ETV Bharat / bharat

ଭାରତରେ ଜଳ ସଂକଟ ଓ ଏହାର ସମାଧାନ

ଆସନ୍ତା 2030 ମସିହା ସୁଦ୍ଧା ବର୍ତ୍ତମାନ ଠାରୁ ଜଳର ଆବଶ୍ୟକତା ପ୍ରାୟ 40 ପ୍ରତିଶତ ବୃଦ୍ଧି ପାଇବ । କେବଳ ଏତିକି ନୁହେଁ ଭାରତ ଓ ଚୀନ ଭଳି ଦ୍ରୁତ ପ୍ରଗତିଶୀଳ ରାଷ୍ଟ୍ର ଗୁଡ଼ିକରେ 50 ପ୍ରତିଶତରୁ ଊର୍ଦ୍ଧ୍ବ ଜଳ ଆବଶ୍ୟକତା ଜରୁରୀ ହୋଇପଡ଼ିବ । ଅଧିକ ପଢନ୍ତୁ...

ଜଳ ସଂକଟ
author img

By

Published : Nov 24, 2019, 5:05 AM IST

ହାଇଦ୍ରାବାଦ: ବିଶ୍ବର 3 ଭାଗ ହେଉଛି ଜଳ । ଏହା ସତ୍ତ୍ବେ ଦିନକୁ ଦିନ ଜଳ ସଙ୍କଟ ଦେଖାଦେଉଛି । ମାନବ ସମାଜ ପାଇଁ ଜଳ ହେଉଛି ମୌଳିକ ଆବଶ୍ୟକତା ଏବଂ ବିଶ୍ବ ପାଇଁ ଏକ ମହତ୍ତ୍ବପୂର୍ଣ୍ଣ ସମ୍ପତ୍ତି । ତେବେ ବର୍ଦ୍ଧିତ ଜନସଂଖ୍ୟା ଦିନକୁ ଦିନ ଯେଉଁ ଭଳି ଭାବରେ ଜଳଉତ୍ସ ଗୁଡ଼ିକ ଉପରେ ନିର୍ଭରଶୀଳ ହୋଇ ପଡ଼ୁଛି ସେହି ଭାବରେ ଜଳ ଉତ୍ସଗୁଡ଼ିକ ମଧ୍ୟ ଦିନକୁ ଦିନ ବ୍ୟାପକ ଭାବେ ସଂକଟର ସାମ୍ନା କରୁଛି । ତେବେ ଏହାର ଉଦାହରଣ ଭାବେ ଭାରତ ବର୍ତ୍ତମାନ ଏକ ବୃହତ ଜଳସଂକଟର ସାମ୍ନା କରିବାକୁ ଯାଉଛି । ଭାରତର ଭୂତଳ ଜଳ 2050 ସୁଦ୍ଧା ଶେଷ ହେବାକୁ ଯାଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।

ଜଳ ଉତ୍ସ ଗୁଡ଼ିକ ମଧ୍ୟରେ ନଦୀର ଭୂମିକା ଅତ୍ୟନ୍ତ ଗୁରୁତ୍ତ୍ବପୂର୍ଣ୍ଣ । ଏହି ଉତ୍ସ ପାଇଁ ଉଭୟ ଉପର ଓ ତଳିଆ ଅଞ୍ଚଳର ଲୋକମାନେ ଏହାଦ୍ବାରା ଉପକୃତ ହୋଇଥାନ୍ତି । ତେବେ ଏହି ଉତ୍ସ ଜଳ ପ୍ରବାହରେ ଯେପରି ପର୍ଯ୍ୟାପ୍ତ ସମୟ ପାଇଥାଏ, ଠିକ ସେହିପରି ଅନେକ ଅବରୋଧର ମଧ୍ୟ ସାମ୍ନା କରିଥାଏ । ବର୍ତ୍ତମାନ ସମୟରେ ନଦୀ ସଂଯୋଗୀକରଣକୁ ନେଇ ଅନେକ ରାଜନୈତିକ ଆଲୋଚନା ମଧ୍ୟ ଜାରି ରହିଛି । ଏହାକୁ ନେଇ ଅନେକ ରାଜନୈତିକ ତର୍କ ମଧ୍ୟ ଉଠୁଛି । ବିପକ୍ଷ ଦଳମାନଙ୍କ ପାଇଁ ଏକ ରାଜନୈତିକ ପ୍ରସଙ୍ଗ ପାଲଟିଯାଇଛି ।

