ETV Bharat / bharat

ହରିୟାଣାରେ ପୋଲିସ-ଖେଳ ଶିକ୍ଷକଙ୍କ ମଧ୍ୟରେ ସଂଘର୍ଷ

ଶୁକ୍ରବାର ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲାଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରିବା ପାଇଁ ଆସିଥିଲେ ଖେଳ ପ୍ରଶିକ୍ଷକ(ପିଟିଆଇ )ଙ୍କ ଏକ ଦଳ । ମାତ୍ର ପବ୍ଲିକ ୱାର୍କସ ବିଭାଗ ଭବନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସହ ସଂଘର୍ଷ ହୋଇଥିଲା ।

ପୋଲିସ- ଖେଳ ଶିକ୍ଷକଙ୍କ ମଧ୍ୟରେ ସଂଘର୍ଷ
ପୋଲିସ- ଖେଳ ଶିକ୍ଷକଙ୍କ ମଧ୍ୟରେ ସଂଘର୍ଷ
author img

By

Published : Sep 26, 2020, 1:41 PM IST

ଚଣ୍ଡୀଗଡ:ଶୁକ୍ରବାର ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲାଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରିବା ପାଇଁ ଆସିଥିଲେ ଖେଳ ପ୍ରଶିକ୍ଷକ(ପିଟିଆଇ)ଙ୍କ ଏକ ଦଳ । ମାତ୍ର ପବ୍ଲିକ ୱାର୍କସ ବିଭାଗ ଭବନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସହ ସଂଘର୍ଷ ହୋଇଥିଲା । ପ୍ରଶିକ୍ଷକ ଉଭୟ ପୋଲିସ ଓ ଚୌଟାଲାଙ୍କ ବିରୋଧରେ ସ୍ଲୋଗାନ ଦେଉଥିଲେ ।

ପୂର୍ବ ଉପମୁଖ୍ୟମନ୍ତ୍ରୀ ଚୌଧୁରୀ ଦେବୀଲାଲ ଚୌଟାଲାଙ୍କ 107ତମ ଜନ୍ମବାର୍ଷିକି ଅବସରେ ଦୁଶ୍ୟନ୍ତ ଚୌଟାଲା ଶ୍ରଦ୍ଧାଞ୍ଜଳୀ ଦେବା ସମୟରେ ଏହି ସଂଘର୍ଷ ହୋଇଥିଲା । ବିକ୍ଷୋଭକାରୀଙ୍କ କହିବାନୁସାରେ, ସେମାନେ ଚାକିରି ପୁନଃସ୍ଥାପନା ପାଇଁ ବିରୋଧ କରୁଛନ୍ତି । ସେମାନେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିଲେ ମାତ୍ର ପୋଲିସ ଆସି ଲାଠି ଚାର୍ଜ କରିଥିଲା ।

ଆଉ ଜଣେ ବିକ୍ଷୋଭକାରୀ କହିଛନ୍ତି ଯେ, ସଂର୍ଘଷ ବେଳେ ପୋଲିସର ଲାଠିଚାର୍ଜରେ ସେ ଆହତ ହୋଇଛନ୍ତି । ‘ବେଟି ବଚାଓ, ବେଟି ପଢାଓ’ ନାରା ଦେଉଥିବା ବେଳେ ପୋଲିସ ଆକ୍ରମଣ କରିଥିଲା । ଚଳିତ ବର୍ଷ ଏପ୍ରିଲରେ ସୁପ୍ରିମକୋର୍ଟ ହରିୟାଣାର 1,983 ପିଟିଆଇ ନିଯୁକ୍ତିକୁ ଏଡାଇ ଦେଇଛନ୍ତି। 2010 ରେ ଭୁପିନ୍ଦର ସିଂ ହୁଡାଙ୍କ ସମୟରେ ସେମାନଙ୍କ ଚୟନ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.