ETV Bharat / bharat

ଅସହ୍ୟ ତାତିରେ ଛଟପଟ ଉତ୍ତରଭାରତ, 5 ରାଜ୍ୟକୁ ରେଡ ଆଲର୍ଟ - Red alert

ଯେତିକି ଯେତିକି ଦିନ ବଢୁଛି ଖରାର ପ୍ରକୋପ ସେତିକି ସେତିକି ବୃଦ୍ଧି ପାଇବାରେ ଲାଗିଛି । ଅନେକ ସ୍ଥାନରେ 46 ଡିଗ୍ରୀ ଉପରେ ରହୁଛି ତାପମାତ୍ରା । ଯାହାକୁ ନେଇ ରେଡ ଆଲର୍ଟ ଜାରି ହୋଇଛି । ଅଧିକ ପଢନ୍ତୁ....

ଅସହ୍ୟ ତାତିରେ ଛଟପଟ ଉତ୍ତରଭାରତ, 5 ରାଜ୍ୟକୁ ରେଡ ଆଲର୍ଟ

author img

By

Published : May 26, 2020, 9:44 AM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ମଧ୍ୟରେ ଦେଶର ଉତ୍ତାପ ମଧ୍ୟ ବୃଦ୍ଧି ପାଉଛି । ଉତ୍ତର ଭାରତର ଅନେକ ସ୍ଥାନରେ ତାପମାତ୍ରା 47 ଡିଗ୍ରୀ ସେଲସିୟସ ପାଖାପାଖି ରହୁଛି । ଯାହାକୁ ନେଇ ପାଣିପାଗ ବିଭାଗ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ରାଜସ୍ଥାନ ପାଇଁ 'ରେଡ ଆଲର୍ଟ' ଜାରି କରିଛି। କେତେକ ସ୍ଥାନରେ ତାପମାତ୍ରା 47.5 ଡିଗ୍ରୀ ସେଲସିୟସରେ ପହଞ୍ଚିପାରେ ବୋଲି ବିଭାଗ ଚେତାବନୀ ଦେଇଛି । ସୋମବାର ରାଜଧାନୀ ଦିଲ୍ଲୀର ସର୍ବାଧିକ ତାପମାତ୍ରା 46 ଡିଗ୍ରୀ ଛୁଇଁଛି ।

ରାଜସ୍ଥାନର ଅଧିକାଂଶ ଅଞ୍ଚଳରେ ଦିନର ତାପମାତ୍ରା 45 ରୁ 47 ଡିଗ୍ରୀ ମଧ୍ୟରେ ଥିବାବେଳେ ପଞ୍ଜାବ ଏବଂ ହରିୟାଣାରରେ ମଧ୍ୟ ଉତ୍ତାପ ବୃଦ୍ଧି ପାଉଛି । ହରିୟାଣାର ନରନୌଲରେ ସର୍ବାଧିକ ତାପମାତ୍ରା 45.8 ଡିଗ୍ରୀ ରେକର୍ଡ କରିଛି । 46.3 ଡିଗ୍ରୀ ତାପମାତ୍ରା ସହିତ ଉତ୍ତରପ୍ରଦେଶର ସବୁଠାରୁ ଉତ୍ତପ୍ତ ସ୍ଥାନ ଥିଲା ପ୍ରୟାଗରାଜ ସହର । ପାଣିପାଗ ବିଭାଗ କହିଛି ଯେ, ମେ 29 ରୁ 30 ମଧ୍ୟରେ ଉତ୍ତର ଭାରତର ଅନେକ ସ୍ଥାନରେ ଧୂଳି ଝଡ଼ ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି, ଯାହା ଉତ୍ତାପରୁ କିଛି ମାତ୍ରାରେ ଆଶ୍ବସ୍ତି ଦେଇପାରେ ।

