ନୂଆଦିଲ୍ଲୀ: ଭାରତରୁ ପାକିସ୍ତାନକୁ ପ୍ରବାହିତ ହେଉଥିବା ନଦୀର ପାଣି ଅଟକାଇବା ନେଇ ବହୁ ଦିନରୁ ଲାଗି ରହିଥିବା ସସପେନ୍ସ ଉପରୁ ପରଦା ଉଠିଛି। ଏନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତ। ଭାରତରୁ ପାକିସ୍ତାନକୁ ପ୍ରବାହିତ ନଦୀର ପାଣିକୁ ଅଟକାଇବାର କାର୍ଯ୍ୟ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା କେନ୍ଦ୍ରମନ୍ତ୍ରୀ ଜଣାଇଛନ୍ତି।
ଏନେଇ ଅନେକ ଫିଜିକାଲ ଟେକ୍ନିକାଲ ଷ୍ଟଡି ରିପୋର୍ଟ ଆସିଥିବା ବେଳେ ଆହୁରି କିଛି ରିପୋର୍ଟ ଆଗାମୀ ଦିନରେ ଆସିଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶେଖାଓ୍ବତ କହିଛନ୍ତି। ଆଗାମୀ ଦିନରେ ନୂଆ ଇତିହାସ ରଚିବୁ ଏବଂ ପାକିସ୍ତାନ ଯାଉଥିବା ଆମ ପାଣିକୁ ଅଟକାଇବାରେ ସମର୍ଥ ହେବୁ।
ନମାମୀ ଗଙ୍ଗା ପ୍ରକଳ୍ପ ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ କହିଛନ୍ତି ଯେ, ଆଜି ଗଙ୍ଗା ବିଶ୍ବରେ ମୁଖ୍ୟ 10ଟି ପରିଷ୍କାର ନଦୀ ମଧ୍ୟରେ ସାମିଲ ହୋଇସାରିଛି। ଯାହା ଦେଶ ପାଇଁ ଗର୍ବର ବିଷୟ।