ETV Bharat / bharat

CAA ପ୍ରସଙ୍ଗ; ୟୁରୋପୀୟ ସଂସଦରେ ଭାରତର କୂଟନୈତିକ ବିଜୟ, ଘୁଞ୍ଚିଲା ମତଦାନ

ସିଏଏ ବିରୋଧରେ ୟୁରୋପୀୟ ସଂସଦରେ ଆଗତ ପ୍ରସ୍ତାବ ଉପରେ ଆଜି(ଗୁରୁବାର) ହେବାକୁ ଥିବା ମତଦାନ ଘୁଞ୍ଚାଇ ଦିଆଯାଇଛି ।  ଏବେ ଏହି ମତଦାନ ମାର୍ଚ୍ଚ ୨ରେ ଆରମ୍ଭ ହେବାକୁ ଥିବା ସଂସଦର ନୂଆ ଅଧିବେଶନରେ ହେବ। ଅଧିକ ପଢନ୍ତୁ...

author img

By

Published : Jan 30, 2020, 8:20 AM IST

european-parliament
ୟୁରୋପୀୟ ସଂସଦ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ପ୍ରସଙ୍ଗରେ ଭାରତକୁ କୂଟନୈତିକ ସଫଳତା ମିଳିଛି । ସିଏଏ ବିରୋଧରେ ୟୁରୋପୀୟ ସଂସଦରେ ଆଗତ ପ୍ରସ୍ତାବ ଉପରେ ଆଜି(ଗୁରୁବାର) ହେବାକୁ ଥିବା ମତଦାନ ଘୁଞ୍ଚାଇ ଦିଆଯାଇଛି । ଏବେ ଏହି ମତଦାନ ମାର୍ଚ୍ଚ ୨ରେ ଆରମ୍ଭ ହେବାକୁ ଥିବା ସଂସଦର ନୂଆ ଅଧିବେଶନରେ ହେବ। ତେବେ ୟୁରୋପୀୟ ସଂସଦର ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ପରିବର୍ତ୍ତନ କରାଯାଇଥିବା କୁହାଯାଉଛି । କାରଣ ପ୍ରଧାନମନ୍ତ୍ରୀ ମୋଦି ମାର୍ଚ୍ଚ ମାସରେ ବ୍ରେସେଲ୍ସରେ ହେବାକୁ ଥିବା ଦ୍ବିପାକ୍ଷିକ ସମ୍ମିଳନୀରେ ଯୋଗ ଦେବାର ଯୋଜନା କରିଛନ୍ତି । ତାଙ୍କର ଏହି ଯୋଜନାରେ କୌଣସି ବାଧା ସୃଷ୍ଟି ନକରିବା ପାଇଁ ଏଭଳି କରାଯାଇଥିବା ଚର୍ଚ୍ଚା ହେଉଛି ।

ସରକାରୀ ସୂତ୍ର ମତଦାନ ଘୁଞ୍ଚାଇବାର ନିଷ୍ପତ୍ତିକୁ ଭାରତର କୂଟନୈତିକ ସଫଳତା ହିସାବରେ ଦେଖୁଛନ୍ତି । ସୂତ୍ରର କହିବା ଅନୁସାରେ,' ବୁଧବାର ପାକିସ୍ତାନର ବନ୍ଧୁ ଉପରେ ଭାରତର ବନ୍ଧୁ ଭାରି ପଡ଼ିଛି । ସିଏଏ ଭାରତ ଆଭ୍ୟନ୍ତରୀଣ ମାମଲା ଏବଂ ଏହାକୁ ସୁନିଶ୍ଚିତ ପ୍ରକ୍ରିୟା ଦ୍ବାରା ପ୍ରଣୟନ କରାଯାଇଥିବା ସରକାର ବାରମ୍ବାର କହିଆସୁଛନ୍ତି । ସିଏଏକୁ ନେଇ ଆମର ଦୃଷ୍ଟିକୋଣକୁ ୟୁରୋପୀୟ ସଂଘର ସାଂସଦ ନିରପେକ୍ଷ ଏବଂ ଖୋଲା ହୃଦୟର ସହ ବୁଝିବେ ବୋଲି ଆଶା କରୁଛୁ ।'

ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମାର୍ଚ୍ଚ ଦ୍ବିତୀୟ ସପ୍ତାହ ଆଡକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାତ୍ରା ପ୍ରସ୍ତୁତ କରିବା ପାଇଁ ବ୍ରେସେଲ୍ସ ଯିବାର କାର୍ଯ୍ୟକ୍ରମ ରହିଛି । ୟୁରୋପୀୟ ସାଂସଦ ସିଏଏ ଉପରେ ତାଙ୍କର ଦେଶର ଦୃଷ୍ଟି ଜାଣିବା ପର୍ଯ୍ୟନ୍ତ ଏହି ମତଦାନ ଘୁଞ୍ଚାଇବା ପାଇଁ ରାଜି ହୋଇଯାଇଛନ୍ତି । ତେବେ ଏହି ପ୍ରସ୍ତାବ ଉପରେ ନିର୍ଦ୍ଧାରିତ ସମୟରେ ଅର୍ଥାତ ଆଜି ହିଁ ଚର୍ଚ୍ଚା ହେବ, କିନ୍ତୁ ଏହାର ମତଦାନ ଆସନ୍ତା ମାର୍ଚ୍ଚ 30 କିମ୍ବା 31ରେ ହେବ ବୋଲି ସରକାରୀ ସୂତ୍ର ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ୟୁରୋପୀୟ ମିଳିତ ବାମଦଳ ‘ନର୍ଡିକ ଗ୍ରୀନ ଲେଫ୍ଟ ଗ୍ରୁପ’ ସଦସ୍ୟ ସିଏଏ ବିରୋଧରେ ୟୁରୋପୀୟ ସଂସଦରେ ଏହି ପ୍ରସ୍ତାବ ଆଗତ କରିଥିଲେ। ସିଏଏ ଜାତିସଂଘର ଧାରା ୧୫ରେ ଥିବା ଅନ୍ତର୍ଜାତୀୟ ମାନବ ଅଧିକାର ଆଇନର କ୍ଷୁର୍ଣ୍ଣ କରୁଛି । ଭାରତ ସରକାରଙ୍କ ଏହି ଆଇନ ବିଶ୍ବରେ ଏକ ବିପଜ୍ଜନକ ମାନବୀୟ ସଙ୍କଟ ସୃଷ୍ଟି କରିବ । ସିଏଏ ଭାରତରେ ନାଗରିକତା ନିର୍ଣ୍ଣୟ କରିବାର ପ୍ରକ୍ରିୟାରେ ବିପଦଜନକ ପରିବର୍ତ୍ତନ ଆଣିବ ବୋଲି ସେମାନେ ଏହି ପ୍ରସ୍ତାବରେ ଦର୍ଶାଇଥିଲେ।

Intro:Body:

dhh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.