ETV Bharat / bharat

ଡିଜିଟାଲ୍ ଗ୍ୟାପ୍‌ କମ୍‌ କରିବୁ, ଅନ୍ତିମ ବ୍ୟକ୍ତି ପାଖରେ ନେଟ୍‌ ସୁବିଧା ଉପଲବ୍ଧ ହେବ: ନିଶଙ୍କ - ନେଟ୍‌ ସୁବିଧା ଉପଲବ୍ଧ ହେବ

କୋରୋନା ମହାମାରୀ କାରଣରୁ ସାମାଜିକ ଓ ଆର୍ଥିକ ଜୀବନ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ଶିକ୍ଷାକ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ପଡିଛି । ଏହି କାରଣ ପାଇଁ ଦେଶରେ ଅନଲାଇନ ଶିକ୍ଷାକୁ ଗୁରୁତ୍ବ ଦିଆଯାଉଛି । ଏବେ ବି ଦେଶର ଏପରି ଅନେକ ଗାଁ ରହିଛି ଯେଉଁଠି ଇଣ୍ଟରନେଟ ସୁବିଧା ଉପଲବ୍ଧ ନାହିଁ, ତଥା ସେଠାକାର ପିଲାଙ୍କ ପାଖରେ ଏବେ ବି ମୋବାଇଲ ପହଞ୍ଚିନାହିଁ । ଯାହାକି ଅନଲାଇନ ଶିକ୍ଷା ପାଇଁ ବାଧକ ସାଜୁଛି । ଏପରିସ୍ଥଳେ ଏହି ପ୍ରସଙ୍ଗ ଉପରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରୀୟାଲ ନିଶଙ୍କ ସହିତ ଇଟିଭି ଭାରତ ଆଲୋଚନା କରିଛି ।

ଡିଜିଟାଲ୍ ଗ୍ୟାପ୍‌ କମ୍‌ କରିବୁ; ଅନ୍ତିମ ବ୍ୟକ୍ତି ପାଖରେ ନେଟ୍‌ ସୁବିଧା ଉପଲବ୍ଧ ହେବ : ନିଶଙ୍କ

author img

By

Published : Jul 18, 2020, 8:52 AM IST

ନୂଆଦିଲ୍ଲୀ: କୋଭିଡ୍‌-19 କାଳରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକ ଅନଲାଇନ ଶିକ୍ଷାକୁ ଏକ ଆହ୍ବାନ ଭାବେ ଗ୍ରହଣ କରିଛନ୍ତି । ମାର୍ଚ୍ଚରେ କୋରୋନା ମୁକାବିଲା ପାଇଁ ଲକଡାଉନ ହେବା ପରେ ଅନଲାଇନ କ୍ଲାସ ହେବା ପାଇଁ ପ୍ରଥମେ କିଛି ବାଧା ଦେଖାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକ ଏହାକୁ ସୁଫଳ ରୂପେ ତୁଲାଇଥିବା ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରୀୟାଲ ନିଶଙ୍କ କହିଛନ୍ତି ।

ଭାରତରେ ଏକ କୋଟି 9 ଲକ୍ଷ ଶିକ୍ଷକ ରହିଛନ୍ତି । ତେବେ ଖୁବକମ ସମୟ ମଧ୍ୟରେ ସେମାନେ ଯେ କେବଳ ଅନଲାଇନ ଶିକ୍ଷା ମଡେଲକୁ ଗ୍ରହଣ କରିଛନ୍ତି ତାହା ନୁହେଁ । କୋଟି କୋଟି ଛାତ୍ରଛାତ୍ରୀଙ୍କ ପାଖରେ ଏହାର ସୁଫଳ ପହଞ୍ଚାଇଛନ୍ତି ବୋଲି ସେ କହିଛନ୍ତି ।

