ETV Bharat / bharat

ରାଜ୍ୟପାଳ ଧନକରଙ୍କ ଚେତାବନୀ, ନିଆଁରେ ନ ଖେଳନ୍ତୁ ମୁଖ୍ୟମନ୍ତ୍ରୀ ମମତା - ପଶ୍ଚିମବଙ୍ଗ ରାଜ୍ୟପାଳ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚେତାବନୀ ଦେଇଛନ୍ତି ରାଜ୍ୟପାଳ ଜଗଦୀପ ଧନକର । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଆଁ ସହ ନଖେଳି ତୁରନ୍ତ କ୍ଷମା ପ୍ରାର୍ଥନା କରିବା ଦରକାର ବୋଲି କହିଛନ୍ତି ରାଜ୍ୟପାଳ । ଅଧିକ ପଢନ୍ତୁ...

ରାଜ୍ୟପାଳ ଧନକରଙ୍କ ଚେତାବନୀ, ନିଆଁରେ ନଖେଳନ୍ତୁ ମୁଖ୍ୟମନ୍ତ୍ରୀ ମମତା

author img

By

Published : Dec 11, 2020, 4:36 PM IST

କୋଲକାତା: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗାଡି ଉପରେ ଆକ୍ରମଣ କରିଥିଲେ ତୃଣମୂଳ କଂଗ୍ରେସର ସମର୍ଥକ । ସମ୍ପୂର୍ଣ୍ଣ ଘଟଣାକୁ ନେଇ ରାଜ୍ୟର ରାଜନୀତି ଏବେ ସରଗରମ ରହିଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚେତାବନୀ ଦେଇଛନ୍ତି ରାଜ୍ୟପାଳ ଜଗଦୀପ ଧନକର ।

ରାଜ୍ୟପାଳ କଡା ଶବ୍ଦରେ ପ୍ରତିକ୍ରିୟା ଦେଇଛନ୍ତି, ପଶ୍ଚିମବଙ୍ଗରେ ସମ୍ବିଧାନର ମର୍ଯ୍ୟାଦା ଭଙ୍ଗ ହେଉଛି । ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଆଁ ସହ ନଖେଳି ତୁରନ୍ତ କ୍ଷମା ପ୍ରାର୍ଥନା କରିବା ଦରକାର ବୋଲି କହିଛନ୍ତି ରାଜ୍ୟପାଳ ।

ରାଜ୍ୟପାଳ ଆହୁରି ମଧ୍ୟ କହିଛନ୍ତି, ଗରୁବାର ହୋଇଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଏହା ଆମ ଗଣତନ୍ତ୍ର ଉପରେ ଏକ କଳା ଦାଗ । ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ । ସିଏମ ସମ୍ବିଧାନର ପାଳନ କରନ୍ତୁ । ତେବେ ଯଦି ସମ୍ବିଧାନର ପାଳନ ନହୁଏ, ତାହେଲେ ମୋ ଭୂମିକା ଆରମ୍ଭ ହେବ ବୋଲି କହିଛନ୍ତି ରାଜ୍ୟପାଳ ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗଡ ଦଖଲ ଲକ୍ଷ୍ୟରେ ପଶ୍ଚିମବଙ୍ଗ ଗସ୍ତରେ ଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହାରି ମଧ୍ୟରେ ରାଜ୍ୟରେ ବିଜେରି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗାଡି ଉପରେ ହୋଇଥିଲା ଆକ୍ରମଣ । ଆଉ ଏହି ଆକ୍ରମଣକୁ ସମବୁ ମହଲରେ ତୀବ୍ର ନିନ୍ଦା କରାଯାଉଛି । ଏହା ଉପରେ ରାଜ୍ୟର ଡିଜିପିକୁ ରିପୋର୍ଟ ମାଗିଛନ୍ତି କେନ୍ଦ୍ର ଗୃହମନ୍ତ୍ରଣାଳୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.