କୋଲକାତା: ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ସୋମେନ ମିତ୍ରଙ୍କ ଦେହାନ୍ତ । କୋଲକାତାର ଏକ ହସ୍ପିଟାଲରେ 78 ବର୍ଷରେ ପରଲୋକ । ପଶ୍ଚିମବଙ୍ଗ ଯୁବ କଂଗ୍ରେସ ପକ୍ଷରୁ ସୂଚନା ।
ସୂଚନା ଅନୁସାରେ, ସୋମେନ ଚଳିତ ମାସରେ ଜକୃତ ଓ ହୃଦରୋଗରେ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଜି ରାତି 1.30ରେ ତାଙ୍କର ହୃଦଘାତରେ ଦେହାନ୍ତ ହୋଇଛି ।
ସୋମେନ ମିତ୍ର 1972 ମସିହାରୁ 2006 ମସିହା ପର୍ଯ୍ୟନ୍ତ ସିଲଦାହ ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ଲଗାତାର ନିର୍ବାଚିତ ହୋଇଥିଲେ । ତେବେ ସେ 2018 ମସିହାରେ ପଶ୍ଚିମବଙ୍ଗ ପିସିସି ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।
ସେ 1970 ମସିହାରୁ ରାଜନୀତିରେ ସକ୍ରିୟ ଥିବାବେଳେ 1972 ମସିହାରେ ପ୍ରଥମ ଥର ପାଇଁ କଂଗ୍ରେସ ଟିକେଟରେ ସିଲଦାହରୁ ବିଧାୟକ ହୋଇଥିଲେ । ସେଠାରୁ ସେ ଲଗାତାର 7 ଥର ବିଧାୟକ ହୋଇଥିଲେ । ପରେ କଂଗ୍ରେସ 2008 ମସିହାରେ କଂଗ୍ରେସ ଛାଡିଥିଲେ । 2009 ରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ । ପରେ ଟିଏମସି ଟିକେଟରେ 2009 ଡାଇମଣ୍ଡ ହରବୁର ଲୋକସଭା ଆସନରୁ ଜିତି 2014 ମସିହା ପର୍ଯ୍ୟନ୍ତ ସାଂସଦ ରହିଥିଲେ ।
ପରେ ଟିଏମସିରୁ ସମ୍ପର୍କ ତୁଟାଇ 2014ରେ ପୁଣି କଂଗ୍ରେସକୁ ଫେରିଥିଲେ । ତାଙ୍କୁ ଦଳ 2018 ମସିହାରେ ପିସିସି ସଭାପତି ଦାୟିତ୍ବ ଦେଇଥିଲା ।