ETV Bharat / bharat

ଚୈତ୍ର ନବରାତ୍ର, ଜାଣନ୍ତୁ କେଉଁ ଦିନ ପିନ୍ଧିବେ କେଉଁ ରଙ୍ଗର ପୋଷାକ

ବାରମାସରେ ତେର ପର୍ବ । ସେହିପରି ଗୋଟିଏ ବର୍ଷରେ ପଡେ ଦୁଇଟି ନବରାତ୍ର । ତେବେ ବର୍ଷ ଆରମ୍ଭରେ ପଡୁଥିବା ନବରାତ୍ରକୁ ଚୈତ୍ର ନବରାତ୍ର କୁହାଯାଏ । ଯାହାକି ଆଜିଠୁ ଆରମ୍ଭ ହୋଇଯାଇଛି । ମା' ଦୁର୍ଗାଙ୍କ ଏହି ପୂଜା 9 ଦିନ ଧରି ଧୁମଧାମରେ ଚାଲିଥାଏ । ଏହି 9 ଦିନ ପର୍ଯ୍ୟନ୍ତ ମାତାଙ୍କ 9ଟି ସ୍ବରୁପକୁ ପୂଜାର୍ଚ୍ଚନା କରାଯାଏ ।

ଫାଇଲ ଫଟୋ
author img

By

Published : Apr 6, 2019, 2:30 PM IST

ଏହି ଦିନରେ ଭକ୍ତ ନିଷ୍ଠାର ସହ ମା'ଙ୍କ ପୂଜା କରି ନିଜର ମନୋସ୍କାମନା ପୂରଣ ପାଇଁ ମାନସିକ ରଖିଥାଏ । ମା'ଙ୍କ ଏହି ପୂଜାରେ ମୁଖ୍ୟତଃ 9ଟି ରଙ୍ଗକୁ ଶୁଭ ମନାଯାଏ । ସେହିପରି ମା' ମଧ୍ୟ ନିଜେ ନଅଟି ରଙ୍ଗରେ ସଜ୍ଜେଇ ହୋଇଥାନ୍ତି । ଏହି 9 ଦିନରେ କେଉଁ କେଉଁ ରଙ୍ଗ ଶୁଭ ହୋଇଥାଏ ଆସନ୍ତୁ ଜାଣିବା...

ପ୍ରଥମ ଦିନ

ନବରାତ୍ରର ପ୍ରଥମ ଦିନରେ ମା' ଶୈଳପୁତ୍ରୀ ପୂଜା ପାଇଥାନ୍ତି । ଏହିଦିନ ଲାଲ ରଙ୍ଗ ଶୁଭ ହୋଇଥାଏ । ତେବେ ଲାଲ ରଙ୍ଗକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ । ଏହାସହ ଲାଲ ରଙ୍ଗ ସମସ୍ତଙ୍କ ଉପରେ ଶୋଭା ପାଇଥାଏ ।

ଦ୍ବିତୀୟ ଦିନ

ନବରାତ୍ରର ଦ୍ବିତୀୟ ଦିନ ମା' ବ୍ରହ୍ମଚାରିଣୀଙ୍କ ପୂଜା କରାଯାଏ । ଏହିଦିନ ନୀଳ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍ । କାରଣ ଏହି ରଙ୍ଗ ଆଖିକୁ ଶାନ୍ତି ଦେଇଥାଏ ।

ତୃତୀୟ ଦିନ

ନବରାତ୍ରର ତୃତୀୟ ଦିନ ଚନ୍ଦ୍ରଘଣ୍ଟା ପୂଜା ପାଆନ୍ତି । ଏହିଦିନ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ଶୁଭ ହୋଇଥାଏ । ଏହି ରଙ୍ଗର ପୋଷାକ ପିନ୍ଧିବା ଦ୍ବାରା ସକରାତ୍ମକ ଶକ୍ତି ବୃଦ୍ଧି ପାଏ ।

ଚତୁର୍ଥ ଦିନ

ନବରାତ୍ରାର ଚତୁର୍ଥ ଦିନରେ କୁସ୍ମାଣ୍ଡ ମା' ପୂଜା ପାଆନ୍ତି । ଏହି ଦିନ ସବୁଜ ରଙ୍ଗର ପୋଷାକ ପିନ୍ଧିବା ଦରକାର । ଏହି ରଙ୍ଗର ପୋଷାକ ମାନସିକ ଶାନ୍ତି ଓ ଶାରିରୀକ ଆରାମ ପ୍ରଦାନ କରେ ।

ପଞ୍ଚମ ଦିନ

ନବରାତ୍ରର ପଞ୍ଚମ ଦିନରେ ମା' ସ୍କନ୍ଧମାତା ପୂଜା ପାଆନ୍ତି । ତେଣୁ ଏହି ଦିନ ଧୂସରିଆ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍ । ଏହି ପୋଷାକ ଶକ୍ତି ପ୍ରଦାନ କରେ ।

ଷଷ୍ଠ ଦିନ

ନବରାତ୍ରର ଷଷ୍ଠ ଦିନରେ ମା କାଇଥିନି ଦେବୀ ପୂଜା ପାଆନ୍ତି । ଏହି ଦିନ କମଳା ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ୍ । ଏହି ରଙ୍ଗ ପାରିପାର୍ଶ୍ବରେ ସକାରାତ୍ମକ ବାତାବରଣ ଖେଳାଇଥାଏ ।

ସପ୍ତମ ଦିନ

ନବରାତ୍ରର ସପ୍ତମ ଦିନରେ ମା କାଳରାତ୍ରୀ ପୂଜା ପାଆନ୍ତି । ଏହି ଦିନ ଧଳା ପୋଷାକ ପିନ୍ଧିବା ଉଚିତ୍ । ଏହି ରଙ୍ଗ ଆପଣଙ୍କୁ ଆରାମ ପ୍ରଦାନ କରିବ ।

ଅଷ୍ଟମ ଦିନ

ନବରାତ୍ରର ନବମ ଦିନରେ ମା' ମହାଗୌରି ପୂଜା ପାଆନ୍ତି । ତେଣୁ ଏହି ଦିନ ଗୋଲାପି ରଙ୍ଗ ପିନ୍ଧିବା ଶୁଭ ହୋଇଥାଏ । ଏହି ରଙ୍ଗର ପୋଷାକରେ ଆପଣ ସୁନ୍ଦର ଦିଶିବେ ।

ନବମ ଦିନ

ନବରାତ୍ରୀର ନବମ ଦିନ ମା ସିଦ୍ଧିଦାତ୍ରୀ ପୂଜା ପାଆନ୍ତି । ତେଣୁ ଏହି ଦିନ ଆକାଶୀ ରଙ୍ଗ ପିନ୍ଧିବା ଜରୁରୀ । ଏହି ରଙ୍ଗ ଶୁଭ ହୋଇଥାଏ ଓ ମନକୁ ଶାନ୍ତି ଦେଇଥାଏ ।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.