ରାଜନୈତିକ ଚୁକ୍ତିନାମାର ପରିଧି ମଧ୍ୟରେ ଏହି ନଦୀ ସଂଯୋଗୀକରଣ ନୀତି ସୀମିତ ରହୁଛି । ନଦୀ ବନ୍ଧ ନିର୍ମାଣ କିମ୍ବା ମରାମତି, ଡ୍ୟାମ ନିର୍ମାଣ ଏପରିକି ନଦୀକୁ ସଂଯୋଗ କରିବା ପାଇଁ ହେଉଥିବା ବ୍ୟାରେଜର ଡିଜାଇନ ମଧ୍ୟ ରାଜନୈତିକ ସନ୍ଦର୍ଭ ମଧ୍ୟରେ ସୀମିତ ରହୁଛି । ସେହିପରି ନଦୀକୂଳିଆ ଅଞ୍ଚଳବାସୀଙ୍କ ମତରେ ଏହା ଭିନ୍ନ ଭିନ୍ନ ହୋଇଥାଏ ଯାହା ସାଧାରଣ ଲୋକମାନଙ୍କୁ ବେଶ ରୋମାଞ୍ଚିତ କରିଥାଏ । ତେବେ ସେ ଯାହାବି ହେଉ ଦ୍ବିପାକ୍ଷିକ ସମ୍ପର୍କ ଏବଂ ତୃଣମୂଳ ସ୍ତରରେ ଉନ୍ନତି ପାଇଁ ବର୍ତ୍ତମାନ ସମୟରେ ନଦୀ ସଂଯୋଗୀକରଣ ଏକ ଅପରିହାର୍ଯ୍ୟ ହୋଇପଡ଼ିଛି ।

ତେବେ ଏଭଳି ସ୍ଥଳରେ ତୃଣମୂଳ ସ୍ତରରେ ଅନେକ ଚ୍ୟାଲେଞ୍ଜ ମଧ୍ୟ ଆସିଥାଏ । ଏଥିପାଇଁ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଏକ ନୀତି ଆଣିବାର ଆବଶ୍ୟକ ରହିଛି । କେବଳ ଏତିକି ନୁହେଁ ହେଲଦୀ ରିଭର୍ସ ନୀତିକୁ ମଧ୍ୟ ଲାଗୁ କରିବାର ଆବଶ୍ୟକତା ରହିଛି । ପୂର୍ବରୁ ହୋଇଥିବା ସନ୍ଧି ଗୁଡିକ ସମ୍ପର୍କରେ ପୂନର୍ବାର ଆଲୋଚନା କରିବାର ସମୟ ଆସିଛି । ଏହା ସହିତ ଜଳବିଦ୍ୟୁତ ପ୍ରକଳ୍ପ ଉପରେ ମଧ୍ୟ ଚିନ୍ତା କରିବାର ସମୟ ଆସିଛି । ରାଜନୈତିକ ସମ୍ପର୍କ ମାଧ୍ୟମରେ ଭୌଗୋଳିକ ଦୃଷ୍ଟିରୁ କୋଣରୁ ନଦୀର ଉପର ଭାଗ, ମଧ୍ୟ ଭାଗ ଏବଂ ନିମ୍ନ ଭାଗରେ ଥିବା ଅଞ୍ଚଳ ଗୁଡ଼ିକର ଉନ୍ନତି କରାଯିବାର ଆବଶ୍ୟକତା ଅତ୍ୟନ୍ତ ବଢିସାରିଛି ।

