ଚଣ୍ଡିଗଡ଼: କୃଷି ଆଇନକୁ ବିରୋଧ କରି ଇସ୍ତଫା ଦେଲେ ବିଧାୟକ । ହରିୟାଣାର ଭାରତୀୟ ରାଷ୍ଟ୍ରୀୟ ଲୋକଦଳ (INLD)ବିଧାୟକ ଅଭୟ ଚୌତାଲା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ହରିୟାଣା ବିଧାନସଭା ବାଚସ୍ପତି ଜୟନଚାନ୍ଦ ଗୁପ୍ତା ଅଭୟ ଚୌତାଲା ଇସ୍ତଫା ଗ୍ରହଣ କରିଥିବା ଜଣାପଡିଛି ।
ଅଭୟ ପୂର୍ବରୁ ମଧ୍ୟ ତାଙ୍କ ଇସ୍ତଫା ନେଇ ଘୋଷଣା କରିସାରିଥିଲେ । ଜାନୁଆରୀ 26 ତାରିଖ ସୁଦ୍ଧା ଯଦି ଚାଷୀଙ୍କ ଦାବି ପୂରଣ ନହୁଏ, ତେବେ ଜାନୁଆରୀ 27 ରେ ତାଙ୍କ ଇସ୍ତଫା ଦେବେ ବୋଲି ସେ ପୂର୍ବରୁ ଚେତାବନୀ ଦେଇଥିଲେ । ତେବେ ସେ ଆଜି ତାଙ୍କ ପଦକୁ ଇସ୍ତଫା ଦେଇଛନ୍ତି ।
ଅଭୟ ଚୌଟାଲା ସିର୍ସର ଏଲେନାବାଦ ବିଧାନସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। 2019ରେ ହରିୟାଣା ବିଧାନସଭା ନିର୍ବାଚନରେ ଭାରତୀୟ ରାଷ୍ଟ୍ରୀୟ ଲୋକଦଳ ତରଫରୁ ସେ ଏକମାତ୍ର ବିଧାୟକ ଥିଲେ। କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୋଲିସ ବିଧାନସଭା ବାହାରେ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରିଥିଲା। ଅକ୍ଷୟ ଚୌତାଲା ଟ୍ରାକ୍ଟରରେ ଇସ୍ତଫା ଦେବା ପାଇଁ ବିଧାନସଭାରେ ପହଞ୍ଚିଥିଲେ। ଏହା ପରେ ପୋଲିସ ଅଭୟ ଚୌତାଲାଙ୍କୁ କିଛି ସମୟ ପାଇଁ ଅଟକ ମଧ୍ୟ ରଖାଯାଇଥିଲା ।
ପରେ ସେ ତାଙ୍କ ଇସ୍ତଫା ପତ୍ର ବାଚସ୍ପତିଙ୍କୁ ପଠାଇ ଦେଇଥିବା ଜଣାପଡିଛି । ପରେ ବାଚସ୍ପତି ମଧ୍ୟ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିବା ସୂଚନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