ETV Bharat / bharat

ବିକାଶ ଦୁବେର ସହଯୋଗୀର ଖୁଲାସା, ପୋଲିସ ରେଡ ପୂର୍ବରୁ ଥାନାରୁ ଆସିଥିଲା କଲ

author img

By

Published : Jul 5, 2020, 3:20 PM IST

8ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା କୁଖ୍ୟାତ ଅପରାଧି ବିକାଶ ଦୁବେ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପୋଲିସ । ଆଜି ଦୁବେର ଜଣେ ସହଯୋଗୀକୁ ଗିରଫ ପରେ ଅନେକ ତଥ୍ୟର ଖୁଲାସା ହେବାରେ ଲାଗିଛି । ଅଧିକ ପଢନ୍ତୁ...

ବିକାଶ ଦୁବେର ସହଯୋଗୀର ଖୁଲାସା, ପୋଲିସ ରେଡ ପୂର୍ବରୁ ଥାନାରୁ ଆସିଥିଲା କଲ
ବିକାଶ ଦୁବେର ସହଯୋଗୀର ଖୁଲାସା, ପୋଲିସ ରେଡ ପୂର୍ବରୁ ଥାନାରୁ ଆସିଥିଲା କଲ

କାନପୁର: କାନପୁର ପୋଲିସ ଟିମ ଉପରକୁ ଆକ୍ରମଣ ଘଟଣା । ରବିବାର କୁଖ୍ୟାତ ଅପରାଧି ବିକାଶ ଦୁବେର ଜଣେ ସହଯୋଗୀ ଦୟାଶଙ୍କର ଅଗ୍ନିହୋତ୍ରୀକୁ ପୋଲିସ ଗିରଫ କରିଛି । ଅଗ୍ନିହୋତ୍ରୀ ପୋଲିସ ଜେରା ସମୟରେ ଅନେକ ତଥ୍ୟର ଖୁଲାସା କରିଛି ।

ଦୟାଶଙ୍କର ପୋଲିସକୁ କହିଛି ଯେ, ଏନକାଉଣ୍ଟର ସମୟରେ ବିକାଶ ଦୁବେ ନିଜେ ବନ୍ଧୁକ ଦେଖାଇ ପୋଲିସ ଉପରକୁ ଗୁଳି ଚଳାଇଥିଲା। ଏହି ବନ୍ଧୁକ ଦିନଶଙ୍କରଙ୍କ ନାମରେ ରହିଛି।

ଦୟାଶଙ୍କର ଆହୁରି କହିଛି, ଘଟଣା ପୂର୍ବ ଦିନ ବିକାଶ ପାଖକୁ ଏକ ଫୋନ ଆସିଥିଲା । ଏହା ପରେ ସେ 20-30 ଜଣ ଲୋକଙ୍କୁ ଘରକୁ ଡକାଇଥିଲା । ଏହାପରେ ରାସ୍ତାରେ ଜେସିବି ରଖି ପୋଲିସ ଟିମର ରାସ୍ତା ରୋକିବାକୁ ପ୍ଲାନ କରିଥିଲା । ଏହି ଫୋନ କଲଟି ପୋଲିସ ଥାନାକୁ ଆସିଥାଇପାରେ ବୋଲି ଦୟାଶଙ୍କର କହିଛି । ସେ ପୁଣି କହିଛି, ଦୁବେର ସହଯୋଗୀମାନଙ୍କ ବୈଠକ ସେହି ଗାଁ ନିକଟସ୍ଥ ଏକ ବଗିଚାରେ ଆୟୋଜିତ ହୁଏ । ଦୁବେ ନିଜ ସାଥୀମାନଙ୍କୁ ଫୋନ କରି ସେଠାକୁ ଡାକେ ।

ଦିନଶଙ୍କର କହିଛନ୍ତି ଯେ ପୋଲିସର ଆକ୍ରମଣ ପୂର୍ବରୁ ବିକାଶ ନିକଟସ୍ଥ ପୋଲିସ ଷ୍ଟେସନରୁ ଏକ ଫୋନ କଲ ଆସିଥିଲା। ଏହା ପରେ ବିକାଶ ଦୁବେ 25 ରୁ 30 ଲୋକଙ୍କୁ ଡକାଇଥିଲା। ବିକାଶ ନିଜେ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ତେବେ ଏନକାଉଣ୍ଟର ସମୟରେ ଦୟାଶଙ୍କର ଘରେ ଭିତରେ ଥିବାରୁ ସେ ବିଶେଷ କିଛି ଦେଖିପାରିନଥିଲେ ।

ଦୁବେର ୧୮ଜଣ ସହାୟକଙ୍କ ମଧ୍ୟରୁ ଦୟାଶଙ୍କର ଅନ୍ୟତମ । ବିକ୍ରୁ ଗ୍ରାମରେ ପୁଲିସ ଉପରକୁ ଗୁଳିଚାଳନା ସମୟରେ ସେ ସାମିଲ ଥିଲା ।

ସୂଚନାଯୋଗ୍ୟ, ୬୦ରୁ ଅଧିକ ଅପରାଧରେ ଜଡ଼ିତ ଥିବା ବିକାଶ ଦୁବେକୁ କାନପୁର ପୋଲିସ ଧରିବା ପାଇଁ ଏକ ଅପରେସନ ଚଳାଇଥିଲେ । ବିକ୍ରୁ ଗାଁରେ ଲୁଚିଥିବା ଏହି ଅପରାଧି ଗାଁର ଚାରିପାଖେ ଜେସିବି ପୋଲିସ ଗାଡ଼ିକୁ ଅଟକାଇବାରେ ସଫଳ ହୋଇଥିଲା । ଏହା ପରେ ଛାତ ଉପରୁ ବିକାଶ ତାର ସହଯୋଗୀ ପୋଲିସଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୮ ଜଣ ପୋଲିସ ଶହୀଦ ହୋଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.