ETV Bharat / bharat

‘ଦୁର୍ଦ୍ଦାନ୍ତ ଅପରାଧୀ ବିକାଶର ଏନକାଉଣ୍ଟର କରାଯାଉ‘

author img

By

Published : Jul 10, 2020, 7:53 AM IST

ଗୁରୁବାର କାନପୁର ଘଟଣାର ମୁଖ୍ୟ ଅପରାଧି ବିକାଶ ଦୁବେକୁ ଉଜ୍ଜୟନୀରୁ ଗିରଫ କରାଯାଇଛି । ମୁଖ୍ୟ ଅପରାଧୀ ବିକାଶର ଏନକାଉଣ୍ଟର କରାଯାଉ ବୋଲି ଜଣେ ଶହୀଦ ପୋଲିସ କର୍ମଚାରୀଙ୍କ ଭାଇ ଦାବି କରିଛନ୍ତି । କେବଳ ସେତିକି ନୁହେଁ ସେ ଘଟଣାରେ ଅପରାଧୀକୁ କିଛି ରାଜନେତାଙ୍କ ସହଯୋଗ କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି ।

‘ଦୁର୍ଦ୍ଦାନ୍ତ ଅପରାଧି ବିକାଶର ଏନକାଉଣ୍ଟର କରାଯାଉ‘

ମଥୁରା: କାନପୁରରେ 8 ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଧରାପଡିଛି । ଜୁଲାଇ 9 ଅର୍ଥାତ ଗୁରୁବାର ମଧ୍ୟପ୍ରଦେଶର ଉଜ୍ଜୟନୀରୁ ତାକୁ ଗିରଫ କରାଯାଇଛି । ବିକାଶ ଦୁବେକୁ ଗିରଫ କରାଯାଇଛି ନା ଏହା ଆତ୍ମସମପର୍ଣ ସେନେଇ ବିତର୍କ ଆରମ୍ଭ ହୋଇଛି । ଏହି ସମୟରେ ବୁକାଶ ଦୁବେର ଏନକାଉଣ୍ଟର କରାଯାଉ ବୋଲି ଜଣେ ଶହୀଦ ପୋଲିସ କର୍ମଚାରୀଙ୍କ ଭାଇ ଜିତେନ୍ଦ୍ର କୁମାର ଦାବି କରିଛନ୍ତି ।

ସେ କହିଛନ୍ତି, ଆମେ ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେ ଓ ତାର ସହଯୋଗୀଙ୍କ ଏନକାଉଣ୍ଟର ଚାହୁଁଛୁ । ଯେଉଁ ପୋଲିସ କର୍ମଚାରୀମାନେ କୁଖ୍ୟାତ ଅପରାଧୀଙ୍କ ସହ ସାମିଲ ହୋଇଥିଲେ ସେମାନଙ୍କୁ ମଧ୍ୟ ହତ୍ୟା କରାଯାଉ । ଏହା ଦ୍ବାରା ତାଙ୍କ ଭାଇଙ୍କ ଆତ୍ମା ଶାନ୍ତି ପାଇବ ବୋଲି ସେ କହିଛନ୍ତି ।

ଏହା ସହ ସେ, ପୋଲିସର କାର୍ଯ୍ୟକାରିତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । କେତେକ ରାଜନୈତିକ ମାନଙ୍କ ଗ୍ୟାଙ୍ଗଷ୍ଟାରଙ୍କ ସପକ୍ଷରେ ରହିଛନ୍ତି । ତେଣୁ ତାକୁ ଏନକାଉଣ୍ଟର କରାନଯାଏ ଗିରଫ କରାଯାଇଛି ।

ସମ୍ପୂର୍ଣ୍ଣ ଉତ୍ତରପ୍ରଦେଶରେ କୋରୋନା ସଂକ୍ରମଣ କର୍ଫ୍ୟୁ ଲଗାଯାଇଛି । କିନ୍ତୁ ପୋଲିସ ଫୋର୍ସ ଦୁବେକୁ ଧରିବାରେ ବିଫଳ ରହିଲା । ଫରିଦାବାଦରୁ ଉଜ୍ଜନୟୀରେ ତାକୁ ଗିରଫ କଲା ପୋଲିସ । ଏଥିରୁ ସ୍ପଷ୍ଟ ଯେ, ବିକାଶକୁ କିଛି ରାଜନେତାଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହୁଛି ।

କାନପୁର ଏନକାଉଣ୍ଟରର ମୁଖ୍ୟ ଅପରାଧୀ ହେଉଛି ବିକାଶ ଦୁବେ । ଗୁରୁବାର ସକାଳେ ତାକୁ ଗିରଫ କରାଯାଇଛି । ତାକୁ ଧରିବାକୁ 6 ଦିନ ସମୟ ଲାଗିଥିଲା । ଶେଷରେ ସେ ଉଜ୍ଜୟନୀ ମନ୍ଦିରର ପୂଜାର୍ଚ୍ଚନା କରୁଥିବାବେଳେ ଜଣେ ସୁରକ୍ଷାକର୍ମୀ ଚିହ୍ନି ପାରି ପୋଲିସକୁ ଖବର ଦେଇଥିଲେ । ପରେ ତାକୁ ଗିରଫ କରାଯାଇଥିଲା । ଅନ୍ୟପଟେ ବିକାଶ ମନ୍ଦିର ବାହାରେ ଚିତ୍କାର କରି ମୁଁ କାନପୁରର ସେହି ବିକାଶ ଦୁବେ ବୋଲି କହିବା ପରେ ପୋଲିସ ସେଠାରୁ ତାକୁ ଗିରଫ କରିଛି ବୋଲି କୁହଯାଉଛି ।

ଏହି ଏନକାଉଣ୍ଟର ଗତ ସପ୍ତାହରେ ଉତ୍ତରପ୍ରଦେଶର ବିକ୍ରୁ ଗାଁର ଚୈବେପୁର ଅଞ୍ଚଳରେ ଘଟିଥିଲା । ଯେଉଁଥିରେ 8 ଜଣ ପୋଲିସ କର୍ମଚାରୀଙ୍କ ଉପରକୁ ଆଖିବୁଜା ଗୁଳି କରିବା ଦ୍ବାରା ଶହୀଦ ହୋଇଥିଲେ । ସେବେ ଠାରୁ ଦୁବେକୁ ଫେରାର ରହିଥିବାବେଳେ ତାକୁ ଧରିବାକୁ 5 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.