ETV Bharat / bharat

ରାଜ୍ୟସଭା ସଦସ୍ୟଙ୍କୁ ଗୋଟିଏ ମାସର ଦରମା ଦେବାକୁ ଉପରାଷ୍ଟ୍ରପତିଙ୍କ ଅପିଲ - PMCaresFunds

କୋରୋନା ମୁକାବିଲା ପାଇଁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ରାଜ୍ୟସଭା ସଦସ୍ୟମାନଙ୍କୁ ଗୋଟିଏ ମାସର ଦରମା ଦେବାକୁ ଅପିଲ କରିଛନ୍ତି । ଅଧିକ ପଢନ୍ତୁ...

Vice President appealled Rajya Sabha members to contribute one months salary to PMCaresFunds
ରାଜ୍ୟସଭା ସଦସ୍ୟଙ୍କୁ ଗୋଟିଏ ମାସର ଦରମା ଦେବାକୁ ଉପରାଷ୍ଟ୍ରପତିଙ୍କ ଅପିଲ
author img

By

Published : Mar 29, 2020, 9:05 PM IST

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ରାଜ୍ୟସଭା ସଦସ୍ୟମାନଙ୍କୁ ଗୋଟିଏ ମାସର ଦରମା ଦେବାକୁ ଅପିଲ କରିଛନ୍ତି । ଏହା ଦ୍ବାରା କୋରୋନା ମୁକାବିଲା କରିବାରେ ସରକାରଙ୍କୁ ସହଯୋଗ କରିହେବ ବୋଲି ସେ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।

Vice President appealled Rajya Sabha members to contribute one months salary to PMCaresFunds
ରାଜ୍ୟସଭା ସଦସ୍ୟଙ୍କୁ ଗୋଟିଏ ମାସର ଦରମା ଦେବାକୁ ଉପରାଷ୍ଟ୍ରପତିଙ୍କ ଅପିଲ

ଉପରାଷ୍ଟ୍ରପତି କହିଛନ୍ତି, ‘କୋରୋନା ପ୍ରସାରକୁ ରୋକିବାରେ ସରକାରଙ୍କ ଉଦ୍ୟମକୁ ଅଧିକ ଦୃଢ କରିବା ପାଇଁ ମୁଁ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡରେ ଏକ ମାସର ଦରମା ପ୍ରଦାନ କରିବାକୁ ନିବେଦନ କରୁଛି । ’

କୋରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଘୋଷଣା କରିଛନ୍ତି । ଫଣ୍ଡକୁ ସହାୟତା ପ୍ରଦାନ କରିବା ପାଇଁ ଦେଶର ବିଭିନ୍ନ ବର୍ଗର ଲୋକଙ୍କୁ ନିବେଦନ କରିଛନ୍ତି । ଏପରିକି ଦେଶର ଅନେକ ରାଜନେତା, ଅଭିନେତା, ଶିଳ୍ପପତି ଓ ସାଧାରଣ ଜନତା ଏହି ପାଣ୍ଠିକୁ ସହାୟତା ପ୍ରଦାନ କରୁଥିବା ଦେଖିବାକୁ ମିