ETV Bharat / bharat

ବିଶ୍ବ ପର୍ଯ୍ୟଟନ ଦିବସ: ଡାଲ ହ୍ରଦରେ 'ଶିକାରା ରେସ' ଆୟୋଜିତ

author img

By

Published : Sep 27, 2020, 2:54 PM IST

ସ୍ଥିତି ସୁଧୁରିବା ସହ ସ୍ବାଭାବିକ ହେଉଛି ଜୀବନ ଯାତ୍ରା । କାଶ୍ମୀର ଡାଲ ହ୍ରଦରେ ଜଳ କ୍ରୀଡା ସହ ଶିକାର ରେସ ଆୟୋଜିତ । ଅଧିକ ପଢନ୍ତୁ...

ବିଶ୍ବ ପର୍ଯ୍ୟଟନ ଦିବସ: ଡାଲ ହ୍ରଦରେ 'ଶିକାରା ରେସ' ଆୟୋଜିତ
ବିଶ୍ବ ପର୍ଯ୍ୟଟନ ଦିବସ: ଡାଲ ହ୍ରଦରେ 'ଶିକାରା ରେସ' ଆୟୋଜିତ

ଶ୍ରୀନଗର: ଦୀର୍ଘ ଦିନ ଧରି କୋରୋନା ମହାମାରୀ କାରଣରୁ ସମଗ୍ର ବିଶ୍ବରେ ଗମନା ଗମନ ଏକ ପ୍ରକାର ଠପ ହୋଇଯାଇଛି। ଆଉ ଏପରି ସମୟରେ ପର୍ଯ୍ୟଟନ ସ୍ଥଳ ଭ୍ରମଣ କରିବା ତ ବହୁ ଦୂରର କଥା, ଦୀର୍ଘ 7 ମାସ ଧରି ଲୋକ ମାନଙ୍କ ଘରୁ ବାହାରିବା ଉପରେ କଟକଣା ଲାଗୁ କରାଯାଇଥିଲା । ହେଲେ ଏବେ ଧିରେ ଧିରେ ସବୁ ସ୍ବଭାବିକ ହେବାରେ ଲାଗିଲାଣି।

ତେବେ ଆଜି ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ପର୍ଯ୍ୟଟନ ବିଭାଗ ଦ୍ୱାରା ଶ୍ରୀନଗରର ଡାଲ ହ୍ରଦରେ ଜଳ କ୍ରୀଡା ଏବଂ 'ଶିକାରା ରେସ' ଆୟୋଜିତ ହୋଇଛି। ଏଥିରେ ଅନେକ ଯୁବ ଗୋଷ୍ଠୀ ଭାଗ ନେଇଥିବା ଦେଖିବାକୁ ମିଳିଛି ।

କାଶ୍ମୀରର ନିର୍ଦ୍ଦେଶକ ପର୍ଯ୍ୟଟନ ନିସାର ଅହମ୍ମଦ ୱାନି କହିଛନ୍ତି ଯେ, ''ଏହା ମାଧ୍ୟମରେ ପର୍ଯ୍ୟଟନ କ୍ଷେତ୍ରକୁ ବୃଦ୍ଧି କରିବା ମୁଖ୍ୟ ଲକ୍ଷ୍ୟ । କୋରୋନା ମହାମାରୀ କାରଣରୁ ବହୁ ଦିନ ଧରି କାଶ୍ମୀର ପର୍ଯ୍ୟଟନ ସ୍ଥଳ ଖାଲି ପଡିଛି । ଏହି କାରଣରୁ ସକାରଙ୍କୁ ବହୁ ଆର୍ଥିକ କ୍ଷତି ହୋଇଥିବା ବେଳେ ଏଠାକାର ଲୋକେ ଯେଉଁମାନେ ପର୍ଯ୍ୟଟକଙ୍କ ଆଗମନରେ କିଛି ରୋଜଗାର କରି ପରିବାର ଭରଣ ପୋଷଣ କରୁଥିଲେ, ସେମାନେ ମଧ୍ୟ ଅନେକ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ତେଣୁ ଏହି ଦିବସ ଅବସରରେ 'ଶିକାରା ରେସ' ର ଆୟୋଜନ କରାଯାଇ ଏହି ବାର୍ତ୍ତା ଦିଆଯାଉଛି ଯେ, କାଶ୍ମୀର ଏବେ ଟୁରିଜିମ ପାଇଁ ପୁନଃ ପ୍ରସ୍ତୁତ ହୋଇ ସାରିଛି'' ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.