ETV Bharat / bharat

ସରକାରୀ ଗାଡିରେ ବୁଲୁଥିଲା ବିକାଶ ଦୁବେ, ଶେଷଥର ଔରୟାରେ ଆସିଥିଲା ନଜର - ସରକାରୀ ଗାଡିରେ ବୁଲୁଥିଲା ବିକାଶ ଦୁବେ

କୁଖ୍ୟାତ ଅପରାଧୀ ବିକାଶ ଦୁବେର ସନ୍ଧାନରେ ଉତ୍ତରପ୍ରଦେଶ ପୋଲିସ ଦିନରାତି ଏକ କରି ଦେଇଛି। ସୂଚନାନୁସାରେ, ଉତ୍ତରପ୍ରଦେଶର ଔରୟାରେ ବିକାଶ ଦୁବେକୁ ଶେଷ ଥର ଦେଖିବାକୁ ମିଳିଥିଲା।

ସରକାରୀ ଗାଡିରେ ବୁଲୁଥିଲା ବିକାଶ ଦୁବେ
ସରକାରୀ ଗାଡିରେ ବୁଲୁଥିଲା ବିକାଶ ଦୁବେ
author img

By

Published : Jul 5, 2020, 3:08 PM IST

ଲକ୍ଷ୍ନୌ: କୁଖ୍ୟାତ ଅପରାଧୀ ବିକାଶ ଦୁବେର ସନ୍ଧାନରେ ଉତ୍ତରପ୍ରଦେଶ ପୋଲିସ ଦିନରାତି ଏକ କରି ଦେଇଛି । ସୂଚନାନୁସାରେ, ଉତ୍ତରପ୍ରଦେଶର ଔରୟାରେ ବିକାଶ ଦୁବେକୁ ଶେଷ ଥର ଦେଖିବାକୁ ମିଳିଥିଲା। ଔରାୟା ମଧ୍ୟପ୍ରଦେଶ ସହିତ ସଂଲଗ୍ନ । ଏପରି ପରିସ୍ଥିତିରେ ବିକାଶ ମଧ୍ୟପ୍ରଦେଶ ଯାଇଥାଇପାରେ ବୋଲି ଆଶଙ୍କା କରାଯାଉଛି।

ତେବେ ୟୁପି ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ଓ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ବାହାରକୁ ଆସୁଛି । ବିକାଶର କଲ୍ ଡିଟେଲରେ ସମୁଦାୟ 24 ଜଣ ପୋଲିସକର୍ମୀଙ୍କ ନାମ ଖୁଲାସା ହୋଇଛି। ସୂଚନାନୁସାରେ, ଚୌବେପୁର ଥାନାର ଜଣେ କନଷ୍ଟେବଳ ଓ 2 ଜଣ ଯବାନଙ୍କ ସହ ବିକାଶର ସମ୍ପର୍କ ଥିବା ପ୍ରମାଣ ମିଳିଛି। ଶିବରାଜପୁର ଥାନାର କିଛି ଯବାନ ମଧ୍ୟ ବିକାଶ ଦୁବେ ସହ ନିରନ୍ତର ଯୋଗାଯୋଗରେ ଥିଲେ।

ଅନ୍ୟପକ୍ଷେ ବିକରୁ ଗ୍ରାମ ଏନକାଉଣ୍ଟରର ମାଜିଷ୍ଟ୍ରେଟ ତଦନ୍ତ ପାଇଁ ୟୁପି ପୋଲିସ ନିର୍ଦ୍ଦେଶ ଦେଇଛି। ଏଡିଏମ୍ ଏହି ମାମଲାର ତଦନ୍ତ କରିବେ। ଏହାସହ ୟୁପିର ଔରାୟା ଜିଲ୍ଲାର ଦିବ୍ୟାପୁର ଅଞ୍ଚଳରେ ଏକ ସନ୍ଦିଗ୍ଧ କାର ଦେଖିବାକୁ ମିଳିଛି। ଏହି କାରଟି ଔରିଆର ଏଲଜି ଗାର୍ଡେନ୍ ଗେଷ୍ଟ ହାଉସ୍ ନିକଟରେ ମିଳିଛି । ଏହି କାରଟି ଅମିତ ଦୁବେ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ରେଜିଷ୍ଟ୍ରର ହୋଇଛି । ଏହି ସନ୍ଦେହଜନକ କାରର ଅନୁସନ୍ଧାନ ପାଇଁ ସଦର ପୋଲିସ ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷେ ବିକାଶ ଦୁବେର ଭାଇ ଦୀପ ପ୍ରକାଶ ଦୁବେର ଘରୁ ପୋଲିସ ସରକାରୀ ଗାଡି ଉଦ୍ଧାର କରିଛି। ତାଙ୍କ ଲକ୍ଷ୍ନୌ ଘରୁ ଏହି ଗାଡି ଜବତ କରାଯାଇଛି। ଲକ୍ଷ୍ନୌର କୃଷ୍ଣନଗର ପୋଲିସ 2ଟି ସରକାରୀ କାର ଜବତ କରିଛି। ଏହି କାରଗୁଡିକ ମଧ୍ୟରୁ ଗୋଟିଏ ହେଉଛି UP 32 BG 0156 । ଏହି ଦୁଇଟି ଗାଡି ବ୍ୟତୀତ ପୋଲିସ ବୁଲେଟପ୍ରୁଫ କାର ମଧ୍ୟ ଜବତ କରିଛି। ପୋଲିସର ସୂଚନାନୁସାରେ, ଏହି ସରକାରୀ କାରଗୁଡିକ ଅନ୍ୟମାନଙ୍କ ନାମରେ ରେଜିଷ୍ଟ୍ରେସନ ହୋଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.