ETV Bharat / bharat

ଲକ୍ଷ୍ନୌରୁ ଦୁର୍ଦ୍ଦାନ୍ତ ଅପରାଧି ବିକାଶ ଦୁବେର ସ୍ତ୍ରୀ ଓ ପୁଅ ଗିରଫ - vikas dubey wife arrested in lucknow

ଲକ୍ଷ୍ନୌରୁ ଦୁର୍ଦାନ୍ତ ଅପରାଧି ବିକାଶ ଦୁବେର ସ୍ତ୍ରୀ ଓ ପୁଅକୁ ଗିରଫ କରାଯାଇଛି । ସିସିଟିଭି ଆଧାରରେ କୃଷ୍ଣାନଗର ଅଞ୍ଚଳରୁ ଉଭୟଙ୍କୁ ଗିରଫ କରାଯାଇଥିବା ସୂଚନା ।

ଲକ୍ଷ୍ନୌରୁ ଦୁର୍ଦାନ୍ତ ଅପରାଧି ବିକାଶ ଦୁବେର ସ୍ତ୍ରୀ ଓ ପୁଅ ଗିରଫ

author img

By

Published : Jul 9, 2020, 9:23 PM IST

ଲକ୍ଷ୍ନୌ: କାନପୁରରେ 8 ଜଣ ପୋଲିସକର୍ମୀଙ୍କ ହତ୍ୟାକାରୀ ବିକାଶ ଦୁବେର ସ୍ତ୍ରୀ ଓ ତାର ପୁଅକୁ ଗିରଫ କରାଯାଇଛି । ରାଜଧାନୀ ଲକ୍ଷ୍ନୌର କୃଷ୍ଣନଗର ଅଞ୍ଚଳରୁ ଏମାନଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ବିକାଶର ସ୍ତ୍ରୀ ଓ ପୁଅ କୃଷ୍ଣାନଗରରେ ହିଁ ଜଣେ ସମ୍ପର୍କୀୟଙ୍କ ଘରେ ଥିଲେ । ତେବେ ସିସିଟିଭି ସାହାଯ୍ୟରେ ପୋଲିସ ସେଠାରେ ପହଞ୍ଚି ଉଭୟଙ୍କୁ ଗିରଫ କରିଛି । ତେବେ ଏ ସମ୍ପର୍କରେ ଥାନାର କୌଣସି ଅଧିକାରୀ କିଛି ବି ପ୍ରତିକ୍ରିୟା ଦେଇନାହାନ୍ତି ।

ଉତ୍ତରପ୍ରଦେଶ ପୋଲିସର 8 ଜଣ ସୁରକ୍ଷାକର୍ମୀଙ୍କୁ ଗୁଳିକରି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା ଅପରାଧି ବିକାଶ । ସେହିଦିନରୁ ହିଁ ତାର ସ୍ତ୍ରୀ ଓ ପୁଅ ମଧ୍ୟ କୃଷ୍ଣାନଗର ସ୍ଥିତ ଘରରୁ ଫେରାର ହୋଇଯାଇଥିଲେ । ଏହି ମଧ୍ୟରେ ବିକାଶ ଦୁବେକୁ ଗୁରୁବାର ଉଜ୍ଜୈନରୁ ଗିରଫ କରାଯାଇଛି । ଅଭିଯୁକ୍ତ ରିଚା ଦୁବେ ଓ ପୁଅର ଧରିବା ନେଇ ଛାନବିନ ଚଳାଇଥିଲା ପୋଲିସ । ତେବେ ଧରାପଡିବା ପରେ ପୋଲିସ ଉଭୟଙ୍କୁ ନିଜ ହେପାଜତରେ ନେଇଛି ।

ଗତ ଗୁରୁବାର ବିଳମ୍ବିତ ରାତିରେ ବିକାଶ ଦୁବେକୁ ପୋଲିସ ଏନକାଉଣ୍ଟର କରିବାକୁ ଯାଇଥିବାବେଳେ କାନପୁରରେ ବିକାଶ ଦୁବେ ଓ ତାର ସହଯୋଗୀ ପୋଲିସଙ୍କ ଉପରକୁ ଗୁଳିମାଡ କରିବା ଫଳରେ 8 ପୋଲିସ ଶହୀଦ ହୋଇଥିବାବେଳେ 7 ଗୁରୁତର ହୋଇଥିଲେ । ଯାହାପରେ ଉତ୍ତର ପ୍ରଦେଶ ପୋଲିସ ବିକାଶ ଦୁବେକୁ ଧରିବା ପାଇଁ ଚାରିଆଡେ ଖୋଳତାଡ ଆରମ୍ଭ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.