ସେହିଭଳି ଏକ ସକ୍ରିୟ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରାଯିବାର ଆବଶ୍ୟକତା ରହିଛି । ତେବେ ପୃଥିବୀର ତିନି ଭାଗ ଅଞ୍ଚଳ ଜଳଭାଗ । ତେବେ ଏହି ସମ୍ପୂର୍ଣ୍ଣ ଜଳଭାଗରେ କେବଳ 3 ପ୍ରତିଶତ ମଧୁର ଜଳ । ଏଥିରୁ 2 ପ୍ରତିଶତ ବରଫ ଆକାରରେ ପୃଥିବୀର ବିଭିନ୍ନ ଅଞ୍ଚଳରେ ରହିଛି ଏବଂ ଗୋଟିଏ ପ୍ରତିଶତ ନଦୀ, ହ୍ରଦ, ପୋଖରୀ, ଝରଣା, ବିଭିନ୍ନ ପ୍ରକାର ଜଳଉତ୍ସରେ ରହିଥିବା ଦେଖିବାକୁ ମିଳିଛି । ତେବେ ଏହି ସବୁ ସ୍ଥାନରେ ରହିଥିବ ଜଳଗୁଡ଼ିକ ମଣିଷ ବ୍ୟବହାର ଉପଯୋଗୀ ।

ତେବେ ଏକ ସର୍ଭେ ଅନୁଯାୟୀ ବିଗତ ଏକ ଦଶନ୍ଧି ମଧ୍ୟରେ ବିଶ୍ବର ଜନସଂଖ୍ୟା ତିନି ଗୁଣା ବଢିଥିବା ବେଳେ ପାନୀୟ ଜଳର ବ୍ୟବହାର ପ୍ରାୟ 6 ଗୁଣା ବଢିଛି । ଆସନ୍ତା 2030 ମସିହା ସୁଦ୍ଧା ବର୍ତ୍ତମାନ ଠାରୁ ଜଳର ଆବଶ୍ୟକତା ପ୍ରାୟ 40 ପ୍ରତିଶତ ବୃଦ୍ଧି ପାଇବ । କେବଳ ଏତିକି ନୁହେଁ ଭାରତ ଓ ଚୀନ ଭଳି ଦ୍ରୁତ ପ୍ରଗତିଶୀଳ ରାଷ୍ଟ୍ର ଗୁଡ଼ିକରେ 50 ପ୍ରତିଶତରୁ ଊର୍ଦ୍ଧ୍ବ ଆବଶ୍ୟକତା ଜରୁରୀ ହୋଇପଡ଼ିବ ବୋଲି ଉକ୍ତ ସର୍ଭେ ଅନୁଯାୟୀ ଜଣାପଡ଼ିଛି ।

2004ରେ ସଂଯୁକ୍ତ ରାଷ୍ଟ୍ର କରିଥିବା ଅନୁମାନ ଅନୁଯାୟୀ 2030 ସୁଦ୍ଧା ବିଶ୍ବର ଜନସଂଖ୍ୟା 7.5 ବିଲିଅନରେ ପହଞ୍ଚିଥିବ । କେବଳ ଏତିକି ନୁହେଁ, 2050 ସୁଦ୍ଧା ଏହା 9 ବିଲିଅନ ଛୁଇଁଯାଇଥିବ । ତେବେ ବିଶ୍ବର ବର୍ତ୍ତମାନ ଜନସଂଖ୍ୟା 6.7 ବିଲିଅନ ରହିଛି । ଜନସଂଖ୍ୟା ବୃଦ୍ଧି ରାଷ୍ଟ୍ର ଗୁଡ଼ିକ ଏହି ଜଳ ସଂକଟ ଭଳି ଗୁରୁତର ସମସ୍ୟାକୁ ପ୍ରଥମେ ସାମ୍ନା କରିବେ । ବୃଦ୍ଧି ପାଉଥିବା ଜନସଂଖ୍ୟା ଏବଂ ଅର୍ଥବ୍ୟବସ୍ଥା ଓ ଯୋଗାଣ ମଧ୍ୟରେ ବଢୁଥିବା ଦୂରତା ଆଗାମୀ ଦଶନ୍ଧୀ ମଧ୍ୟରେ ଏକ ଗୁରୁତର ସମସ୍ୟା ଭାବେ ଦେଖା ଦେବ ।

