ETV Bharat / bharat

କୋରୋନା ମୃତକଙ୍କୁ ଶେଷସମ୍ମାନ ଜଣାଇବେ ସଂପର୍କୀୟ, ପଶ୍ଚିମବଙ୍ଗ ସରକାର ଦେଲେ ଅନୁମତି

author img

By

Published : Jun 7, 2020, 2:37 PM IST

ପଶ୍ଚିମବଙ୍ଗରେ COVID-19 କାରଣରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ମୃତଦେହ ଦେଖିବା ସହ ଶେଷସମ୍ମାନ ଜଣାଇବାକୁ ଅନୁମତି ଦିଆଯିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ଅଧିକ ପଢନ୍ତୁ...

କୋରୋନା ମୃତକଙ୍କୁ ଶେଷସମ୍ମାନ ଜଣାଇବେ ସଂପର୍କୀୟ

କୋଲକାତା: ପଶ୍ଚିମବଙ୍ଗରେ COVID-19 କାରଣରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ମୃତଦେହ ଦେଖିବା ସହ ଶେଷସମ୍ମାନ ଜଣାଇବାକୁ ଅନୁମତି ଦିଆଯିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି, ‘କୋରୋନା ରୋଗୀଙ୍କ ମୃତ୍ୟୁ ପରେ ମୃତଦେହକୁ 30 ମିନିଟ ପାଇଁ ଏକ ଉପଯୁକ୍ତ ସ୍ଥାନରେ ରଖାଯିବ । ସେହି ସମୟର ମଧ୍ୟରେ ପରିବାର ସଦସ୍ୟଙ୍କୁ ଶେଷ ସମ୍ମାନ ଜଣାଇବାକୁ ଅନୁମତି ଦିଆଯିବ ।’

ଯଦି ଜଣେ ରୋଗୀର ମୃତ୍ୟୁ ହୁଏ, ତେବେ ଡାକ୍ତରଖାନାରେ ମୃତ୍ୟୁର ଏକ ଘଣ୍ଟା ମଧ୍ୟରେ ପରିବାର ସଦସ୍ୟଙ୍କୁ ଅବଗତ କରାଯିବ । ମୃତ ଦେହକୁ ଏକ ସ୍ବଚ୍ଛ ଆବରଣରେ ରଖାଯିବ ଫଳରେ ପରିବାର ଲୋକେ ଶେଷଦର୍ଶନ କରିପାରିବେ । ତେବେ ଶେଷ ରୀତିନୀତି ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ବାରା କରାଯିବ ବୋଲି କୁହାଯାଇଛି ।

ମୃତଦେହ ଦେଖିବାକୁ ପରିବାର ସଦସ୍ୟଙ୍କୁ ସମ୍ପୃକ୍ତ ଡାକ୍ତରଖାନା ପକ୍ଷରୁ ମାସ୍କ ଓ ଗ୍ଲୋଭସ୍ ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

COVID-19ରେ ପୀଡିତ ରୋଗୀଙ୍କ ମୃତଦେହକୁ ଶେଷକୃତ୍ୟ ସମ୍ମାନ ସହ କରାଯାଇ ନଥିବା କୋଲକାତା ହାଇକୋର୍ଟରେ ଅଭିଯୋଗ ପରେ କୋର୍ଟ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.