ETV Bharat / bharat

ସିବିଏସଇ ପରୀକ୍ଷା 2019-2020, ଦେଖନ୍ତୁ ଲାଟେଷ୍ଟ ଅପଡେଟ - ମାନବ ସମ୍ବଳ ବିକାଶ ବିଭାଗ ଘୋଷଣା

କୋରୋନା କବଳରେ ସାରା ବିଶ୍ବ କବଳିତ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ପରୀକ୍ଷା ଏନେଇ ଅଧାରେ ଝୁଲି ରହିଥିବା ବେଳେ ଏବେ ଆସିଛି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଅଧିକ ପଢ଼ନ୍ତୁ...

CBSE EXAM 2019-2020, cbse exam update, ministry of human resource developement latest announcement, latest cbse news, ସିବିଏସଇ ପରୀକ୍ଷା 2019-2020, ସିବିଏସଇ ପରୀକ୍ଷା ଅପଡେଟ, ମାନବ ସମ୍ବଳ ବିକାଶ ବିଭାଗ ଘୋଷଣା, ଲାଟେଷ୍ଟ ସିବିଏସଇ ନ୍ୟୁଜ୍‌
ସିବିଏସଇ ପରୀକ୍ଷା 2019-2020, ଦେଖନ୍ତୁ ଲାଟେଷ୍ଟ ଅପଡେଟ
author img

By

Published : Apr 2, 2020, 7:54 PM IST

ନୂଆଦିଲ୍ଲୀ: କୋରୋନା କବଳରେ ସାରା ବିଶ୍ବ କବଳିତ । ଯେଉଁଥିରୁ ବାଦ ପଡ଼ିନି ପରୀକ୍ଷା । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ପରୀକ୍ଷା ଏନେଇ ଅଧାରେ ଝୁଲି ରହିଥିବା ବେଳେ ଏବେ ଆସିଛି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାରେ ପାସ କରିବା ପାଇଁ ନିର୍ଦ୍ଦେଶ ରହିଛି । ଏନେଇ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ସେପଟେ ନବମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲରେ ସେମାନଙ୍କ ପ୍ରୋଜେକ୍ଟ ଓ ଅନ୍ୟ ଆକ୍ଟିଭିଟିରେ ଗ୍ରେଡ ଆଧାରରେ ପାସ କରାଇବା ପାଇଁ ନିର୍ଦ୍ଦେଶ ରହିଛି । ଏଥିସହ ଯେଉଁ ସ୍କୁଲମାନଙ୍କରେ ଲକଡାଉନ ପୂର୍ବରୁ ପରୀକ୍ଷା ଶେଷ ହୋଇଛି, ସେମାନେ ଫଳାଫଳ ବାହାର କରିବା ସହ ଛାତ୍ରଛାତ୍ରୀମାନଙ୍କ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।

  • 📢 Announcement
    Due to the #COVID19 situation & keeping in mind the academic future of students, Union HRD Minister @DrRPNishank has advised @cbseindia29 to conduct board examinations only for 29 main subjects that are required for promotion & maybe crucial for admissions in HEIs pic.twitter.com/2V7N7kp0Oh

    — Ministry of HRD (@HRDMinistry) April 1, 2020 " class="align-text-top noRightClick twitterSection" data=" ">

ଉଦାହରଣ ସ୍ବରୂପ ଯେଉଁ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷାରେ କମ ମାର୍କ ଆସିଛି କିମ୍ବା ଯେଉଁମାନେ ଫେଲ ହୋଇଛନ୍ତି ସେମାନଙ୍କୁ ଏହି ଲକଡାଉନ ସମୟରେ ଏକ୍ସଟ୍ରା କ୍ଲାସ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଅନଲାଇନ ବା ଅଫଲାଇନ ଟେଷ୍ଟ ଯୋଗାଇବା ପାଇଁ ମଧ୍ୟ କୁହାଯାଇଛି । ଏହି ଟେଷ୍ଟ ଆଧାରରେ ଛାତ୍ରଛାତ୍ରମାନଙ୍କ ପ୍ରୋମୋଶନ ନିର୍ଦ୍ଧାରଣ କରାଯିବ ।

  • Please note: As & when the Board is in a position to hold examinations, it shall conduct examinations for the 29 subjects by giving adequate notice.

    Please find below the press release of #CBSE regarding various classes promotion and board examinations.

    Study Well & Stay Safe! pic.twitter.com/fasHYMsKE5

ତେବେ ପୂର୍ବରୁ ମାନବ ସମ୍ବଳ ବିକାଶ ବିଭାଗ ପକ୍ଷରୁ ହୋଇଥିବା ଘୋଷଣା ଅନୁଯାୟୀ ଆବଶ୍ୟକୀୟ 29ଟି ବିଷୟରେ ପରୀକ୍ଷା କରାଯାଇଥିଲା । ଯାହା ଆଧାରରେ ଛାତ୍ରଛାତ୍ରୀମାନଙ୍କର କଲେଜ ବା ଉଚ୍ଚ ଶିକ୍ଷା ପାଇଁ ଆଡମିଶନ ହୋଇପାରିବ । ତେବେ ଏସମ୍ବନ୍ଧୀୟ ଅଧିକ ତଥ୍ୟ ପାଇଁ ଆପଣ ବୋର୍ଡର ୱେବସାଇଟ ‘www.cbse.nic.in’କୁ ଯାଇପାରିବେ ।

ସୋସିଆଲ ମିଡିଆରେ ମଧ୍ୟ ଆପଣ ଏସମ୍ବନ୍ଧୀୟ ତଥ୍ୟ ପାଇପାରିବେ:

ଇନଷ୍ଟାଗ୍ରାମ: https://instagram.com/cbse_hq_1929

ଟ୍ବିଟର: https://twitter.com/@cbseindia29

ଫେସବୁକ: https://www.facebook.com/cbseindia29/

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.