ETV Bharat / bharat

ଏସଟିଏଫ ଟିମ ସହ କାନପୁରରେ ପହଁଞ୍ଚିଲା ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ

author img

By

Published : Jul 10, 2020, 7:21 AM IST

Updated : Jul 10, 2020, 10:06 AM IST

କାନପୁରରେ ପହଁଞ୍ଚିଲା ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ। ଉତ୍ତରପ୍ରଦେଶ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ବିକାଶ ଦୁବେକୁ ରିମାଣ୍ଡରେ ନେଇଛି। ତେବେ ଗୁରୁବାର ମଧ୍ୟପ୍ରଦେଶ ଉଜୈନରୁ କାନପୁର ଏନକାଉଣ୍ଟରର ମୋଷ୍ଟ ୱାଣ୍ଟେଡ୍ ବିକାଶ ଦୁବେକୁ ଗିରଫ କରାଯାଇଥିଲା।

ଏସଟିଏଫ ଟିମ ସହ କାନପୁରରେ ପହଁଞ୍ଚିଲା ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ
ଏସଟିଏଫ ଟିମ ସହ କାନପୁରରେ ପହଁଞ୍ଚିଲା ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ

ନୂଆଦିଲ୍ଲୀ: କାନପୁରରେ ପହଁଞ୍ଚିଲା ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ। ଉତ୍ତରପ୍ରଦେଶ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ବିକାଶ ଦୁବେକୁ ରିମାଣ୍ଡରେ ନେଇଛି। ତେବେ ଗୁରୁବାର ମଧ୍ୟପ୍ରଦେଶ ଉଜୈନରୁ କାନପୁର ଏନକାଉଣ୍ଟରର ମୋଷ୍ଟ ୱାଣ୍ଟେଡ୍ ବିକାଶ ଦୁବେକୁ ଗିରଫ କରାଯାଇଥିଲା। କାନପୁରକୁ ଗତ କିଛିଦିନ ଧରି ଦୋହଲାଇ ରଖିଦେଇଥିବା ଏହି ଗ୍ୟାଙ୍ଗଷ୍ଟାର ସୁଟରକୁ ଗତକାଲି ମଧ୍ୟପ୍ରଦେଶର ଉଜୈନ ଜିଲ୍ଲାର ଏକ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା ଏହା ପରେ ଏସଟିଏଫ ଅଧିକାରୀମାନେ ତାକୁ ନେଇ କାନପୁର ଅଭିମୁଖେ ବାହାରିଥିଲେ।

ଆଜି ସକାଳ ପ୍ରାୟ 10 ଟାରେ କୋର୍ଟରେ ଉପସ୍ଥିତ ହେବ ଦୁବେ। କୁହାଯାଉଛି ଯେ ଏସଟିଏଫ ବିକାଶ ଦୁବେଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇଯିବ। ବିକାଶଙ୍କ ସହ ତାଙ୍କ ପତ୍ନୀ ରିଚାଙ୍କୁ ମଧ୍ୟ ପଚରାଉଚରା କରାଯିବ। ବିକାଶ ଦୁବେଙ୍କ ସହ ଉତ୍ତରପ୍ରଦେଶ ପୋଲିସ ବିଳମ୍ବିତ ରାତି 3.12 ରେ ଝାନସିରେ ପହଞ୍ଚିଥିଲା। ଯେଉଁ ପଥରେ ବିକାଶ ଅଣାଯାଉଥିଲା ସେହି ରାସ୍ତାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କନଭେନରେ 20 କିଲୋମିଟର ପଛକୁ, କୌଣସି ଗାଡି ଚଳାଇବାକୁ ଅନୁମତି ନଥିଲା ।

  • Kanpur: One of the vehicles of the convoy of Uttar Pradesh Special Task Force (STF) that was bringing back #VikasDubey from Madhya Pradesh to Kanpur overturns. Police at the spot. More details awaited. pic.twitter.com/ui58XBbd82

    — ANI UP (@ANINewsUP) July 10, 2020 " class="align-text-top noRightClick twitterSection" data=" ">

