ETV Bharat / bharat

ବିଧାନସଭା ନିର୍ବାଚନ 2019: ଚୁଡି ମାଧ୍ୟମରେ ଭୋଟ ପାଇଁ ଅପିଲ - ଭୋଟ ଫର ଦେବଘର

ମହିଳା ମତଦାତାଙ୍କୁ ଆକୃଷ୍ଟ କରିବାକୁ ପଡୋଶୀ ଝାଡଖଣ୍ଡର ଦେଓଘର ଜିଲ୍ଲାର ସ୍ବୟଂସହାୟକ ଗୋଷ୍ଠୀର ମହିଳା ଲାଖ ଓ ଷ୍ଟୋନ ଲଗା ଚୁଡି ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ 'ଭୋଟ ଫର ଦେଓଘର' ବୋଲି ଲେଖାହୋଇଛି। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Nov 2, 2019, 9:52 PM IST

ରାଞ୍ଚି: ନିର୍ବାଚନ ସମୟ ଆସିଲେ ଭୋଟରଙ୍କୁ ଆକୃଷ୍ଟ କରାଇବା ପାଇଁ କିଏ କେତେ ଉପାୟ ବାଛିଥାଏ । ସେହିଭଳି 2019 ବିଧାନସଭା ନିର୍ବାଚନ ପାଇଁ ମହିଳା ଭୋଟରଙ୍କୁ ଜାଗ୍ରତ କରାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଭିନ୍ନ ପଦକ୍ଷେପ ନିଆଯାଇଛି।

ଭୋଟ ଦାନରେ ଅଧିକରୁ ଅଧିକ ମତଦାତା ସାମିଲ କରାଇବାକୁ ଚୁଡି ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରାଯାଉଛି । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ମଧ୍ୟ ସତ। ଏଭଳି ଏକ ଅଭିନବ ପଦକ୍ଷେପ ପଡୋଶୀ ଝାଡଖଣ୍ଡର ଦେଓଘର ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଲାଖରୁ ଚୁଡି ପ୍ରସ୍ତୁତ କରି ସେଥିରେ 'ଭୋଟ ଫର ଦେଓଘର' ବୋଲି ଲେଖାଯାଇଛି।ଏହି ଜିଲ୍ଲାରେ ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟ ଥିବା ମହିଳା ଅତିଆକର୍ଷଣୀୟ ଲାଖ ଓ ଷ୍ଟୋନ ଲଗା ଚୁଡି ପ୍ରସ୍ତୁତ କରିଛନ୍ତି। ଖାଲି ସେତିକି ନୁହେଁ ଏହି ହସ୍ତ ନିର୍ମିତ ଚୁଡିକୁ ପିନ୍ଧି ଭୋଟ ଦାନ ପାଇଁ ଭୋଟରଙ୍କୁ ଅପିଲ କରୁଛନ୍ତି । ଏହି ଘଟଣାରେ ଡେପୁଟି କମିଶନର ନ୍ୟାନସି ସହାୟ କହିଛନ୍ତି ଯେ, ଖୁବଶିଘ୍ର ଏହି ଚୁଡିକୁ ବଜାରରେ ମଧ୍ୟ ଉପଲବ୍ଧ କରାଯିବ। ଯାହା ଦ୍ବାରା ଭୋଟର ଭୋଟଦାନ ପ୍ରତି ସଚେତନ ହେବେ। ଏହାକୁ ବିକ୍ରି ବେଶ ଦୁଇ ପଇସା ରୋଜଗାର କରିପାରିବେ ମହିଳା।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.