ETV Bharat / bharat

କୋରୋନା ମେଡିକାଲ ଉପରେ ନଜର ରଖିବାକୁ ଦଳ ଗଠନ କଲେ ପଶ୍ଚିମବଙ୍ଗ ସରକାର - ପଶ୍ଚିମବଙ୍ଗ ସରକାର

ଗତ ଶନିବାର ପଶ୍ଚିମବଙ୍ଗ ସରକାର କୋଲକାତାରେ କୋରୋନା ରୋଗୀଙ୍କ ଚିକିତ୍ସା କରୁଥିବା ପାଞ୍ଚଟି ମେଡିକାଲର ମନିଟରିଂ ଏବଂ ଚିକିତ୍ସା ପ୍ରୋଟୋକଲ ଉପରେ ନଜର ରଖିବା ପାଇଁ ଏକ ଦଳ ଗଠନ କରିଛନ୍ତି ।

_medical
କୋରୋନା ମେଡିକାଲ ଉପରେ ନଜର ରଖିବାକୁ ଦଳ ଗଠନ କଲେ ପଶ୍ଚିମବଙ୍ଗ ସରକାର
author img

By

Published : May 10, 2020, 4:25 PM IST

କୋଲକାତା: କୋରୋନା ରୋଗୀଙ୍କ ଚିକିତ୍ସା କରୁଥିବା ମେଡିକାଲ ଉପରେ ନଜର ରଖିବାକୁ ଏକ ଦଳ ଗଠନ କରିଛନ୍ତି ପଶ୍ଚିମବଙ୍ଗ ସରକାର । ଗତ ଶନିବାର ପଶ୍ଚିମବଙ୍ଗ ସରକାର କୋଲକାତାରେ କୋରୋନା ରୋଗୀଙ୍କ ଚିକିତ୍ସା କରୁଥିବା ପାଞ୍ଚଟି ମେଡିକାଲର ମନିଟରିଂ ଏବଂ ଚିକିତ୍ସା ପ୍ରୋଟୋକଲ ଉପରେ ନଜର ରଖିବା ପାଇଁ ଏକ ଦଳ ଗଠନ କରିଛନ୍ତି ।

ତେବେ ପ୍ରତ୍ୟେକ ମେଡିକାଲକୁ ଗୋଟିଏ ଲେଖାଏଁ ଦଳ ନିୟୋଜିତ କରାଯାଇଛି । ତେବେ କୋଲକାତାର ଏମଆର ବାଙ୍ଗୁର ହସ୍ପିଟାଲ, ଟଲିଗୁଞ୍ଜ, ଆଇଡି ଆଣ୍ଡ ବିଜି ହସ୍ପିଟାଲ, ସିଏନସିଆଇ ସେକଣ୍ଡ କ୍ୟାମ୍ପସ ରାଜାରହାଟ, ଏଏମଆରଆଇ ସଲ୍ଟ ଲେକ୍ ଆଣ୍ଡ ଡେସୁନ ହସ୍ପିଟାଲ ଏବଂ ମେଡିକାଲ କଲେଜ କୋଲକାତାକୁ ଗୋଟିଏ ଲେଖାଏଁ ଦଳ ନିୟୋଜିତ କରାଯାଇଛି।

ତେବେ ଏହି ଦଳ ନିୟମିତ ମେଡିକାଲକୁ ଯାଇ ମନିଟରିଂ ଏବଂ ଷ୍ଟ୍ରିମଲାଇନ କ୍ଲିନିକାଲ୍ ପରିଚାଳନା କରିବ । ଏହାପରେ ଏହି ଦଳ ରିପୋର୍ଟକୁ ରାଜ୍ୟ ମେଡିକାଲ ଶିକ୍ଷା ନିର୍ଦ୍ଦେଶାଳୟରେ ଦାଖଲ କରିବେ। ପ୍ରକାଶ ଥାଉକି, ବର୍ତ୍ତମାନ ସୁଦ୍ଧା ପଶ୍ଚିମବଙ୍ଗରେ 1786 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.