ETV Bharat / bharat

ବିଶାଖାପାଟଣା ଗ୍ୟାସ ଲିକ ଟ୍ରାଜେଡି: ‘କ୍ଷୀର କଦଳୀ’ ଫର୍ମୁଲା ଆପଣାଇଲା ଏପି ପୋଲିସ - କ୍ଷୀର କଦଳୀ ଫର୍ମ୍ୟୁଲା

ବିଶାଖାପଟ୍ଟନମର ଏଲଜି ପଲିମର କେମିକାଲ ପ୍ଲାଣ୍ଟରେ ଗ୍ୟାସ ଲିକ ହେବା ଘଟଣା । ପ୍ରଭାବ କମ କରିବା ପାଇଁ ବିଭିନ୍ନ ଉପାୟ କହିଲା ଆନ୍ଧ୍ରପ୍ରଦେଶ ପୋଲିସ । ଅଧିକ ପଢ଼ନ୍ତୁ...

vizag gas leak, AP police, milk and banana formula to neutralise the effect, ବିଶାଖାପଟ୍ଟନମ ଗ୍ୟାସ ଲିକ ଘଟଣା, କ୍ଷୀର କଦଳୀ ଫର୍ମ୍ୟୁଲା, ଆନ୍ଧ୍ରପ୍ରଦେଶ ପୋଲିସ
ପ୍ରଭାବ କମେଇବା ପାଇଁ ଏପି ପୋଲିସର ‘କ୍ଷୀର କଦଳୀ’ ଫର୍ମ୍ୟୁଲା
author img

By

Published : May 7, 2020, 5:21 PM IST

ବିଶାଖାପଟ୍ଟନମ: ଗୁରୁବାର ସକାଳୁ ଆନ୍ଧ୍ରପ୍ରଦେଶ ବିଶାଖାପଟ୍ଟନମର ଏଲଜି ପଲିମର କେମିକାଲ ପ୍ଲାଣ୍ଟରେ ଷ୍ଟେରିନ ଗ୍ୟାସ ନିର୍ଗତ ହୋଇ ପ୍ରାୟ 11 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଲୋକ ଗ୍ୟାସ ପ୍ରଭାବରେ ଗୁରୁତର ହୋଇଛନ୍ତି । ଗ୍ୟାସ ପ୍ଲାଣ୍ଟଟି ବିଶାଖାପଟ୍ଟନମର ଆରଆର ଭେଙ୍କଟପୁରମ ଗାଁରେ ରହିଛି । ତେବେ ଆନ୍ଧ୍ରପ୍ରଦେଶ ପୋଲିସ ଗ୍ୟାସର ପ୍ରଭାବକୁ କମ କରିବା ପାଇଁ କିଛିଟା ଉପାୟ ସୋସିଆଲ ମିଡିଆରେ ସେୟାର କରିଛି ।

ଏକ ଟ୍ବିଟରେ ଏପି ପୋଲିସ କହିଛି ଯେ, ‘‘ଯଦି ଚର୍ମ କୁଣ୍ଡେଇ ହେଉଛି ତେବେ ନିଜ ଚର୍ମକୁ ସାବୁନରେ ଭଲ ଭାବେ ଧୁଅନ୍ତୁ । କ୍ଷୀର, କଦଳୀ ଓ ଗୁଡ ଖାଆନ୍ତୁ ଯାହା ଦ୍ବାରା ଗ୍ୟାସର ପ୍ରଭାବ କମିବ ।’’

ଏହାପୂର୍ବରୁ ଆନ୍ଧ୍ରପ୍ରଦେଶର ଡିଜିପି ଦାମୋଦର ଗୌତମ ସାୱାଙ୍ଗ କହିଛନ୍ତି ଯେ ଗ୍ୟାସ ଯୋଗୁଁ ନିଶ୍ବାସ ପ୍ରଶ୍ବାସରେ ହେଉଥିବା ପ୍ରଭାବକୁ କମ କରିବାର ଅନ୍ୟତମ ପ୍ରତିକାର ହେଉ ବହୁ ପରିମାଣର ପାଣି ପିଇବା । ଘରେ ଥାଇ ମଧ୍ୟ ସୁରକ୍ଷା ପାଇଁ ମାସ୍କ ପିନ୍ଧିବାକୁ ନିକଟସ୍ଥ ଅଞ୍ଚଳର ଲୋକଙ୍କୁ ଅନୁରୋଧ କରିଛି ଏପି ପୋଲିସ ।

ଆଖିରେ ପୋଡା ଜଳା ଅନୁଭବ ହେଲେ ପାଣିରେ ଧୋଇ ଆଇ ଡ୍ରପ ବ୍ୟବହାର କରିବାକୁ ମଧ୍ୟ କୁହାଯାଇଛି । ଏହାସହ ଅସୁସ୍ଥ ଅନୁଭବ କଲେ 108 ନମ୍ବରକୁ ଫୋନ କରି ତୁରନ୍ତ ଜଣାଇବାକୁ କହିଛି ପୋଲିସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.