ETV Bharat / bharat

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଜାନୁଆରୀ 31 ସୁଦ୍ଧା ସରିବ କଂଗ୍ରେସ-ବାମଦଳ ଆସନ ବୁଝାମଣା - କଂଗ୍ରେସ-ବାମଦଳ ମେଣ୍ଟ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ତାତି ବଢୁଥିବାବେଳେ ଜାନୁଆରୀ 31 ସୁଦ୍ଧା ଆସନ ବୁଝାମଣା ସରିବ ବୋଲି କଂଗ୍ରେସ ଓ ବାମଦଳ ମେଣ୍ଟ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ
author img

By

Published : Jan 25, 2021, 10:44 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ମାସ କେଇଟା । ଏହା ପୂର୍ବରୁ ଚାଲିଲାଣି ଜୋରଦାର ଟକ୍କର । କିଏ ମିଶ୍ରଣ ପର୍ବ କରି ଦଳର ଶକ୍ତି ବୃଦ୍ଧି କରୁଛି, ତ କିଏ ବିକାଶ କଥା କହି ଜନତାଙ୍କୁ ଆକୃଷ୍ଟ କରୁଛି, ପୁଣି କିଏ ଏବେ ଠୁ ମେଣ୍ଟ ପାଇଁ ରାସ୍ତା ପରିଷ୍କାର କରୁଛି । ଏହାରି ଭିତରେ କଂଗ୍ରେସ ଓ ବାମ ଦଳ ମେଣ୍ଟ କରିବା ନେଇ ସ୍ଥିର ହୋଇଥିବାବେଳେ ଆସନ ବୁଝାମଣା କିଛି ମାତ୍ରାରେ ଶେଷ ହୋଇଛି ।

ଉଭୟ 2016 ବିଧାନସଭା ନିର୍ବାଚନରେ ଜିତିଥିବା ଆସନରେ ନିଜ ନିଜ ପ୍ରାର୍ଥୀ ଦେବେ ବୋଲି ନିଷ୍ପତ୍ତି ହୋଇଛି । ସେହିପରି ବାକି ଥିବା 217 ଆସନରେ କିଏ କେଉଁଠୁ ପ୍ରାର୍ଥୀ ଦେବେ ସେନେଇ ଜାନୁଆରୀ 31 ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କଂଗ୍ରେସ ପ୍ରଦେଶ କମିଟି ସଭାପତି ପ୍ରଦୀପ ଭଟ୍ଟାଚାର୍ଯ୍ୟ କହିଛନ୍ତି । କଂଗ୍ରେସ ଓ ବାମଦଳର ମିଳିତ ସାମ୍ବାଦିକ ସମ୍ମିଳନୀରେ ସେ ଏପରି କହିଛନ୍ତି ।

2016 ମସିହାରେ କଂଗ୍ରେସ ଓ ବାମଦଳ ଜିତିଥିବା 77ଟି ଆସନରେ ଜିତିଥିବା ଦଳ ପ୍ରାର୍ଥୀ ଦେବାକୁ ସ୍ଥିର ହୋଇଥିବାବେଳେ ବାକି ଆସନ ନେଇ ପ୍ରକୃତ ସଂଖ୍ୟା ଏବେ କହିହେବ ନାହିଁ ବୋଲି ପ୍ରଦୀପ କହିଛନ୍ତି । ସେହିପରି ଫେବୃଆରୀ ଶେଷ ଆଡକୁ କଂଗ୍ରେସ ଓ ବାମଦଳ ମିଳିତ ଭାବେ ଏବେ ମେଗାରାଲି କରିବେ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଉଭୟ ବିଜେପି ଓ ଟିଏମସି ଉପରେ ବର୍ଷିବା ସହ ଦୁଇ ଦଳଙ୍କ ହାତରେ ବେଙ୍ଗଲ କେବେବି ରହିବ ନାହିଁ ବୋଲି ସେ କହିଛନ୍ତି । ସୂଚନାଥାଉକି, 2016 ନିର୍ବାଚନରେ 294 ଆସନ ମଧ୍ୟରୁ କଂଗ୍ରେସ 44, ବାମଦଳ 33, ଟିଏମସି 211 ଓ ବିଜେପି 3ଟି ଆସନରେ ଜିତିଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.