ETV Bharat / bharat

ମୁର୍ଶିଦାବାଦରେ ସିଏଏ ହିଂସା: 2 ମୃତ, 5 ଗୁରୁତର

author img

By

Published : Jan 29, 2020, 5:43 PM IST

ନାଗରିକତା ସଂଶୋଧନ ଆଇନ ବା ସିଏଏ ଓ ଜାତୀୟ ନାଗରିକତା ରେଜିଷ୍ଟ୍ରର ବା ଏନଆରସିକୁ ନେଇ ପଶ୍ଚିମବଙ୍ଗରେ ପ୍ରଦର୍ଶନ ହିଂସାର ରୂପ ନେଇଛି । ଏଥିରେ 2ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 5 ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

murshidabad-violence
ଫଟୋ ସୌଜନ୍ୟ: @ANI

କୋଲକାତା: ସିଏଏକୁ ନେଇ ପଶ୍ଚିମବଙ୍ଗରେ ହିଂସା । ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକତା ରେଜିଷ୍ଟ୍ରର (ଏନଆରସି)କୁ ନେଇ ପଶ୍ଚିମବଙ୍ଗରେ ପ୍ରଦର୍ଶନ ହିଂସାର ରୂପ ନେଇଛି । ମୁର୍ଶିଦାବାଦର ଜଲାଙ୍ଗୀ ଅଞ୍ଚଳରେ ଆଜି(ବୁଧବାର) ତୃଣମୂଳ କଂଗ୍ରେସ(TMC) ନେତା ଓ ସ୍ଥାନୀୟ ଲୋକ ମୁହାଁମୁହିଁ ହେବା ଫଳରେ ଆନ୍ଦୋଳନ ହିଂସାରେ ପରିବର୍ତ୍ତିତ ହୋଇଥିଲା । ଏହି ହିଂସାରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 5 ଜଣ ଗୁରୁତର ହୋଇଛନ୍ତି ।

ମୃତ ଦୁଇ ଜଣ ହେଉଛନ୍ତି ଅନିରୁଦ୍ଧ ବିଶ୍ବାସ ଓ ମକବୁଲ ଶେଖ୍ । ସିଏଏକୁ ନେଇ ବିରୋଧ ପ୍ରଦର୍ଶନ ବେଳେ ସେଠାରେ ଥିବା ଟିଏମସି ନେତା ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ସ୍ଥାନୀୟ ଲୋକ ସିଏଏକୁ ନେଇ ପ୍ରତିବାଦ କରିବା ସହ ରାସ୍ତାରୋକ କରିଥିଲେ । ଫଳରେ ଜିଲ୍ଲା ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ରାସ୍ତା ଖାଲିବା ପାଇଁ କହିଥିଲେ । ଏହାପରେ ମାମଲା ବିଗିଡି ଯାଇଥିଲା ଓ ପରସ୍ପର ମଧ୍ୟରେ ମାରପିଟ୍ ଆରମ୍ଭ ହୋଇଯାଇଥିଲା । ପ୍ରଦର୍ଶନକାରୀଙ୍କୁ ଅଟକାଇବା ପାଇଁ ପୋଲିସ ଗୁଳିମାଡ କରିଥିଲା ।

ତେବେ ଏଯାବତ୍ କାହାକୁ ଗିରଫ କରାଯାଇ ନାହିଁ । ପଶ୍ଚିମବଙ୍ଗରେ ହିଂସାକୁ ନେଇ କଂଗ୍ରେସ ନେତା ତଥା ସାଂସଦ ଅଧିର ରଞ୍ଜନ ଚୌଧୁରୀ ଟିଏମସି ଓ ବିଜେପିକୁ ଟାର୍ଗେଟ କରିଛନ୍ତି । ଟିଏମସି କାର୍ଯ୍ୟକର୍ତ୍ତାଙ୍କ ଉପରେ ବୋମା ଓ ବନ୍ଧୁକ ନେଇ ଆକ୍ରମଣ କରିଛନ୍ତି । ଦଳର ନେତା ମଧ୍ୟ ହତ୍ୟାକାରୀ, ସେ ନାଗରିକଙ୍କ ଉପରେ ଆକ୍ରମଣ କରିଥିବା କହିଛନ୍ତି କଂଗ୍ରେସ ନେତା ।

ଏଏନଆଇ ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.