ଉତ୍ତରପ୍ରଦେଶ ଏସଟିଏଫ ବିକାଶ ଦୁବେଙ୍କ ପତ୍ନୀ ରିଚା ଦୁବେ ଏବଂ ପୁଅକୁ ଲକ୍ଷ୍ନୌର କୃଷ୍ଣନଗରରୁ ଗିରଫ କରିଛି। ସ୍ୱାମୀ ବିକାଶ ଦୁବେଙ୍କ ଅପରାଧରେ ରିଚା ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଅପରାଧିକ ଘଟଣାରେ ସେ ତାଙ୍କ ସ୍ୱାମୀଙ୍କୁ ସମର୍ଥନ କରୁଥିଲେ। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ସେ ଗତ ସପ୍ତାହରେ କାନପୁରର ବିକାରୁ ଗ୍ରାମରେ ଆଠ ଜଣ ପୋଲିସ ହତ୍ୟାରେ ମଧ୍ୟ ସମ୍ପୃକ୍ତ ଥିଲେ। ଘଟଣା ପରେ ସେ ତୁରନ୍ତ ନିଖୋଜ ହୋଇଯାଇଥିଲେ।

ପ୍ରକାଶଥାଉକି, ବିକାଶ ଦୁବେ ବୁଧବାର ମଧ୍ୟପ୍ରଦେଶ ସୀମାରେ ପ୍ରବେଶ କରିଥିଲା କାରଣ ହରିୟାଣା ଦେଇ ଉଜୈନରେ ପହଞ୍ଚିବାକୁ ଅତି କମରେ 12 ଘଣ୍ଟା ସମୟ ଲାଗିଥାଏ। ଏହାପୂର୍ବରୁ ବୁଧବାର ହରିୟାଣାର ଫରିଦାବାଦ ଜିଲ୍ଲାର ଏକ ହୋଟେଲରେ ବିକାଶ ଦୁବେ ଲୁଚି ରହିଥିବା ସୂଚନା ମିଳିଥିଲା। ଏହା ପରେ ପଡୋଶୀ ରାଜ୍ୟ ହରିୟାଣାରେ ବିକାଶକୁ ଖୋଜା ଚାଲିଥିଲା ।

ରାଜସ୍ଥାନର ବିଭିନ୍ନ ଜିଲ୍ଲାରେ ବ୍ୟାରିକେଡ ଓ ଚେକପୋଷ୍ଟରେ ମଧ୍ୟ ସୂଚନା ଦିଆଯାଇଥିଲା। ଏହା ବ୍ୟତୀତ ଦୌସା ଓ ଅଲୱରରେ ପୋଲିସ ଯାଞ୍ଚ ମଧ୍ୟ କରାଯାଇଥିଲା। କିନ୍ତୁ ବିକାଶର କୌଣସି ସନ୍ଧାନ ମିଳିପାରି ନଥିଲା । ହେଲେ ଗତକାଲି ବିକାଶ ଦୁବେ ଉଜୈନର ମହାକାଳେଶ୍ବର ମନ୍ଦିର ବାହାରେ ଚିତ୍କାର କରି ମୁଁ କାନପୁରର ବିକାଶ ଦୁବେ କହି ଆତ୍ମସମର୍ପଣ କରିବା ପରେ ପୋଲିସ ତାକୁ ଗିରଫ କରିଥିଲା।

ସୂଚନା ଥାଉକି, ବିକାଶ ଦୁବେକୁ ପୋଲିସ ଏନକାଉଣ୍ଟର କରିବାକୁ ଯାଇଥିବାବେଳେ କାନପୁରରେ ବିକାଶ ଦୁବେ ଓ ତାର ସହଯୋଗୀ ପୋଲିସଙ୍କ ଉପରକୁ ଗୁଳିମାଡ କରିବା ଫଳରେ 8 ପୋଲିସ ଶହୀଦ ହୋଇଥିବାବେଳେ 7 ଗୁରୁତର ହୋଇଥିଲେ । ଯାହାପରେ ଉତ୍ତର ପ୍ରଦେଶ ପୋଲିସ ବିକାଶ ଦୁବେକୁ ଧରିବା ପାଇଁ ଚାରିଆଡେ ଖୋଳତାଡ ଆରମ୍ଭ କରିଥିଲା ।

Last Updated : Jul 10, 2020, 10:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.