ETV Bharat / bharat

ଭାରତ-ଚୀନ ବିବାଦକୁ ନେଇ ପ୍ରତିକ୍ରିୟା ରଖିଲା ଆମେରିକା

author img

By

Published : Sep 2, 2020, 9:01 PM IST

ସମଗ୍ର ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆମେରିକା ଆଶା କରୁଥିବା ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ କହିଛନ୍ତି ।

ଭାରତ-ଚୀନ ବିବାଦକୁ ନେଇ ପ୍ରତିକ୍ରିୟା ରଖିଲା ଆମେରିକା
ଭାରତ-ଚୀନ ବିବାଦକୁ ନେଇ ପ୍ରତିକ୍ରିୟା ରଖିଲା ଆମେରିକା

ୱାଶିଂଟନ: ଗତ ମେ ମାସରୁ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ ଏବଂ ଚୀନ ମଧ୍ୟରେ ଜାରି ତିକ୍ତତା ପ୍ରସଙ୍ଗରେ ଆମେରିକା ପ୍ରତିକ୍ରିୟା ରଖିଛି। ସମଗ୍ର ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆମେରିକା ଆଶା କରୁଥିବା ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ କହିଛନ୍ତି ।

ମାଇକ ପୋମ୍ପିଓ ବୁଧବାର କହିଛନ୍ତି, ଆମେ ଭାରତ-ଚୀନ ସୀମାରେ ପରିସ୍ଥିତିର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଅପେକ୍ଷା କରିଛୁ। ଏହାର ସମାଧାନ ଖୁବ ଶୀଘ୍ର ଏବଂ ଶାନ୍ତିପୂର୍ଣ୍ଣ ଉପାୟରେ ହେବ ବୋଲି ଆମେ ଆଶା କରୁଛୁ । ସେପଟେ ଚୀନକୁ ଟାର୍ଗେଟ କରି ଆମେରିକାର ବୈଦେଶିକ ସଚିବ କହିଛନ୍ତି ତାଇୱାନରୁ ହିମାଳୟ ତଥା ଏହାର ବାହାରେ ଚୀନ କମ୍ୟୁନିଷ୍ଟ ପାର୍ଟି ପଡୋଶୀ ଦେଶକୁ ଧମକ ଦେବାରେ ନିୟୋଜିତ ଅଛି। ଏହା ସହିତ ସେ ଦକ୍ଷିଣ ଚୀନ ସାଗରରେ ମଧ୍ୟ ଏହି ପଦ୍ଧତି ଗ୍ରହଣ କରିଛି ବୋଲି ପମ୍ପିଓ କହିଛନ୍ତି । ଏଥିସହ ସମସ୍ତ ପାଶ୍ଚାତ୍ୟ ଦେଶ ଅପେକ୍ଷା ଗତ ବର୍ଷ ଚୀନରେ ଅଧିକ କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଥିବା ମାଇକ ପୋମ୍ପିଓ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଜୁନ ମଧ୍ୟଭାଗରେ ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଭାରତୀୟ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହେବାପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡି ଯାଇଥିଲା। ଏହି ସଂଘର୍ଷରେ ଭାରତର 20 ସୈନିକ ଶହୀଦ ହୋଇଥିବାବେଳେ ଚୀନର ଅନେକ ସୈନିକ ମଧ୍ୟ ନିହତ ହୋଇଥିଲେ। ଏହା ପରେ ଗତ ଅଗଷ୍ଟ ମାସ 29 ଏବଂ 30 ତାରିଖ ରାତିରେ ଚୀନ ସୈନ୍ୟମାନେ ପାଙ୍ଗଙ୍ଗ ସୋରେ ଉତ୍ତେଜନାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଯାହାକୁ ଭାରତୀୟ ସୈନ୍ୟ ଉପଯୁକ୍ତ ଉତ୍ତର ଦେଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.