ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀ । ଆଜି ସେ ମୋଦିଙ୍କୁ ଭେଟିବା ନେଇ ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ 9-10 ତାରିଖ କିମ୍ବା 14-15 ତାରିଖରେ ସ୍ଥିର କରିଥିଲେ ।
ଦ୍ବିତୀୟ ଥର ମୋଦି ଫେରିଲେ ଶାସନକୁ । ପୁଣି ଥରେ ଗ୍ରହଣ କଲେ ଶପଥ । ହେଲେ ମୋଦିଙ୍କ ଶପଥଗ୍ରହଣ ସମୟରେ ମଧ୍ୟ ଶୁଭେଚ୍ଛା ଜଣାଇନଥିଲେ ରାଜ୍ୟପାଳ । ତେଣୁ ସେ ନିଜେ ମୋଦିଙ୍କୁ ଭେଟି ଶୁଭେଚ୍ଛା ଦେଇଛନ୍ତି ।