ସେହିପରି ଯେଉଁ ସମୟରେ ଛାତ୍ରଛାତ୍ରୀଙ୍କ ଉପରେ ପାଠ୍ୟକ୍ରମର ବୋଝ ଥିଲା, ସେହି ସମୟରେ ସରକାର ଏନସିଇଆରଟି(NCERT) ସହିତ ମିଶି ଉଚ୍ଚଶିକ୍ଷାର ପାଠ୍ୟକ୍ରମକୁ ବଦଳାଇଛନ୍ତି । ଏହାସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏହି କୋରୋନା କାଳରେ ଗୃହ ମନ୍ତ୍ରଣାଳୟ ଓ ସ୍ବାସ୍ଥ୍ୟମନ୍ତ୍ରଣାଳୟ ସହିତ ଛାତ୍ରଛାତ୍ରୀଙ୍କ ପାଠପଢିବା ବାବଦରେ ଲଗାତାର ପରାମର୍ଶ ଜାରି ରଖିଛନ୍ତି ।

ଡିଜିଟାଲ୍ ଗ୍ୟାପ୍‌ କମ୍‌ କରିବୁ; ଅନ୍ତିମ ବ୍ୟକ୍ତି ପାଖରେ ନେଟ୍‌ ସୁବିଧା ଉପଲବ୍ଧ ହେବ : ନିଶଙ୍କ

ସରକାର ଏନସିଇଆରଟି ସହିତ ମିଶି ଏପରି ପାଠ୍ୟକ୍ରମ ତିଆରି କରିଛନ୍ତି, ଯାହାଦ୍ବାରା ପିଲାଙ୍କ ପାଇଁ ସୁବିଧା ଓ ସରଳ ହେବ ବୋଲି ମନ୍ତ୍ରୀ ଇଟିଭି ଭାରତର ରିଜୋନାଲ ଏଡିଟର ବ୍ରଜ ମୋହନଙ୍କ ସହିତ ଆଲୋଚନା ସମୟରେ କହିଛନ୍ତି ।

ବର୍ତ୍ତମାନ ଶିକ୍ଷାର ସ୍ଥିତି ଉପରେ ନିଜର ମନ୍ତବ୍ୟ ଦେଇ ମନ୍ତ୍ରୀ କହିଛନ୍ତି, ଭାରତ ଏହି କୋରୋନା ମହାସଙ୍କଟ ସମୟରେ ଯେପରି ମୁକାବିଲା କରୁଛି ତାହା ଉଦାହରଣ ସୃଷ୍ଟି କରିଛି ।

ସେହିପରି ଅନଲାଇନ ଶିକ୍ଷା ଦ୍ବାରା ପରମ୍ପରାଗତ ଶିକ୍ଷା ବ୍ୟବସ୍ଥା ଉପରୁ ଆମର ଧ୍ୟାନ ହଟିଯିବନି ତ ବୋଲି ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି,‘ ଯେଉଁ ସମୟରେ ଆମେ ଅନଲାଇନ ଶିକ୍ଷା ବ୍ୟବସ୍ଥାକୁ ଗ୍ରହଣ କରି ଆଗକୁ ବଢିବା ଆରମ୍ଭ କଲେ, ଏହା ବାସ୍ତବରେ ଏକ ଖରାପ ସମୟ ଥିଲା । ନା ଆମକୁ ଏ ସମୟ ବାବଦରେ ସୂଚନା ଥିଲା ନା ଆପଣଙ୍କୁ । କିନ୍ତୁ ଆମେ ଯଦି ଏହି ଆହ୍ବାନକୁ ସାମ୍ନା କରିନଥାନ୍ତେ । ହୁଏତ ଆମେ ଆଗକୁ ବଢିପାରିନଥାନ୍ତେ ।’

ଏବେବି ଆମ ପାଖରେ ଅନେକ ଆହ୍ବାନ ରହିଛି । ତେବେ ଅନ୍ତିମ ଛାତ୍ରଙ୍କ ପାଖରେ ଏହି ଅନଲାଇନ ଶିକ୍ଷା ପହଞ୍ଚାଇବା ଆମର ପ୍ରୟାସ ରହିବ ବୋଲି ସେ କହିଛନ୍ତି ।

