ହାଇଦ୍ରାବାଦ: ଏକ ନୂଆ ସକାଳର ସୂର୍ଯ୍ୟଦୟ ସହ ଆରମ୍ଭ ହୋଇଛି ନୂତନ ବର୍ଷ । ଯାହାକୁ ହିନ୍ଦୁମାନଙ୍କର ରାଷ୍ଟ୍ରୀୟ ନବବର୍ଷ ଭାବେ ପାଳନ କରାଯାଏ । ଚୈତ୍ରଶୁକ୍ଳ ପ୍ରତିପଦାରୁ ଆରମ୍ଭ ହୁଏ ଏହି ନବବର୍ଷ । ଯାହା ସର୍ବାଧିକ ପ୍ରାଚୀନ ଓ ବୈଜ୍ଞାନିକଙ୍କ କାଳଗଣନା ଅନୁସାରେ ବାସ୍ତିବକ ଓ ବେଦ ସମ୍ମତ ମଧ୍ୟ । ଆଉ ଏହି ନବ ବର୍ଷକୁ ପ୍ରଥମେ ସ୍ବାଗତ ଜଣାଏ ସୂର୍ଯ୍ୟର ପହିଲି କିରଣ ।
ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ୨୦୭୫ ବର୍ଷ ପୂର୍ବେ ବିକ୍ରମାଦିତ୍ୟଙ୍କ ଦ୍ବାରା ନୂତନ ସଂବତ୍ସର ପ୍ରଚଳନ କରାଯାଇଥିଲା । ଯାହା ବିକ୍ରମ ସଂବତ୍ସର 2076ରୁ ଆରମ୍ଭ ହୋଇଥିବାବେଳେ, ଆଜି 2077ରେ ପହଞ୍ଚିଛି । ରାଷ୍ଟ୍ରୀୟ ନବ ବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ନୂତନ ବର୍ଷ ସମସ୍ତ ଜୀବନରେ ସମୃଦ୍ଧି ଓ ଉତ୍ତମ ସ୍ବାସ୍ଥ୍ୟବସ୍ଥା ନେଇ ଆସୁ ବୋଲି ସେ କାମନା କରିଛନ୍ତି ।
ହିନ୍ଦୁର ନବ ବର୍ଷର ବିଶେଷତ୍ବ:
ଏହି ଦିନଟି (ଚୈତ୍ର ଶୁକ୍ଲ ପ୍ରତିପଦା) ଆରମ୍ଭ ହୋଇଥିଲା ସୃଷ୍ଟି ରଚନାର । ଏହା ସହ ସତ୍ୟଯୁଗର ଆୟମାରମ୍ଭ ହୋଇଥିଲା ବୋଲି କୁହାଯାଏ । ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ର ‘ଚୈତ୍ର ଶୁକ୍ଳ ପ୍ରତିପଦା’ ତିଥିରେ ସିଂହାସନରେ ଅଭିଷିକ୍ତ ହୋଇଥିଲେ ଓ ରାମରାଜ୍ୟ ପ୍ରତିଷ୍ଠା ହୋଇଥିଲା । ଏପରିକି ଧର୍ମରାଜ ଯୁଧୀଷ୍ଠର ମଧ୍ୟ ଆଜିର ଦିନରେ ସିଂହାସନରେ ଅଭିଷିକ୍ତ ହୋଇଥିଲେ । ଶାଳିବାହନ ଅର୍ଥାତ 1940 ବର୍ଷ ତଳୁ ଏହି ଦିନରେ ଶକାବ୍ଦ ପ୍ରଚଳନ ହୋଇଥିଲା । ଏହା ସହ ଚୈତ୍ର ନବରାତ୍ର ମଧ୍ୟ ଚୈତ୍ର ଶୁକ୍ଲ ପ୍ରତିପଦା ତିଥିରେ ହିଁ ଆରମ୍ଭ ହୋଇଛି ।
ହିନ୍ଦୁଧର୍ମର କାଳ ଗଣନା ଅନେକ ପ୍ରାଚୀନ ଓ ଶାସ୍ତ୍ର ସମ୍ମତ ତଥା ବିଜ୍ଞାନ ସମ୍ମତ ହୋଇଥିବାରୁ ଚୈତ୍ର ଶୁକ୍ଳ ପ୍ରତିପଦ ମହାପର୍ବକୁ ବ୍ୟକ୍ତିଗତ ଓ ସାମୁହିକ ଭାବରେ ପାଳନ କରିବା କଥା । କିନ୍ତୁ କୋରୋନାର ବିଭୀଷିକା ପାଇଁ ଏହି ମହାପର୍ବକୁ ସର୍ବତ୍ର ଖୁସି, ଆନନ୍ଦ ଓ ଉତ୍ସବର ବାତାବରଣ ମଧ୍ୟରେ ପାଳନ କରାଯାଇ ପାରିବ ନାହିଁ । ତେଣୁ ବର୍ତ୍ତମାନ ଏହି ସଂକ୍ରମଣରୁ ବର୍ତ୍ତିବା ପାଇଁ ଦେଶବ୍ୟାପୀ ଲକଡାଉନ କରାଯାଇଛି । ଆଉ ଏହି ସମୟରେ ଘରୁ ନ ବାହାରି ସଂକ୍ରମଣ ଠାରୁ ଦୂରେଇ ରୁହନ୍ତୁ । ସତର୍କ ହୁଅନ୍ତୁ ସୁରକ୍ଷିତ ରୁହନ୍ତୁ । ଆଉ ଘରେ ବାହାରେ କଳସୀ ରଖି ଦେଶବାସୀଙ୍କ ଶୁଭ କାମନା କରନ୍ତୁ ।