ତେବେ ଭାରତ ଆବଶ୍ୟକ କରୁଥିବା ପାଣି ଆଗାମୀ ଦିନରେ ଏକ ବଡ଼ ସମସ୍ୟା ସୃଷ୍ଟି କରିବାକୁ ଯାଉଛି । ବିଶ୍ବବ୍ୟାଙ୍କ 1999 ମସିହାରେ ଦେଇଥିବା ରିପୋର୍ଟରେ ସୂଚନା ଦେଇଥିଲା ଯେ, 2025 ମସିହାରେ ସମଗ୍ର ବିଶ୍ବର ଜଳର ଆବଶ୍ୟକ 552 ବିସିଏରୁ ବଢି 1050 ବିସିଏମରେ ପହଞ୍ଚି ଯାଇଥିବ । ଯାହା ପାଇଁ ଦେଶରେ ଥିବା ସମସ୍ତ ଜଳ ଉତ୍ସକୁ ବ୍ୟବହାର କରିବାର ଆବଶ୍ୟକ ହୋଇ ପଡ଼ିବ । ରିପୋର୍ଟ ମୁତାବକ ପ୍ରତିଟି ଲୋକ ପାଇଁ 1947 ମସିହାରେ 5 ହଜାର କ୍ୟୁବିକ ଜଳ ରହିଥିବା ବେଳେ 1997 ମସିହାରେ ତାହା ଖସି ଆସି 2 ହଜାର କ୍ୟୁବିକରେ ପହଞ୍ଚିଛି । ତେବେ ତାହା ଆସନ୍ତା 2025 ମସିହା ବେଳକୁ ପ୍ରାୟ 1500 କ୍ୟୁବିକ କୁ ଖସି ଆସିବ ବୋଲି ଜଣାପଡ଼ିଛି ।

ଭାରତର 20 ପ୍ରମୁଖ ନଦୀ ମଧ୍ୟରୁ 6ଟି ନଦୀର ତଟୀୟ ଅଞ୍ଚଳରେ ବ୍ୟାପକ ଭାବେ ଜଳ ସମସ୍ୟା ଦେଖାଦେଉଥିବା ଜଣାପଡ଼ିଛି । 2009ରେ ମ୍ୟାକିନ୍ସ ରିପୋର୍ଟ ମୁତବାକ 2030 ସୁଦ୍ଧା ଭାରତରେ ପାନୀୟ ଜଳ ଆବଶ୍ୟକତା ପ୍ରାୟ 2.5 ଟ୍ରିଲିୟନ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଜନସଂଖ୍ୟା ବୃଦ୍ଧି, ଫସଲ, ଏବଂ ଚାଉଳ, ଗହମ ଭଳି ଫସଲ କାରଣରୁ ଏହା ବ୍ୟାପକ ଭାବେ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି ।

ରିପୋର୍ଟ ମୁତାବକ ବର୍ତ୍ତମାନ ପାଣିର ଯୋଗାଣ ପ୍ରାୟ 740 ବିଲିଅନ ରହିଛି । ଏଥିରୁ ସ୍ପଷ୍ଟ ଭାବେ ଅନୁମେୟ ଭବିଷ୍ୟତରେ ସାମୂହିକ ଉନ୍ନତି, ଆର୍ଥିକ ଉନ୍ନତି ସହତି ଚାଷ କ୍ଷେତ୍ରର ଉନ୍ନତି ପାଇଁ ଜଳର ଆବଶ୍ୟକ ଅତ୍ୟନ୍ତ ଜରୁରୀ ହୋଇପଡ଼ିବ । ପାଣିର ପରିଚାଳନା କମିଟି ଏହି ଅତିରିକ୍ତି ପାଣି ଯୋଗାଣ ପାଇଁ ନେତୃତ୍ବ ନେବ । ସବୁଠାରୁ ବଡ଼ କଥା ହେଉଛି ଏଥିପାଇଁ ବିଭିନ୍ନ ପ୍ରକାର ଜଳ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ପ୍ରଭାବ ଏବଂ ଜନ ସଚେତନତା ବିସ୍ତାର କରାଯାଉଛି । ତେବେ ଏହି ସଚେତନତା ଜଳ ସଂକଟର ସମାଧାନ ପାଇଁ ଯଥେଷ୍ଟ ନୁହେଁ । ଏହି ଜଳ ସଂକଟକୁ ଦୂରେଇବା ପାଇଁ ଦୃଷ୍ଟାନ୍ତମୁଳକ ପଦକ୍ଷେପର ଆବଶ୍ୟକତା ରହିଛି ।

