ହାଇଦ୍ରାବାଦ: ଭାରତୀୟ ଆପଲ ୱାଚ ୟୁଜର୍ସଙ୍କ ପାଇଁ ଟେଲିକମ ଅପରେଟର ଭୋଡାଫୋନ ଲଞ୍ଚ କରିଛି ନିଜର ଇସିମ୍ ବା ସେଲ୍ୟୁଲାର ସର୍ଭିସ । ବର୍ତ୍ତମାନ ସୁଦ୍ଧା ଭାରତରେ କେବଳ ଏୟାରଟେଲ ଓ ରିଲାଏନ୍ସ ଜିଓ ନେଟୱାର୍କ ନିଜର ଇସିମ୍ ସେବା ଯୋଗାଇଥିଲେ ।
ତେବେ ଏହି ନୂଆ ସର୍ଭିସ ସହ ଭୋଡାଫୋନ ୟୁଜର୍ସଙ୍କୁ ନିଜର ପୋଷ୍ଟପେଡ ପ୍ଲାନ ସହ ଆପଲ ୱାଚ(ଜିପିଏସ+ସେଲ୍ୟୁଲାର)ର ଲାଭ ଉଠାଇବାର ସୁଯୋଗ ଦେଇଛି । ଏହାର ଅର୍ଥ ହେଉଛି ବର୍ତ୍ତମାନ ୟୁଜର୍ସ ଆପଲ ୱାଚର ବ୍ୟବହାର କରି ନମ୍ବର ରିସିଭ କିମ୍ବା ଡାଏଲ କରିପାରିବା ସହ ନିଜ ଭୋଡାଫୋନ ନେଟୱାର୍କରେ ମୋବାଇଲ ଡାଟାର ବ୍ୟବହାର କରିପାରିବେ । ନିଜ ଫୋନଠାରୁ ଦୂରରେ ଥାଇ ମଧ୍ୟ ୟୁଜର୍ସ ଏହାର ଲାଭ ଉଠାଇ ପାରିବେ ବୋଲି ଶନିବାର କମ୍ପାନୀ ସ୍ପଷ୍ଟ କରିଛି ।
ସୂଚନା ଅନୁଯାୟୀ ବର୍ତ୍ତମାନ କମ୍ପାନୀ ଆପଲ ୱାଚ ସେଲ୍ୟୁଲାର ପାଇଁ ଇସିମ୍ ଆକ୍ଟିଭେସନର ସୁଯୋଗ ଦେଉଛି । କେତେକ ନିର୍ଦ୍ଦିଷ୍ଟ ସହରରେ ଏହି ସୁବିଧା ଉପଲବ୍ଧ ହେବାକୁ ଥିବା ବେଳେ ଏଥିରେ ରହିଛନ୍ତି ମୁମ୍ବାଇ, ଦିଲ୍ଲୀ ଓ ଗୁଜୁରାଟ । ସେପଟେ କେବଳ ପୋଷ୍ଟପେଡ ଗ୍ରାହକମାନେ ଏହାର ଲାଭ ଉଠାଇପାରିବେ ବୋଲି କମ୍ପାନୀ ସୂଚନା ଦେଇଛି ।
@IANS