ETV Bharat / bharat

’ମହିଳା ଓ ଶିଶୁଙ୍କ ପ୍ରତି ବଢୁଥିବା ଅପରାଧ ପାଇଁ ଦାୟୀ ଓଟିଟି’

author img

By

Published : Jun 22, 2020, 11:52 AM IST

ମହିଳା ଓ ଶିଶୁଙ୍କ ପ୍ରତି ବଢୁଥିବା ଅପରାଧ ପାଇଁ ନେଟଫ୍ଲିକ୍ସ, ଆମାଜାନ ପ୍ରାଇମ ଭଳି ଓଟିଟି ଦାୟୀ । ତେଣୁ ଏହା ଉପରେ ସେନସର ଲଗାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର । ଅଧିକ ପଢନ୍ତୁ...

’ମହିଳା ଓ ଶିଶୁଙ୍କ ପ୍ରତି ବଢୁଥିବା ଅପରାଧ ପାଇଁ ଦାୟୀ ଓଟିଟି’
’ମହିଳା ଓ ଶିଶୁଙ୍କ ପ୍ରତି ବଢୁଥିବା ଅପରାଧ ପାଇଁ ଦାୟୀ ଓଟିଟି’

ନୂଆଦିଲ୍ଲୀ: ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ହିଂସା ତଥା ଅପରାଧ ପାଇଁ ଦାୟୀ ନେଟଫ୍ଲିକ୍ସ ଓ ଆମାଜମ ପ୍ରାଇମ ଭଳି ଓଟିଟି (ଓଭର ଦି ଟପ) ଷ୍ଟ୍ରିମିଂ ଆପ । ଏଭଳି ଷ୍ଟ୍ରିମିଂ ଆପ ଉପରେ ସରକାର ସେନସର ଲାଗୁ କରନ୍ତୁ ବୋଲି ନିବେଦନ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ।

ଷ୍ଟ୍ରିମିଂ ସେବା ସମ୍ବନ୍ଧୀୟ ନିୟମରେ କୌଣସି ସ୍ପଷ୍ଟତା ନାହିଁ । କୌଣସି ସେନ୍ସର ସିପ ବିନା “ଅନୁପଯୁକ୍ତ” ବିଷୟବସ୍ତୁ “ଗ୍ରହଣୀୟ ନୁହେଁ” ବୋଲି କହିଛନ୍ତି ନିତିଶ କୁମାର । 1952 ସିନାମୋଟୋଗ୍ରାଫି ନିୟମର ସଂଶୋଧନ କରିବା ଦରକାର ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଯୋଗେ ଉଲ୍ଲେଖ କରିଛନ୍ତି ।

ଏହା ବ୍ୟତୀତ ଅଶ୍ଳୀଳ ତଥା ହିଂସାତ୍ମକ ବିଷୟବସ୍ତୁ ଥିବା କାର୍ଯ୍ୟକ୍ରମ ପ୍ରଡକ୍ସନ ଏବଂ ପ୍ରସାରଣ ଅପରାଧର ଅଧୀନରେ ଆଣିବା ଉଚିତ । ଯାହା ଦ୍ବାରା ସମ୍ପୃକ୍ତ ଲୋକଙ୍କୁ ଦଣ୍ଡ ଦିଆଯାଇପାରିବ ବୋଲି କୁମାର କହିଛନ୍ତି।

ବର୍ତ୍ତମାନ ସମୟରେ କେବୁଲ କିମ୍ବା ଡିଚିଏଚ ଟିଭିର ମାସିକ ଦେୟ ଅପେକ୍ଷା ଓଟିଟି ଆପ୍ସର ସବସ୍କ୍ରିପସନ ଦେୟ କମ ରହୁଛି । ତା ସହିତ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ ଓ ଇଣ୍ଟରନେଟ ରହୁଥିବାରୁ ଏହି ସବୁ ଓଟିଟି ଆପ୍ସକୁ ଅନେକ ଡାଉନଲୋଡ କରୁଛନ୍ତି ।

ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବରରେ ମଧ୍ୟ ନୀତିଶ କୁମାର ପିଏମଙ୍କୁ ଏକ ଚିଠି ଲେଖିଥିଲେ । ଯେଉଁଥିରେ ସେ ଅନଲାଇନ ପର୍ଣ୍ଣ ବା ଆଡଲ୍ଟ ସାଇଟକୁ ବ୍ୟାନ କରିବା ପାଇଁ ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.