ଏହା ପାଣିପାଗ ପରିବର୍ତ୍ତନ ଉପରେ ଏକ ସନ୍ଦର୍ଭ, ଯାହା ଜଳ ସଂକଟ ରୋକିବାରେ ପ୍ରମୁଖ ପ୍ରଭାବ ପକାଇବାରେ ସହାୟକ ହେବ । ତେବେ ପାଣିକୁ ପୁନଃ ବ୍ୟବହାର, ସଂରକ୍ଷଣ ଏବଂ ଫସଲରେ ବ୍ୟବହାର ପାଇଁ ଏକ ପରିଚାଳନା କମିଟି ରହିଛି । ଯାହା ଏହି ଦାୟିତ୍ବକୁ ସ୍ବଚାରୁରୂପେ ତୁଲାଉଛି । ମରୁଡି ସମୟରେ, ବନ୍ୟା ସମୟରେ ପାଣିର ସୁପରିଚାଳନା ଏହି କମିଟି ଦାୟିତ୍ବରେ ରହିଛି । ତେବେ ଅନିୟମିତ ବର୍ଷା ଏବଂ ସଂରକ୍ଷଣ ଥିବା ଜଳକୁ ପରିଚାଳନା କରିବା କ୍ଷେତ୍ରରେ ଏହି କମିଟି ପ୍ରମୁଖ ଭୁମିକା ରହିଛି ।

ଜଳ ଉତ୍ସ କ୍ଷେତ୍ରରେ ଆବଶ୍ୟକତା ଓ ଯୋଗାଣ ମଧ୍ୟରେ ରହିଥିବା ଦୂରତା, ଏହାଦ୍ବାରା ପଡ଼ୁଥିବା ପ୍ରଭାବ ଉପରେ ଆଲୋଚନା କରିବାର ଆବଶ୍ୟକତା ରହିଛି । ଜଳକୁ ସଂରକ୍ଷଣ କରିବାର ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରାଯିବାର ସମୟ ଆସିଛି । ସ୍ଥାନୀୟ ଅଞ୍ଚଳରେ ଜଳଉତ୍ସରୁ ଜଳ ସଂରକ୍ଷଣ ପାଇଁ ବଡ଼ବଡ଼ ଟାଙ୍କିର ବ୍ୟବହାର କରାଯିବାର ଆବଶ୍ୟକତା ରହିଛି । ଏହି ଦୃଷ୍ଟି କୋଣରୁ ଭାରତର ଦ୍ବୀପ ଅଞ୍ଚଳ ଗୁଡ଼ିକର ଭୁମିକା ଅତ୍ୟନ୍ତ ଗୁରୁତ୍ତ୍ବପୂର୍ଣ୍ଣ ରହିଛି । ସିଞ୍ଚନ ଏବଂ ପିଇବା ପାଇଁ ଆବଶ୍ୟକ ଜଳକୁ ସଂରକ୍ଷଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସେହିଭଳି ଅନ୍ୟ ଦୃଷ୍ଟିକୋଣରୁ ମଧ୍ୟ ବର୍ତ୍ତମାନ ଏବଂ ଭବିଷ୍ୟତରେ ଦେଖାଦେବାକୁ ଥିବା ସମସ୍ୟାର ସମାଧାନ ପାଇଁ ମଧ୍ୟ ଏହା ଉପଯୋଗୀ ହୋଇପାରିବ ।

ତେବେ ଏଥିରେ ରାଷ୍ଟ୍ରୀୟ ଜଳ ଗ୍ରୀଡ଼ ସାମିଲ ରହିଛି । ଯାହା ପିଇବା ପାଣିକୁ ଆବଶ୍ୟକତା ମୁତାବକ ବ୍ୟବହାର କରାଯିବା ସହିତ ମରୁଡ଼ି ସଂକଟକୁ କମାଇବାରେ ସହାୟକ ହେବ । ଏହା ସହିତ ନିକଟସ୍ଥ ଜଳ ଉତ୍ସ ଗୁଡ଼ିକରେ ଭାରସାମ୍ୟ ରକ୍ଷା କରିବାରେ ଏହି ଗ୍ରୀଡ଼ ବେଶ ସହାୟକ ହେବ । ଭବିଷ୍ୟତରେ ହେବାକୁ ଥିବା ଜଳ ସମସ୍ୟା ପାଇଁ ସମାଧାନ ପାଇଁ ମଧ୍ୟ ଏକ ଗୁରୁ ଦାୟିତ୍ବ ତୁଲାଇବ ବୋଲି ଆଶା ।

