ETV Bharat / bharat

ମୁଖ୍ୟମନ୍ତ୍ରୀଙ୍କ ବାସ୍ତଵଧର୍ମୀ ଆଲେଖ୍ୟ, ଭର୍ଚୁଆଲ କ୍ଲାସ ଗ୍ରାମୀଣ ଛାତ୍ରମାନଙ୍କ ପାଇଁ ଅସମ୍ଭବ - ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ବାସ୍ତଵଧର୍ମୀ ଆଲେଖ୍ୟ,

ଗ୍ରାମୀଣ ଛାତ୍ର/ଛାତ୍ରୀମାନଙ୍କ ପାଇଁ ଭର୍ଚୁଆଲ୍ ଶ୍ରେଣୀଗୃହ ସମ୍ଭବ ନୁହେଁ ବୋଲି ପୁଡୁଚେରୀ ମୁଖ୍ୟମନ୍ତ୍ରୀ କ୍ଷୋଭର ସହ କହିଛନ୍ତି। ତାଙ୍କର ଵାସ୍ତଵଧର୍ମୀ ଆଲେଖ୍ୟ କେଵଳ ପୁଡୁଚେରୀ ନୁହେଁ ବରଂ ସମଗ୍ର ଭାରତର ଗ୍ରାମାଞ୍ଚଳ ପାଇଁ ପ୍ରଜୁଜ୍ୟ।

ମୁଖ୍ୟମନ୍ତ୍ରୀଙ୍କ ବାସ୍ତଵଧର୍ମୀ ଆଲେଖ୍ୟ, ଭର୍ଚୁଆଲ୍ କ୍ଲାସ ଗ୍ରାମୀଣ ଛାତ୍ରମାନଙ୍କ ପାଇଁ ଅସମ୍ଭବ

author img

By

Published : Jun 9, 2020, 1:49 PM IST

ପୁଡୁଚେରୀ: ହୁଏତ ଅନଲାଇନ୍ ପାଠପଢା, ଭର୍ଚୁଆଲ୍ କ୍ଲାସରୁମ୍ ପରି ପ୍ରସଙ୍ଗ ମହାନଗରର ସମ୍ଭ୍ରାନ୍ତ ଶ୍ରେଣୀ ପାଇଁ ପ୍ରଯ୍ୟୁଜ ହୋଇପାରେ। ଶୀତତାପ ନିୟନ୍ତ୍ରିତ କୋଠୋରୀ ମଧ୍ୟରେ ହାଇସ୍ପିଡ୍ ଇଣ୍ଟରନେଟ୍ ସେଵା ପାଉଥିବା ଛାତ୍ର/ଛାତ୍ରୀଙ୍କ ପାଇଁ ସହଜ ହୋଇପାରେ। ହେଲେ ଆଦୌ ଗ୍ରାମୀଣ ଛାତ୍ର/ଛାତ୍ରୀମାନଙ୍କ ପାଇଁ ଭର୍ଚୁଆଲ୍ ଶ୍ରେଣୀଗୃହ ସମ୍ଭବ ନୁହେଁ ବୋଲି ପୁଡୁଚେରୀ ମୁଖ୍ୟମନ୍ତ୍ରୀ କ୍ଷୋଭର ସହ କହିଛନ୍ତି। ତାଙ୍କର ଵାସ୍ତଵଧର୍ମୀ ଆଲେଖ୍ୟ କେଵଳ ପୁଡୁଚେରୀ ନୁହେଁ ବରଂ ସମଗ୍ର ଭାରତର ଗ୍ରାମାଞ୍ଚଳ ପାଇଁ ପ୍ରଯୁଜ୍ୟ।

ମୁଖ୍ୟମନ୍ତ୍ରୀ ସ୍ଥାନୀୟ ସମ୍ବାଦଦାତାଙ୍କୁ କହିଛନ୍ତି ଯେ, ସେ ଏ ବାବଦରେ କେନ୍ଦ୍ର ଏଚଆରଡି ମନ୍ତ୍ରଣାଳୟକୁ ଚିଠି ଲେଖିବେ ଏବଂ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପ୍ରତି ଧ୍ୟାନ ଦିଆଯିବ ଜରୁରୀ। ଏହି କୋଭିଡ୍ ମହାମାରୀ ସମୟରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ନିମନ୍ତେ କ୍ଲାସ୍ କରିବା ପାଇଁ ସୁବିଧାଜନକ ପଦକ୍ଷେପ ଗ୍ରହଣ କରାଯିବ।

ସୋମବାର ଦିନ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ କହିଛନ୍ତି ଯେ, ଗ୍ରାମାଞ୍ଚଳର ଅଧିକାଂଶ ଛାତ୍ରଙ୍କ ପାଖରେ ସ୍ମାର୍ଟ ଫୋନ୍ ନ ଥିବାରୁ ୟୁନିଅନ୍ ଟେରିଟୋରୀରେ ଦଶମ ଶ୍ରେଣୀରେ ସାଧାରଣ ପରୀକ୍ଷା ଦେବାକୁ ଆସୁଥିବା ଛାତ୍ରମାନଙ୍କ ପାଇଁ ଭର୍ଚୁଆଲ୍ କ୍ଲାସ୍ କରିବା ସମ୍ଭବ ହେଉ ନାହିଁ। କେନ୍ଦ୍ର ପ୍ରାୟୋଜିତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର କୁଳପତି ଗୁରୁମିତ ସିଂଙ୍କୁ ବିଶ୍ୱବିଦ୍ୟାଳୟ ପରୀକ୍ଷା ଦେବାର ଧାରା ଉପରେ କେନ୍ଦ୍ର ଏଚଆରଡି ମନ୍ତ୍ରଣାଳୟର ନିର୍ଦ୍ଦେଶନାମାକୁ ଅପେକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.