ଏହାସହ ଏହି ସମୟରେ ଲୋକଙ୍କର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇପଡିଛି । ଏନେଇ ଆମେ ଅର୍ଥ କମିଶନ ଓ ନିତି ଆୟୋଗ ସହିତ ମଧ୍ୟ ଆଲୋଚନା କରିଛୁ । ଯେପରିକି ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚି ପାରିବ ସେନେଇ ଦୃଷ୍ଟି ଦିଆଯାଇଛି । ଆମର ଲକ୍ଷ୍ୟ ରହିଛି, ଯେଉଁ ବ୍ୟକ୍ତିଙ୍କ ପାଖରେ ସ୍ମାର୍ଟ ଫୋନ ନାହିଁ, ସେମାନଙ୍କ ପାଖରେ ଡିଟିଏଚ୍‌ ମାଧ୍ୟମରେ ପହଞ୍ଚିବା । କେନ୍ଦ୍ରର ଲକ୍ଷ୍ୟ ରହିଛି ଯେ, ‘ୱାନ କ୍ଲାସ ୱାନ ଚ୍ୟାନେଲ’ । ଯାହା ଦ୍ବାରା ସରକାର ସମସ୍ତ ଶ୍ରେଣୀର ଲୋକଙ୍କ ପାଇଁ ଗୋଟିଏ ଚ୍ୟାନେଲର ସୁବିଧା କରୁଛନ୍ତି ।

ସରକାର ଉପାନ୍ତ ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଅନଲାଇନ ଶିକ୍ଷା ଯୋଗାଇ ଦେବାରେ ଚେଷ୍ଟିତ ରହିଛନ୍ତି । ଏଥିଲାଗି ସରକାର ସରକାରୀ ଓ ବେସରକାରୀ ସ୍କୁଲର ସାହାଯ୍ୟ ନେଉଛନ୍ତି, ଯାହାଦ୍ବାରା ଡିଜିଟାଲ ଗ୍ୟାପ କମ ରହିବ ।

ଏହାସହ ସରକାର ଅନଲାଇନ ଶିକ୍ଷାକୁ ଅଧିକ କ୍ରିୟାଶୀଳ କରିବା ପାଇଁ 100ରୁ ଅଧିକ ବିଶ୍ବବିଦ୍ୟାଳୟକୁ ଏହି ଦାୟିତ୍ବ ଦେଇଛନ୍ତି ଯେ, ସେମାନେ ଏହା ଉପରେ କାମ କରନ୍ତୁ, ଯେପରିକି ଛାତ୍ରଛାତ୍ରୀଙ୍କୁ ଭଲ ଶିକ୍ଷା ଦିଆଯାଇପାରେ ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ଏହି ଅନଲାଇନ ଶିକ୍ଷାରେ ବିଜ୍ଞାନ ଛାତ୍ରଙ୍କର ହେଉଥିବା ଅସୁବିଧା ଉପରେ ନିଜର ଉତ୍ତର ରଖି ସେ କହିଛନ୍ତି,‘ଶିକ୍ଷାର ଗୁଣବତ୍ତାକୁ ଦୃଷ୍ଟିରେ ରଖି ଆମେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସର ପ୍ରୟୋଗ କରୁଛୁ ।’

ଏହାସହ ଶିକ୍ଷା କ୍ଷେତ୍ରରେ ଭାରତ ସବୁବେଳେ ମହାଶକ୍ତି ରହିଛି । ଚଳିତ ବର୍ଷ ମଧ୍ୟ ଉଚ୍ଚଶିକ୍ଷା ପାଇଁ 50000 ବିଦେଶୀ ଛାତ୍ରଛାତ୍ରୀ ରେଜିଷ୍ଟ୍ରସେନ କରିଥିବା ସେ କହିଛନ୍ତି ।

ସେହିପରି ଡିଜିଟାଲ ଗ୍ୟାପକୁ କମ କରିବା ପାଇଁ ସରକାର ଗୁଗୁଲ ସହିତ ମଧ୍ୟ ଏକ ଡିଲ୍‌ କରିଥିବା ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.