ETV Bharat / bharat

ଆଲର୍ଟ: ଆସନ୍ତା 3 ଦିନ ଯାଏଁ ଏହି ସବୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା - ପାଣିପାଗ

ଆଜିଠାରୁ ଆସନ୍ତା 3-4 ଦିନ ଯାଏଁ କେତେକ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆସନ୍ତା 3-4 ଦିନ ଯାଏଁ ଏହି ସବୁ ରାଜ୍ୟରେ ପ୍ରବଳ ବର୍ଷା

author img

By

Published : Sep 12, 2020, 11:32 AM IST

ନୂଆଦିଲ୍ଲୀ: ଆଜିଠାରୁ ଆସନ୍ତା 3-4 ଦିନ ଯାଏଁ କେତେକ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପ୍ଟେମ୍ବର 14 ଏବଂ 15 ତାରିଖରେ ମହାରାଷ୍ଟ୍ର ଏବଂ ପଶ୍ଚିମ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସେହିପରି ଉତ୍ତର ମଧ୍ୟପ୍ରଦେଶ ଏବଂ ଦିଲ୍ଲୀରେ 16 ରୁ 18 ସେପ୍ଟେମ୍ବର ମଧ୍ୟ ପ୍ରବଳ ବର୍ଷା ହେବ ।

ତେବେ ସେପ୍ଟେମ୍ବର 15ରୁ ପଶ୍ଚିମ ରାଜସ୍ଥାନରେ ମୌସୁମୀ ଫେରିବାକୁ ଥିବାବେଳେ ସେପ୍ଟେମ୍ବର 21ରେ ଦିଲ୍ଲୀକୁ ମୌସୁମୀ ଫେରିବ । ତେବେ 13 ରୁ 18 ସେପ୍ଟେମ୍ବର ମଧ୍ୟରେ ମଧ୍ୟ-ଭାରତ ରାଜ୍ୟଗୁଡିକରେ ଏହାର ପ୍ରଭାବ ପରିଲଖିତ ହେବ ।

ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ପଶ୍ଚିମବଙ୍ଗ, ସିକ୍କିମ, ଉପକୂଳ କର୍ଣ୍ଣାଟକ ଏବଂ କେରଳର ବିଭିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ରେକର୍ଡ କରାଯାଇଛି।

ବିଭାଗ ଅନୁଯାୟୀ ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଛତିଶଗଡ, ଓଡିଶା, ଗୁଜୁରାଟ, ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ୟନମ, ତେଲେଙ୍ଗାନା, ତାମିଲନାଡୁ, ପୁଡୁଚେରୀ ଏବଂ କରାଇକଲରେ ପ୍ରବଳ ବର୍ଷା ହୋଇଛି।

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ ଏବଂ ଝାଡଖଣ୍ଡରେ ବଜ୍ରପାତ ସହ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା। ପୂର୍ବ ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, ଜାମ୍ମୁ କାଶ୍ମୀର, ଲଦାଖ ଏବଂ ରାଜସ୍ଥାନର ବିଭିନ୍ନ ସ୍ଥାନରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.