ETV Bharat / bharat

ଚୀନ ବିରୋଧରେ ଦୁଇଟି ଯୁଦ୍ଧ ଲଢୁଛି ଦେଶ: କେଜ୍ରିୱାଲ - କେଜ୍ରିୱାଲ

ବର୍ତ୍ତମାନ ଦେଶ ଚୀନ ବିରୋଧରେ ଦୁଇଟି ଯୁଦ୍ଧ ଲଢୁଛି । ଗୋଟିଏ ହେଉଛି ସୀମା ବିବାଦ ଏବଂ ଅନ୍ୟଟି ହେଉଛି କୋରୋନା ଭାଇରସ । ଦେଶ ଉଭୟ ଯୁଦ୍ଧ ଜିତିବ ବୋଲି ସୋମବାର ପ୍ରେସ କନଫେରନ୍ସରେ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

kejriwal
ଚୀନ ବିରୋଦ୍ଧରେ ଦେଶ ଦୁଇଟି ଯୁଦ୍ଧ ଲଢୁଛି
author img

By

Published : Jun 22, 2020, 4:03 PM IST

ନୂଆଦିଲ୍ଲୀ: ବର୍ତ୍ତମାନ ଚୀନ ବିରୋଧରେ ଦୁଇଟି ଯୁଦ୍ଧ ଲଢୁଛି ଭାରତ । ଗୋଟିଏ ହେଉଛି ସୀମା ବିବାଦ ଏବଂ ଅନ୍ୟଟି ହେଉଛି କୋରୋନା ଭାଇରସ । ଦେଶ ଉଭୟ ଯୁଦ୍ଧ ଜିତିବ ବୋଲି ସୋମବାର ପ୍ରେସ କନଫେରନ୍ସରେ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ସୂଚନା ଅନୁଯାୟୀ, ଗତ ଜୁନ୍ 15ରେ ଲଦାଖର ଗଲୱାନ ଘାଟିରେ ଭାରତ ଚୀନ ମୁହାଁମୁହିଁ ଘଟଣାରେ 20 ଭାରତୀୟ ଯବାନ ଶହୀଦ ହୋଇଛନ୍ତି ।

ଆମ ଡାକ୍ତର, ନର୍ସ ଏବଂ ଯବାନ ସମସ୍ତେ ଲଢେଇ ଜାରି ରଖିଛନ୍ତି ଏବଂ ଦେଶବାସୀ ସେମାନଙ୍କ ପଛରେ ଠିଆ ହୋଇଛନ୍ତି । ବର୍ତ୍ତମାନ ସମୟରେ ସମଗ୍ର ଦେଶକୁ ଏକଜୁଟ ହୋଇ ଏହି ଦୁଇ ଯୁଦ୍ଧ ଲଢିବାକୁ ପଡିବ । ତେଣୁ ଏହାକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ । ଆମକୁ ଚୀନ୍ ଏବଂ କୋରୋନା ବିରୋଧରେ ଲଢିବାକୁ ପଡିବ ବୋଲି କେଜ୍ରିୱାଲ କହିଛନ୍ତି ।

କୋରୋନା ସ୍ଥିତି ସମ୍ପର୍କରେ କହିବାକୁ ଯାଇ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀରେ ବର୍ତ୍ତମାନ 25000 ଆକ୍ଟିଭ ଆକ୍ରାନ୍ତ ରହିଛନ୍ତି । ଗତ ସପ୍ତାହ ତୁଳନାରେ ବର୍ତ୍ତମାନ କେବଳ ଏକ ହଜାର ଆକ୍ଟିଭ ମାମଲା ବଢିଛି । ବର୍ତ୍ତମାନ ରାଜ୍ୟରେ 33 ହଜାର ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ରାଜ୍ୟରେ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ଥିବା କେଜ୍ରିୱାଲ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.