ହାଇଦ୍ରାବାଦ: ଧାର୍ମିକ ଭାବନା ଅନୁସାରେ ଯାହାଙ୍କର ପୂଜା ସବୁଠାରୁ ସରଳ ହୋଇଥାଏ ସେ ହେଉଛନ୍ତି ଦେବଙ୍କର ଦେବ ମହାଦେବ । ସେ ସ୍ବଂୟ ଯେମିତି ସରଳ ସେତିକି ହିଁ ବଡ ତାଙ୍କ ସ୍ବରୂପ । ଗଳାରେ ସର୍ପ, କାନରେ ବିଛାର କୁଣ୍ଡଳ, ଶରୀରରେ ବାଘଛାଲ ଓ ଭସ୍ମ, ମୁଣ୍ଡରେ ତ୍ରିନେତ୍ର, ହାଥରେ ଡମ୍ବୁରୁ, ତ୍ରୁଶୁଳ ଏବଂ ବାହାନ ନନ୍ଦୀ । ମହାଦେବଙ୍କ ଏହି ସମସ୍ତ ଜିନିଷରୁ ଆମକୁ କିଛିନା କିଛି ଶିଖିବାକୁ ମିଳିଥାଏ।
ଗଳାରେ ସର୍ପ ଏବଂ କାନରେ କୁଣ୍ଡଳ
ଏହାର ଅର୍ଥ ଆପଣଙ୍କ ଆଖପାଖରେ କେତେବି ଖରାପ ବ୍ୟକ୍ତି ଥାଆନ୍ତୁ ନା କାହିଁକି ଯଦି ଆପଣ ଠିକ୍ ଅଛନ୍ତି ତେବେ କେହି ମଧ୍ୟ ଆପଣଙ୍କର କିଛି ଅସୁବିଧା କରିପାରିବେ ନାହିଁ।
ଶରୀରରେ ପାଉଁଶ ଏବଂ ବାଘଛାଲ
ବସ୍ତ୍ର ସର୍ବଦା ଶରୀରକୁ ଢାଙ୍କି ରଖିବା ପାଇଁ ହୋଇଥାଏ । ହେଲେ ମହଙ୍ଗା କପଡା ଆପଣଙ୍କୁ ସାଧାରଣ ଲୋକଙ୍କ ଠାରୁ ଦୂର କରିଥାଏ।
ତ୍ରୀନେତ୍ର
ଏହି ନେତ୍ରକୁ ଜ୍ଞାନ ନେତ୍ର ମଧ୍ୟ କୁହାଯାଇଥାଏ । ଆମକୁ ସର୍ବଦା ସକରାତ୍ମକ ଚିନ୍ତା କରିବା ଉଚିତ । ଏହାସହ ଆମ ଚର୍ତୁପାର୍ଶ୍ବରେ ହେଉଥିବା ନ୍ୟାୟ ଏବଂ ଅନ୍ୟାୟ ଉପରେ ନଜର ରଖିବା ଉଚିତ।
ଡମ୍ବୁର
ହାତରେ ଡମ୍ବୁରୁ ଅର୍ଥାତ ଆମ ନିଜସ୍ବ ବାଣୀ । ଶିବ ସର୍ବଦା ଡମ୍ବୁରୁ ବଜାନ୍ତି ନାହିଁ। ମାତ୍ର ସମୟ ଆସିଲେ ସେଥିରୁ ଧ୍ବନି ବାହାର କରିଥାନ୍ତି। ଏହା ଆମକୁ ଶିକ୍ଷା ଦେଇଥାଏ ଯେ, ସର୍ବଦା ପରିସ୍ଥିତି ଦେଖି କିଛି କହିବା ଉଚିତ।
ନନ୍ଦୀ ବାହାନ
ଶିବଙ୍କ ବାହାନ ବୃଷଭଙ୍କୁ ଧର୍ମର ପ୍ରତୀକ କୁହାଯାଏ। ଏହା ଆମକୁ ଶିକ୍ଷା ଦିଏ ଯେ, ସର୍ବଦା ଧର୍ମ ପଥରେ ଚାଲିବା ଆବଶ୍ୟକ।
ତ୍ରୀଶୂଳ
ଏହା ମହାଦେବଙ୍କ ଅସ୍ତ୍ର । ତ୍ରୀଶୁଳର 3ଟି କୋଣ ଭୂତ, ଭବିଷ୍ୟ ଏବଂ ବର୍ତ୍ତମାନକୁ ଦର୍ଶାଇଥାଏ । ଭଗବାନ ଶିବଙ୍କର ଏହି 3ଟି ଉପରେ ନିୟନ୍ତ୍ରଣ ଥାଏ । ଆମକୁ ସର୍ବଦା ବର୍ତ୍ତମାନରେ ବଞ୍ଚିବା ଆବଶ୍ୟକ।