କୋଲକାତା : ଆସନ୍ତା ମାସ 1ରୁ ପଶ୍ଚିମବଙ୍ଗରେ ଖୋଲିବ ସମସ୍ତ ସିନେମା ହଲ । ତେବେ 50 ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ବିଟର ହ୍ୟାଣ୍ତେଲରେ ସ୍ପଷ୍ଟ କରିଛନ୍ତି । ଦୀର୍ଘ 6 ମାସ ପରେ ସିନେମା ହଲ ଖୋଲିବା ନେଇ ଦର୍ଶକଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।ସିନେମା ହଲରେ କୋଭିଡ ଗାଇଡ ଲାଇନ ମାନି ହଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମଞ୍ଚ ନାଟକ, ଡ୍ରାମା ଓ ସଙ୍ଗୀତ ଭିର୍ତ୍ତିକ କାର୍ଯ୍ୟକ୍ରମ ଚାଲିବା ପାଇଁ ଖୁବଶିଘ୍ର ଅନୁମତି ଦିଆଯିବ । ମଲଟିପ୍ଲେକ୍ସ ଓ ସିଙ୍ଗଲ ସ୍କ୍ରିନ ମାଲିକ ମାନେ ଯୁକ୍ତି କରିଥିଲେ ଯେ, ଯଦି ରାଜ୍ୟରେ ମଲ ଓ ବିମାନ ସେବା ଆରମ୍ଭ ହେଉଛି ତେବେ ସିନେମା ହଲ ଖୋଲିବାରେ ଅସୁବିଧା କଣ ରହିଛି ବୋଲି ସରକାରଙ୍କୁ ପ୍ରଶ୍ନ କରିଥିଲେ ।
@ IANS