ETV Bharat / bharat

ରାଜନୈତିକ ଦଳମାନଙ୍କ ଆକ୍ଷେପକୁ ଉପରାଷ୍ଟ୍ରପତିଙ୍କ ନିନ୍ଦା - anguish

ବିଭିନ୍ନ ଗଣମାଧ୍ୟମ ସର୍ଭେ ସଂସ୍ଥାର ଆକଳନ ପରେ ଆରମ୍ଭ ହୋଇଛି ରାଜନୈତିକ ଦଳମାନଙ୍କର ବ୍ୟକ୍ତିଗତ ଆକ୍ଷେପ ଓ ବିର୍ତକ । ଏପରି ଆକ୍ଷେପ ଓ ପ୍ରତିଆକ୍ଷେପକୁ ନିନ୍ଦା କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ଼ ।

ଫଟୋ ସୌଜନ୍ୟ: ଏଏନ୍ଆଇ
author img

By

Published : May 20, 2019, 9:57 AM IST

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟ ନିର୍ବାଚନ ସରୁ ସରୁ ସଂନ୍ଧ୍ୟାରେ ପ୍ରକାଶ ପାଇଛି ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ଆକଳନ ଫଳାଫଳ । ସମସ୍ତ ଗଣମାଧ୍ୟମର ଆକଳନ ବିଜେପି ସରକାରକୁ ପୂର୍ଣ୍ଣ ବହୁମତ ମିଳିବା ନେଇ ସ୍ପଷ୍ଟ କରିଛନ୍ତି । କିନ୍ତୁ ଏହା ବିରୋଧୀ ଶିବିରରେ ସୃଷ୍ଟି କରିଛି ହୃଦକମ୍ପନ ।ଏହାରି ଭିତରେ ଆରମ୍ଭ ହୋଇଯାଇଛି ରାଜନୌତିକ ବାକ୍ ଯୁଦ୍ଧ । ତର୍କ ବିତର୍କରେ ଚାଲିଛି ଜୋରଦାର ଆକ୍ରମଣ । ପ୍ରାକ୍ ଆକଳନ ଫଳାଫଳକୁ ନେଇ ରାଜନୈତିକ ଦଳର ଆକ୍ଷେପ ପ୍ରତିଆକ୍ଷେପ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ମହାମହିମ ଉପରାଷ୍ଟ୍ରପତି ଭେଙ୍କାୟା ନାଇଡ଼ୁ ।

ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଥିଲେ ମାତ୍ର ଗଣମାଧ୍ୟମର ଆକଳନକୁ ନେଇ ଏପରି ଭାଷାରେ ବିର୍ତକ କରିବା ଏକ ହୀନ ରାଜନୈତିକ ଲକ୍ଷଣ । ସାଧାରଣରେ ବ୍ୟକ୍ତିଗତ ଆକ୍ଷେପ କରିବା ଗ୍ରହଣୀୟ ନୁହେଁ ।

ଯୁବକ ବୟସରୁ ମୁଁ ବିଧାନସଭାକୁ ନିର୍ବାଚିତ ହୋଇ ଆସିଅଛି । ବହୁତବାର ବିରୋଧୀଙ୍କ ଦ୍ବାରା ସମାଲୋଚନାର ଶିକାର ହୋଇଛି, ବ୍ୟଥା ପାଇଛି କିନ୍ତୁ କେବେ କାହାକୁ ବ୍ୟକ୍ତିଗତ ଆକ୍ଷେପ କରିନାହିଁ ବୋଲି କହିଛନ୍ତି ଭେଙ୍କାୟା ନାଇଡ଼ୁ ।

Intro:Body:

dsg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.