ETV Bharat / bharat

କୋରୋନା କଟକଣା: ଗୋଆରେ ମାସ୍କ ନପିନ୍ଧିଲେ 100 ଜୋରିମାନା - ମାସ୍କ ନପିନ୍ଧିଲେ ଜୋରିମନା

କୋରୋନା ସଂକ୍ରମଣକୁ ରୋକିବା ପାଇଁ ଗୋଆ ସରକାର କଡା କଟକଣା ଜାରି ରଖିଛନ୍ତି । ଏବେ ଗୋଆରେ ମାସ୍କ ନପିନ୍ଧିଲେ ରାଜ୍ୟ ସରକାରଙ୍କ ଏକ ନୂତନ ନିର୍ଦ୍ଦେଶ ଅନୁଯାୟୀ 100 ଟଙ୍କା ଜୋରିମାନା ଆଦାୟ କରାଯିବ । ଅଧିକ ପଢନ୍ତୁ...

Goa
କୋରୋନା କଟକଣା: ଗୋଆରେ ମାସ୍କ ନପିନ୍ଧିଲେ 100 ଜୋରିମାନା
author img

By

Published : Apr 24, 2020, 11:11 PM IST

ପାଣାଜୀ: ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଗୋଆ କୋରୋନା ମୁକ୍ତ ହୋଇଛି । କୋରୋନା ସଂକ୍ରମଣକୁ ରୋକିବା ପାଇଁ ଗୋଆ ସରକାର କଡା କଟକଣା ଜାରି ରଖିଛନ୍ତି । ଏବେ ଗୋଆରେ ମାସ୍କ ନପିନ୍ଧିଲେ ରାଜ୍ୟ ସରକାରଙ୍କ ଏକ ନୂତନ ନିର୍ଦ୍ଦେଶ ଅନୁଯାୟୀ 100 ଟଙ୍କା ଜୋରିମାନା ଆଦାୟ କରାଯିବ ।

ଗୋଆ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଜାରି କରାଯାଇଥିବା ଏକ ଆଦେଶରେ ଦର୍ଶାଯାଇଛି ଯେ କୋଭିଡ-19 କୁ ପ୍ରତିହତ କରିବା ପାଇଁ ଘରେ ତିଆରି ମାସ୍କ କିମ୍ବା ବଜାରରେ ବିକ୍ରି ମାସ୍କ ବର୍ତ୍ତମାନଠାରୁ ସର୍ବସାଧାରଣ ସ୍ଥାନରେ ପିନ୍ଧିବା ଆବଶ୍ୟକ ।

ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା ଯେକୌଣସି ବ୍ୟକ୍ତି 100 ଟଙ୍କା ଜୋରିମାନା ଦେବେ । ଜୋରିମନା ନଦେଲେ ଉକ୍ତ ବ୍ୟକ୍ତି ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତା ଧାରା 188 ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଗୋଆରେ କୋଭିଡ -19 ବିସ୍ତାରକୁ ରୋକିବା ପାଇଁ ମହାମାରୀ କୋଭିଡ-19 ନିୟମାବଳୀ 2020 ଅଧୀନରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଏହି ନିର୍ଦ୍ଦେଶ ଜାରି କରିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.