ETV Bharat / bharat

ଟ୍ରାକ୍ଟର ପରେଡ୍ ହିଂସା ପରେ ପଞ୍ଜାମ ଓ ହରିୟାଣାରେ ହାଇଆଲର୍ଟ - high alert in Punjab and hariyana

ଟ୍ରାକ୍ଟର ପରେଡ୍ ହିଂସା ପରେ ପଡୋଶୀ ରାଜ୍ୟ ହରିୟାଣା ଓ ପଞ୍ଜାବରେ ହାଇଆଲର୍ଟ । ଲାଲକିଲ୍ଲାରେ ଘଟିଥିବା ଘଟଣାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ନିନ୍ଦା କରିବା ସହ କୃଷକମାନଙ୍କୁ ତୁରନ୍ତ ଜାତୀୟ ରାଜଧାନୀ ଖାଲି କରି ନିଜ ସୀମାକୁ ଫେରିବାକୁ ଅନୁରୋଧ କରିଛନ୍ତି । ସେପଟେ ହରିୟାଣା ସରକାର ଦିଲ୍ଲୀ ନିକଟସ୍ଥ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛନ୍ତି । ଅଧିକ ପଢନ୍ତୁ...

ଟ୍ରାକ୍ଟର ପରେଡ୍ ହିଂସା ପରେ ପଞ୍ଜାମ ଓ ହରିୟାଣାରେ ହାଇ ଆଲର୍ଟ ଜାରି

author img

By

Published : Jan 27, 2021, 3:18 PM IST

ଚଣ୍ଡିଗଡ଼: ଟ୍ରାକ୍ଟର ପରେଡ୍ ହିଂସା ପରେ ପଡୋଶୀ ରାଜ୍ୟ ହରିୟାଣା ଓ ପଞ୍ଜାବରେ ହାଇଆଲର୍ଟ । କେନ୍ଦ୍ର ସରକାର ଆଣିଥିବା ନୂତନ କୃଷକ ଆଇନକୁ ବିରୋଧ କରି କୃଷକ ଟ୍ରାକ୍ଟର ପରେଡରେ ହୋଇଥିବା ହିଂସା ଗ୍ରହଣୀୟ ନୁହେଁ । ଐତିହାସିକ ଲାଲକିଲ୍ଲାରେ ଘଟିଥିବା ଘଟଣାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ନିନ୍ଦା କରିବା ସହ କୃଷକମାନଙ୍କୁ ତୁରନ୍ତ ଜାତୀୟ ରାଜଧାନୀ ଖାଲି କରି ନିଜ ସୀମାକୁ ଫେରିବାକୁ ଅନୁରୋଧ କରିଛନ୍ତି, ଯେଉଁଠାରେ ସେମାନେ ଗତ ଦୁଇମାସ ଧରି ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରି ଆସୁଥିଲେ ।

  • Shocking scenes in Delhi. The violence by some elements is unacceptable. It'll negate goodwill generated by peacefully protesting farmers. Kisan leaders have disassociated themselves & suspended #TractorRally. I urge all genuine farmers to vacate Delhi & return to borders.

    — Capt.Amarinder Singh (@capt_amarinder) January 26, 2021 " class="align-text-top noRightClick twitterSection" data=" ">

ଦିଲ୍ଲୀର ଉତ୍ତେଜନା ଏବଂ ହିଂସା ମଧ୍ୟରେ ସିଂ ପଞ୍ଜାବରେ ହାଇଆଲର୍ଟ ନିର୍ଦ୍ଦେଶ ଦେଇଛନ୍ତି ଏବଂ ରାଜ୍ୟରେ ଆଇନ ଶୃଙ୍ଖଳା ଯେପରି ଖରାପ ନହୁଏ ସେଥିପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୃଷକ ନେତାମାନେ ହିଂସାରୁ ନିଜକୁ ଅଲଗା କରିସାରିଛନ୍ତି ବୋଲି ଦର୍ଶାଇ ସେ କହିଛନ୍ତି ଯେ ଆନ୍ଦୋଳନକାରୀ କୃଷକମାନେ ତୁରନ୍ତ ଜାତୀୟ ରାଜଧାନୀ ଖାଲି କରି ସୀମାରେ ଥିବା ନିଜ ଶିବିରକୁ ଫେରିବା ଉଚିତ ଏବଂ ଏଭଳି ସମସ୍ୟା ଦୂର କରିବା ପାଇଁ କେନ୍ଦ୍ର ସହ ଜଡିତ ହେବା ଉଚିତ୍।

ଅନ୍ୟପଟେ ହରିୟାଣାରେ ମଧ୍ୟ ଆଲର୍ଟ ଜାରି କରିଦିଆଯାଇଛି । ହରିୟାଣା ସରକାର ଦିଲ୍ଲୀ ନିକଟସ୍ଥ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛନ୍ତି । ଗୃହ ସଚିବ ରାଜୀବ ଅରୋଡାଙ୍କ ଆଦେଶ ଅନୁସାରେ ସୋନିପତ, ପଲବଲ ଓ ଇଜ୍ଜରେ ଇଣ୍ଟରନେଟ ସେବା ଓ ସମସ୍ତ ଏସଏମଏସ ସେବା ବନ୍ଦ ରହିବ । କେବଳ ଭଏସ କଲ ଆକ୍ଟିଭ ରହିବ । ହରିୟାଣା ଡିଜିପି ଚେତାବନୀ ଦେଇ କହିଛନ୍ତି କି ପୋଲିସ ଏବେ କୌଣସି ପ୍ରକାର ରିସ୍କ ନେବନି । ଯଦି କେହି ବି ସରକାରୀ କାର୍ଯ୍ୟାଳୟ, ବାହନ ସହିତ ରାଜ୍ୟ ସରକାରଙ୍କ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରେ ତେବେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ନେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.