ପାଣିପାଗ ବିଭାଗ ଜୟପୁର କେନ୍ଦ୍ରର ସୂଚନାନୂସାରେ, ରାଜସ୍ଥାନର ଯୋଧପୁର, ବିକାନେର, ଜୟପୁର, ଅଜମେର, ଭରତପୁର ଏବଂ କୋଟାର କେତେକ ଅଞ୍ଚଳରେ ଉତ୍ତାପ ବୃଦ୍ଧି ପାଇପାରେ। ପାଶ୍ଚାତ୍ୟ ବିଶୃଙ୍ଖଳା ହେତୁ ଶୁକ୍ରବାର ଏବଂ ଶନିବାର ଯୋଧପୁର, ବିକାନେର, ଜୟପୁର ଏବଂ ଭରତପୁରରେ ହାଲୁକା ବର୍ଷା ହୋଇପାରେ।

ହରିୟାଣାର ହିସାର ଅଞ୍ଚଳରେ 45 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ଠାରୁ 4 ଡିଗ୍ରୀ ଅଧିକ ଥିବାବେଳେ ଭିବାନୀରେ 43.1 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । କର୍ଣ୍ଣନାଲରେ 43 ଡିଗ୍ରୀ, ଯାହା ସାଧାରଣ ଠାରୁ 5 ଡିଗ୍ରୀ ଅଧିକ ରହିଛି । ସେହିପରି ପଞ୍ଜାବର ପଟିଆଲା ସବୁଠାରୁ ଗରମ ସ୍ଥାନ ଥିଲା ଯେଉଁଠାରେ ସର୍ବାଧିକ ତାପମାତ୍ରା 43..6 ଡିଗ୍ରୀ ରେକର୍ଡ କରାଯାଇଥିଲା । ଅମ୍ରିତସର ଏବଂ ଲୁଧିଆନାରେ ଯଥାକ୍ରମେ 42.8 ଏବଂ 43.1 ଡିଗ୍ରୀ ରେକର୍ଡ କରାଯାଇଛି ।

ଉତ୍ତରପ୍ରଦେଶର ବାରାଣାସୀ, ଅଯୋଧ୍ୟା ଏବଂ ଲକ୍ଷ୍ନୌ ସହରରେ ମଧ୍ୟ ତାପମାତ୍ରା ତୀବ୍ର ବୃଦ୍ଧି ପାଇଛି ଏବଂ ରାଜ୍ୟର ଅନେକ ଅଞ୍ଚଳରେ ଉତ୍ତାପ ଦେଖାଦେଇଛି। ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଶୁଖିଲା ପାଗ ସହିତ ରାଜ୍ୟରେ ଉତ୍ତାପ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ପୂର୍ବ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ବୁଧବାର ଦିନ ବଜ୍ରପାତ ହେବା ନେଇ ଆଶଙ୍କା ରହିଛି ।

ଚଳିତ ଗ୍ରୀଷ୍ମ ଋତୁରେ ପ୍ରଥମ ଥର ପାଇଁ ଉତ୍ତାପ ବୃଦ୍ଧିକୁ ନେଇ ରେଡ ଆଲର୍ଟ ଜାରି କରାଯାଇଛି । ସର୍ବାଧିକ ତାପମାତ୍ରା ଅତି କମରେ 40°C ଏବଂ ସାଧାରଣ ତାପମାତ୍ରା 4.5°C ରୁ 6.4°C ଥିବାବେଳେ 'ଲୁ' ସ୍ଥିତି ଘୋଷଣା କରାଯାଏ । ସମତଳ ଭୂମି ପାଇଁ, 'ଲୁ' ଅବସ୍ଥା ଯେତେବେଳେ ସର୍ବାଧିକ ତାପମାତ୍ରା 45 ଡିଗ୍ରୀ ଥାଏ ଏବଂ 47 ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ହେଲେ ଜ୍ୱଳନ୍ତ ଉତ୍ତାପ କାର୍ଯ୍ୟ କରେ ।

ଲୋକଙ୍କୁ ଦ୍ବିପହର 1ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଘରୁ ବାହାରକୁ ନ ଯିବାକୁ ଚେତାବନି ଦେବାକୁ ରେଡ୍ ଆଲର୍ଟ ଜାରି କରାଯାଇଛି, କାରଣ ଏହି ସମୟରେ ସୂର୍ଯ୍ୟଙ୍କ ଉତ୍ତାପ ଅଧିକ ଥାଏ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.