ସେପଟେ ନଦୀ ସଂଯୋଗୀକରଣକୁ ନେଇ ରାଜନୈତିକ ସ୍ତରରେ ଏକ ବଡ଼ ପ୍ରୟାସ ଜାରି ରହିଛି । ଏହି ପ୍ରୟାସକୁ ଲାଗୁ କରିବା ପାଇଁ ଏକ ବୃହତ ପଦକ୍ଷେପର ଆବଶ୍ୟକତା ରହିଥିଲା । ଏହି କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଦ୍ବାରା ଏହା ଧିରେ ଧିରେ ସଫଳତା ହାତେଇବାରେ ଲାଗିଛି । 2002 ମସିହାରେ ଏକ ଜନହିତକର ଯାଚିକା ରୁଜୁ କରାଯାଇଥିଲା । ଏହାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଏକ ଟାସ୍କ ଫୋର୍ସ ଗଠନ କରିବାକୁ କହିଥିଲେ । ଏହା ସହିତ 2012 ପର୍ଯ୍ୟନ୍ତ ଏକ ଦଶନ୍ଧି ପାଇଁ ଏକ ଯୋଜନା ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

ତେବେ ସୁପ୍ରିମକୋର୍ଟର ଏହି ନିର୍ଦେଶର ବଳରେ କେନ୍ଦ୍ର ସରକାର 2003ରେ ଏକ ଟାସ୍କ ଫୋର୍ସ ଗଠନ କରିଥିଲେ । ଏହି ଟାସ୍କ ଫୋର୍ସ ନଦୀ ସଂଯୋଗୀକରଣ ଉପରେ କାର୍ଯ୍ୟ ଆରମ୍ଭ କରିଥିଲା । ମାତ୍ର ତାହା ତୃଣମୂଳ ସ୍ତରରେ କାର୍ଯ୍ୟ ଆରମ୍ଭ ହୋଇନଥିବା ଜଣାପଡ଼ିଛି । ତେବେ ଆର୍ଥିକ ଏବଂ ରାଜନୈତିକ କ୍ଷେତ୍ରରେ ଏହି ନଦୀ ସଂଯୋଗୀକରଣ ପ୍ରକଳ୍ପ କେତେଦୂର ପ୍ରଭାବ ଏବଂ କାର୍ଯ୍ୟକ୍ଷମତା ପକାଉଛି ତାହା ଦେଖିବାକୁ ବାକି ରହିଲା ।

ଯଦି ଏହା ଆର୍ଥିକ ଏବଂ ଲାଭଦାୟକ ଉଦ୍ଦେଶ୍ୟରେ ଏହି ପ୍ରକଳ୍ପକୁ ଲାଗୁ କରାଯାଏ ତେବେ ଦେଶର କିଛି କ୍ଷେତ୍ରରେ ଏହାକୁ ଲାଗୁ କରାଯାଇପାରେ । ଏହି ପ୍ରକଳ୍ପକୁ ନୈତିକ ଏବଂ ରାଜନୈତିକ ସମସ୍ୟାକୁ ଦୃଷ୍ଟିରେ ରଖି ଲାଗୁ କରାଯାଇପାରେ । ତେବେ ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାକୁ ଲାଗୁ କରାଯିବାର ଆବଶ୍ୟକତା ରହିଛି । ଫଳରେ ରାଜକୋଷର ଆର୍ଥିକ ବୋଝକୁ କମ କରାଯିବା ସହିତ ଏକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିବାରେ ଏହା ସାହାଯ୍ୟ କରିବ । ଅନୁରୂପ ଭାବେ କେନ୍ଦ୍ର ସରକାରଙ୍କ ଜଳ ବିକାଶ ଏବଂ ସଂଘର୍ଷ ସମାଧାନ କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଏକ ସୁସମ୍ପର୍କ ସ୍ଥାପନ କରାଯାଇପାରିବ ।

Intro:Body:

editorial

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.