ETV Bharat / bharat

ବିଲ ସଂଶୋଧିତ ନହେବା ପର୍ଯ୍ୟନ୍ତ ବିଦ୍ୟୁତ ବିଲ ପୈଠ କରିବେନି ପଶ୍ଚିମବଙ୍ଗ ବାସୀ - ବିଦ୍ୟୁତ ବିଲ ପୈଠ କରିବେନି ପଶ୍ଚିମବଙ୍ଗବାସୀ

ପଶ୍ଚିମବଙ୍ଗରେ ଲକ୍ଷାଧିକ ଉପଭୋକ୍ତାମାନଙ୍କର ଅନାବଶ୍ୟକ ଭାବେ ବିଦ୍ୟୁତ ବିଲ ଆସିବା ନେଇ ସେମାନେ ଅଭିଯୋଗ କରିଥିଲେ । ଏହାରି ଉପରେ ପଶ୍ଚିମବଙ୍ଗର ଶକ୍ତିମନ୍ତ୍ରୀ ଶୋଭାନ ଦେବ ଚାଟାର୍ଜୀ ବିଚାର ବିମର୍ଷ କରିଛନ୍ତି । ବିଲ ସଂଶୋଧିତ ନହେବା ପର୍ଯ୍ୟନ୍ତ ବିଦ୍ୟୁତ ବିଲ ପୈଠ କରିବେନି ପଶ୍ଚିମବଙ୍ଗବାସୀ

ବିଦ୍ୟୁତ ବିଲ ପୈଠ କରିବେନି ପଶ୍ଚିମବଙ୍ଗବାସୀ
ବିଦ୍ୟୁତ ବିଲ ପୈଠ କରିବେନି ପଶ୍ଚିମବଙ୍ଗବାସୀ
author img

By

Published : Jul 21, 2020, 7:05 AM IST

କୋଲକାତା: କୋରୋନା ଲକଡାଉନ ବେଳେ ବିଦ୍ୟୁତ ଉପଭୋକ୍ତାମାନଙ୍କ ମିଟର ରିଡିଙ୍ଗ କରିବାକୁ ଲାଇନମ୍ୟାନ ଯାଇ ନଥିବା ବେଳେ ଅନେକାଂଶରେ ଅସ୍ବାଭାବିକ ବିଲ ଲୋକଙ୍କ ପାଖରେ ପହଞ୍ଚିଥିଲା । ଯାହାକି ଉପଭୋକ୍ତାମାନେ ଖର୍ଚ୍ଚ କରିଥିବା ବିଜୁଳି ଠାରୁ ବହୁ ଗୁଣାରେ ଅଧିକ ଥିଲା । ସେହିପରି ପଶ୍ଚିମବଙ୍ଗରେ ଲକ୍ଷାଧିକ ଉପଭୋକ୍ତାମାନଙ୍କର ଅନାବଶ୍ୟକ ଭାବେ ବିଦ୍ୟୁତ ବିଲ ଆସିବା ନେଇ ସେମାନେ ଅଭିଯୋଗ କରିଥିଲେ ।

ଏହାରି ଉପରେ ପଶ୍ଚିମବଙ୍ଗର ଶକ୍ତିମନ୍ତ୍ରୀ ଶୋଭାନ ଦେବ ଚାଟାର୍ଜୀ ବିଚାର ବିମର୍ଷ କରିଛନ୍ତି । ଉପଭୋକ୍ତାମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମନ୍ତ୍ରୀ ପାୱାର ୟୁଟିଲିଟିର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଡାକିଥିଲେ । ଯେଉଁଥିରେ ସମସ୍ତ ବିଲ ସଂଶୋଧନ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିବା ଜଣାପଡିଛି । ଅନ୍ୟପଟେ କୋଲକାତା ଓ ହାୱାଡାରେ ବିଦ୍ୟୁତ୍ ଯୋଗାଣ କରୁଥିବା କୋଲକତା ଇଲେକ୍ଟ୍ରିକ୍ ଯୋଗାଣ ନିଗମ (CESC)ର ଅଧିକାରୀମାନେ କହିଛନ୍ତି ଯେ, ନିୟାମକ ନିର୍ଦ୍ଦେଶାବଳୀ ଆଧାରରେ ଲୋକମାନଙ୍କ ପାଖକୁ ବିଲ ପଠାଯାଇଛି ।

ଯାହା ସଂଶୋଧିତ ଥିଲା ବୋଲି cesc କହିଛି । ମାତ୍ର cescର ଉତ୍ତରରେ ମନ୍ତ୍ରୀ ସନ୍ତୁଷ୍ଟ ନଥିବାରୁ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ବୈଠକ ଡାକିଥିଲେ । ଏହାକୁ ନେଇ ମନ୍ତ୍ରୀ କୋଲକାତା ଓ ହାୱାଡାର ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଜୁନ ଯାଏ ଥିବା ବିଲ ସଂଶୋଧିତ ନହେବା ପର୍ଯ୍ୟନ୍ତ ବିଦ୍ୟୁତ ବିଲ ପୈଠ ନକରିବାକୁ ପରାମର୍ଶ ଦେଇଛନ୍ତି । ଏଥିପାଇଁ ଜୁନ ମାସର ପୃଥକ ବିଲ ଓ ପୂର୍ବ ମାସ ଗୁଡିକର ସଂଶୋଧିତ ବିଲ ଉପଭୋକ୍ତାମାନଙ୍କୁ ପ୍ରଦାନ କରିବା ପାଇଁ ମନ୍ତ୍ରୀ ପାୱାର ୟୁଟିଲିଟିର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.