ରାଞ୍ଚି: ଜାତୀୟ ନାଗରିକତା ପଞ୍ଜିକା(ଏନଆରସି) ଏବଂ ସଂଶୋଧିତ ନାଗରିକତା ଆଇନ(ସିଏଏ)କୁ ନେଇ ଦେଶ ବିଭିନ୍ନ ପ୍ରାନ୍ତରେ ଦେଖିବାକୁ ମିଳିଛି ବିରୋଧାଭାସ । ଦେଶର ବିଭିନ୍ନ ଗୋଷ୍ଠୀ ଏବଂ ସଙ୍ଗଠନ ଏହାକୁ ସମର୍ଥନ କରୁଥିବା ବେଳେ କେତେକ ଏହାକୁ ବିରୋଧ କରୁଛନ୍ତି । ଏହିକ୍ରମରେ ଝାଡଖଣ୍ଡର ଲୋହରଦଗା ସହରରେ ସିଏଏ ପ୍ରସଙ୍ଗରେ ରାଲି କରିବାକୁ ନେଇ ସପକ୍ଷବାଦୀ ଏବଂ ବିପକ୍ଷ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି ।
ଏନଆରସି ଏବଂ ସିଏଏ ସମର୍ଥନରେ ବିଶ୍ବ ହିନ୍ଦୁ ପରିଷଦ(ଭିଏଚପି) ପକ୍ଷରୁ ରାଲି କରାଯାଉଥିବା ବେଳେ, ଏହାକୁ ବିରୋଧ କରି କେତେକ ଅଜ୍ଞାତ ଲୋକ ଢେଲାପଥର ମାଡ କରିଥିଲେ । ହିଂସାତ୍ମକ ପରିସ୍ଥିତି ଉପୁଜିବାରୁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।