟ ପ୍ରଦାନ କରିଥାନ୍ତି ଏବଂ ଏହା ବହୁ ସମୟ ଧରି ଚାଲିଥାଏ ।
ଛାଡପତ୍ର ପାଇଁ କାରଣ ରହିବା ଆବଶ୍ୟକ
ଆମ ଦେଶରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ବିବାଦ ଆଧାରରେ ଛାଡପତ୍ରର କୌଣସି ନିୟମ ନାହିଁ। ଛାଡପତ୍ର ପାଇଁ ଉଭୟଙ୍କୁ ପାରସ୍ପରିକ ସହମତି ଅନୁଯାୟୀ ଛାଡପତ୍ର ପାଇଁ ଆବେଦନ କରିବାକୁ ପଡିବ । କିମ୍ବା ହିନ୍ଦୁ ବିବାହ ଆଇନରେ ଦିଆଯାଇଥିବା କୌଣସି କାରଣକୁ ପ୍ରମାଣ କରି ଆପଣ ଛାଡପତ୍ର ପାଇଁ ଆବେଦନ କରିପାରିବେ । ବର୍ତ୍ତମାନ ସଂସଦରେ ଏକ ବିଲ ବିଚାରାଧୀନ ଅଛି, ଯଦି ଏହା ସଂସଦରେ ପାରିତ ହୁଏ, ତେବେ ଛାଡପତ୍ର ପାଇବା ପାଇଁ ସ୍ୱାମୀ-ସ୍ତ୍ରୀଙ୍କର କୌଣସି ଆଧାର ଆବଶ୍ୟକ ହେବ ନାହିଁ ।