ETV Bharat / bharat

ମିଳୁନି ବିକାଶ ଦୁବେର ପାସପୋର୍ଟ, କେମିତି ବିଦେଶ ଯାଉଥିଲା ଗ୍ୟାଙ୍ଗଷ୍ଟାର !

author img

By

Published : Jul 16, 2020, 3:05 PM IST

ବିକାଶ ଦୁବେ ପୋଲିସ ଏନକାଣ୍ଟରରେ ନିହତ ହୋଇଛି ସତ ହେଲେ ବିକାଶ ସହ ଜଡିତ ତାର ଅପରାଧିକ ଲିଙ୍କର ଚେର ଏତେ ଲମ୍ବା ଯେ,ଏବେ ବି ପୋଲିସ ତଦନ୍ତ କରି ରହସ୍ୟ ଉପରୁ ପରଦା ଉଠାଉଛି ।

vikas dubey passport is still missing
ମିଳୁନି ବିକାଶ ଦୁବେର ପାସପୋର୍ଟ

ଲକ୍ଷ୍ନୌ: କାନପୁରର କୁଖ୍ୟାତ ଅପରାଧି ବିକାଶ ଦୁବେର କଳା ସାମ୍ରାଜ୍ୟର ପୋଥି ଯେତେ ଖୋଳତାଡ ହେଉଛି ସେତିକି ନୂଆ ନୂଆ ଗୁମର ସାମ୍ନାକୁ ଆସୁଛି । ବିକାଶ ଦୁବେ ପୋଲିସ ଏନକାଣ୍ଟରରେ ନିହତ ହୋଇଛି ସତ ହେଲେ ବିକାଶ ସହ ଜଡିତ ତାର ଅପରାଧିକ ଲିଙ୍କର ଚେର ଏତେ ଲମ୍ବା ଯେ, ଏବେ ବି ପୋଲିସ ତଦନ୍ତ କରି ରହସ୍ୟ ଉପରୁ ପରଦା ଉଠାଉଛି । ପୋଲିସ ତଦନ୍ତରେ ଏବେ ବିକାଶ ଦୁବେର କୌଣସି ପାସପୋର୍ଟ ପୋଲିସକୁ ମିଳିପାରିନାହିଁ ।

ଲକ୍ଷ୍ନୌ ସ୍ଥିତ ଗୋମତି ନଗର ସ୍ଥିତ ପାସପୋର୍ଟ ଅଫିସ କାର୍ଯ୍ୟାଳୟ ଠାରୁ ପାସପୋର୍ଟ ନେଇ ପୋଲିସ ତଦନ୍ତ କରିବା ପରେ ଏବେ ସେଠାରେ ବିକାଶ ଦୁବେର ପ୍ରକୃତ ନାମ, ପିତା, ମାତାଙ୍କ ନାମ କିମ୍ବା ନିଜ ଠିକଣା ଅଧାରରେ କିଛି ବି ପାସପୋର୍ଟ ତିଆରି ହୋଇନାହିଁ ବୋଲି ପାସପୋର୍ଟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ବିକାଶ ଦୁବେ ସହ ଅନେକ ସରକାରୀ ଅଧିକାରୀ ଓ ପୋଲିସ କର୍ମୀ ସାମିଲ ହେବା କାରଣରୁ ହୁଏତ ନକଲି ପାସପୋର୍ଟ ତିଆରି କରିବାରେ ଏମାନେ ବିକାଶକୁ ସହଯୋଗ କରିବା କିଛି ବଡ କଥା ନୁହେଁ । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା, ପୋଲିସ ସୂଚନା ଅନୁସାରେ, ବିକାଶର ସହଯୋଗୀ ଜୟ ଦୁବାଇ ଏବଂ ଥାଇଲ୍ୟାଣ୍ଡରେ ପେଣ୍ଟହାଉସ କିଣିଛନ୍ତି । ଯାହାର ମୂଲ୍ୟ 30 କୋଟି ଟଙ୍କା ହେବ ।

ବିକାଶ ଦୁବେ ମଧ୍ୟ ଗତ 3 ବର୍ଷ ମଧ୍ୟରେ 14 ଥର ବିଦେଶ ଯାତ୍ରା କରିଥିବା ଥିବେ ନିକଟରେ ସେ ଲକ୍ଷ୍ନୌରେ ନିଜର ଏକ 20 କୋଟି ମୂଲ୍ୟର କୋଠା କିଣିଥିଲା । ତେବେ ଗତ 10 ଜୁଲାଇରେ ପୋଲିସ ଏନକାଉଣ୍ଟରରେ ନିହତ ହେବା ପରେ ଏବେ ସବୁ ଲିଙ୍କର ଖୋଳତାଡ ଆରମ୍ଭ କରିଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.