ନୂଆଦିଲ୍ଲୀ: କୋହଭରା କଣ୍ଠରେ କାନ୍ଦୁଛନ୍ତି ଦିଲ୍ଲୀ ପୋଲିସର ଜଣେ କନେଷ୍ଟବଳ । ଯେଉଁ ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବରିଷ୍ଠ ଅଧିକାରୀଙ୍କ ଅତ୍ୟାଚାରର ଶିକାର ହେଉଥିବା ସେ କାନ୍ଦିକାନ୍ଦି କହୁଥିବା ଶୁଣିବାକୁ ମିଳୁଛି ।
ଅଧିକାରୀମାନେ ତାଙ୍କୁ ଅତ୍ୟାଚାର କରିବା ସହ ଅଶ୍ରବ୍ୟ ଭାଷାରେ ଗାଳି ଗୁଲଜ ଓ ଧମକ ଦେଉଥିବା ସେ ଭିଡିଓରେ କହିଛନ୍ତି ।
ପୂର୍ବ ଦିଲ୍ଲୀର ସୀମାପୁର ଅଞ୍ଚଳର କନେଷ୍ଟବଳ କପିଲ ସିଂହ ବ୍ୟକ୍ତିଗତ କାରଣ ବିଷୟରେ ଆଲୋଚନା କରିବା ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କ ଯାଇଥିଲେ । ହେଲେ ସେଠାରେ ଅନୁପସ୍ଥିତ ଥିବା ତାଙ୍କର ଜଣେ ସାଥୀ ସହଯୋଗୀ ହଠାତ ସେଠାରେ ପହଞ୍ଚ କପିଲଙ୍କ କ୍ୟାରିୟରକୁ ସମାପ୍ତ କରିଦେବାକୁ ଧମକ ଦେଇଥିଲେ ।
ଭିଡିଓଟି ଭାଇରାଲ ହେବା ପରେ ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