ନୂଆଦିଲ୍ଲୀ: ଯଦି ମଧ୍ୟପ୍ରଦେଶରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ନିଜ ଘରୁ ସାନିଟାଇଜର, ମାସ୍କ, ଚାଦର ନେଇ ନାହାଁନ୍ତି, ତେବେ ସେମାନଙ୍କୁ ଚିନ୍ତା କରିବାର ବଶ୍ୟକତା ନାହିଁ । କାରଣ ଏହା ବର୍ତ୍ତମାନ ରେଳ ଷ୍ଟେସନରେ ସହଜରେ ଉପଲବ୍ଧ ହେବ । ପଶ୍ଚିମ-କେନ୍ଦ୍ରୀୟ ରେଳ, ମଧ୍ୟପ୍ରଦେଶର ଜବଲପୁର ଷ୍ଟେସନରେ COVID-19 ସୁରକ୍ଷା କେନ୍ଦ୍ର ଆରମ୍ଭ କରିଛି । ଖୁବ୍ ଶୀଘ୍ର ଏହି କେନ୍ଦ୍ରଗୁଡିକ ଅନ୍ୟ ଷ୍ଟେସନରେ ମଧ୍ୟ ଆରମ୍ଭ ହେବ ।
ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳବାଇ 50 ଟଙ୍କା ମୂଲ୍ୟର ଏକ ସ୍ୱତନ୍ତ୍ର ବ୍ୟବହାର ଯୋଗ୍ୟ ପ୍ୟାକ୍ ପ୍ରସ୍ତୁତ କରିଛି । ଏହି ପ୍ୟାକରେ ଯାତ୍ରୀମାନେ ଏକ ବେଡ୍ ସିଟ୍, ନାପକିନ୍, ତକିଆ, ସାନିଟାଇଜର ଏବଂ ମାସ୍କ ପାଇବେ । ଏହା ବ୍ୟତୀତ ଏହି କେନ୍ଦ୍ରରେ 10 ଟଙ୍କାରେ ଏକ ମାସ୍କ ଏବଂ 15 ଟଙ୍କାରେ ଗୋଚିଏ ସାନିଟାଇଜର ଉପଲବ୍ଧ । ରେଳ ଚଳାଚଳ ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳବାଇ ଏହି ନୂତନ ପଦକ୍ଷେପ ନେଇଛି ବୋଲି ପଶ୍ଚିମ କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ପ୍ରିୟଙ୍କା ଦୀକ୍ଷିତ କହିଛନ୍ତି ।
କରୋନାଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଯାତ୍ରୀମାନେ ଏହି କେନ୍ଦ୍ରରୁ ମାତ୍ର 600 ଟଙ୍କା ମୂଲ୍ୟରେ ଏକ PPE କିଟ୍ କିଣି ପିନ୍ଧି ଟ୍ରେନରେ ଯାତ୍ରା କରିପାରିବେ । ଷ୍ଟେସନରେ ମାତ୍ର 10 ଟଙ୍କାରେ ଲଗେଜ୍ ପରିମଳ କରିବା ପାଇଁ ଯାତ୍ରୀମାନଙ୍କୁ ମଧ୍ୟ ସୁବିଧା ଯୋଗାଇ ଦିଆଯାଉଛି।