ETV Bharat / bharat

କାନ୍ଥ ଭୁଷୁଡି ମା' ସମେତ 3 ଶିଶୁ ମୃତ

ଘର କାନ୍ଥ ଭୁଷୁଡିବାରୁ ଆଖି ବୁଜିଛନ୍ତି ଗୋଟିଏ ପରିବାରର 4 ସଦସ୍ୟ । ଶନିବାର ସକାଳେ ଚାଲକେରେ ତାଲୁକ ଅନ୍ତର୍ଗତ ରାମଯୋଗୀହାଲିରେ ଘଟିଛି ଏହି ଘଟଣା ।

author img

By

Published : Feb 9, 2019, 3:07 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଚିତ୍ରଦୁର୍ଗ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଚିତ୍ରଦୁର୍ଗ
ଚିତ୍ରଦୁର୍ଗ: ଘର କାନ୍ଥ ଭୁଷୁଡିବାରୁ ଆଖି ବୁଜିଛନ୍ତି ଗୋଟିଏ ପରିବାରର 4 ସଦସ୍ୟ । ଶନିବାର ସକାଳେ ଚାଲକେରେ ତାଲୁକ ଅନ୍ତର୍ଗତ ରାମଯୋଗୀହାଲିରେ ଘଟିଛି ଏହି ଘଟଣା । ଯେଉଁଥିରେ କାନ୍ଥ ଭୁଷୁଡିବାରୁ ମା' ସମେତ 3 ଶିଶୁ ପ୍ରାଣ ହରାଇଛନ୍ତି ।
undefined

ସୂଚନା ମୁତାବକ ମୃତ ମହିଳା ଜଣଙ୍କ ହେଉଛନ୍ତି ନାଗରତ୍ନମ୍ମା ଓ ମୃତ ଶିଶୁମାନେ ହେଉଛନ୍ତି କୋମଲା(2), ତୀର୍ଥବର୍ଦ୍ଧନା(4), ଯଶସ୍ବିନୀ(5) । ଏତତ୍‌ ବ୍ୟତୀତ ଘଟଣାରେ ଆହତ ହୋଇଥିବା ପରିବାରର ଅନ୍ୟ ସଦସ୍ୟ ଚନ୍ଦ୍ରଶେଖର ଓ ଦେବିକାଙ୍କୁ ବର୍ତ୍ତମାନ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଏହି ଦୁର୍ଘଟଣାକୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳିଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।

Intro:Body:

କାର୍ତ୍ତାଲରେ କୋଠା ଭୁଷୁଡି ଘଟଣା: ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି

ଇସ୍ତାନବୁଲ: କାର୍ତ୍ତାଲ ଜିଲ୍ଲାରେ ବୁଧବାର ହୋଇଥିବା କୋଠା ଭୁଷୁଡି ଘଟଣାରେ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ଗୁରୁବାର ଏହି ସଂଖ୍ୟା 10 ରହିଥିବା ବେଳେ ଶୁକ୍ରବାର ମିଳିଛି ଆଉ ଜଣଙ୍କର ମୃତଦେହ । ଫଳରେ ଏହି ଘଟଣାରେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା 11ରେ ପହଞ୍ଚିଛି । 

ବୁଧବାର କାର୍ତ୍ତାଲ ଜିଲ୍ଲାରେ ଏକ 8 ମହଲା ବିଶିଷ୍ଟ କୋଠା ଭୁଷୁଡିଥିଲା । ଯେଉଁଥିପାଇଁ ଗୁରୁବାର ଜରୁରୀକାଳୀନ ପରସ୍ଥିତି ଘୋଷଣା କରାଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏଥିରେ ସନ୍ଧାନୀ କୁକୁରଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା । ତେବେ ଦୀର୍ଘ ସମୟର ସନ୍ଧାନ କାର୍ଯ୍ୟ ପରେ ମୋଟ୍‌ 13 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଜବତ ହୋଇଥିଲା ଜଣଙ୍କର ମୃତଦେହ । 

ଶୁକ୍ରବାର ଜଣଙ୍କ ମୃତଦେହ ଉଦ୍ଧାର ହେବା ପରେ ମଧ୍ୟ ଦୀର୍ଘ ସମୟ ଧରି ଆହତଙ୍କ ପ୍ରିୟଜନ ଘଟଣାସ୍ଥଳ ପାଖରେ ଅପେକ୍ଷା କରି ରହିଥିଲେ । ହେଲେ ଉଦ୍ଧାରକାରୀ ଦଳ ଏନେଇ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ଫଳରେ ଘଟଣାକୁ 3ଦିନ ବିତିବା ପରେ ମଧ୍ୟ ଭୟ ଓ ଆଶଙ୍କା ମଧ୍ୟରେ ରହିଛନ୍ତି ଆହତଙ୍କ ପରିବାର ଲୋକେ । 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.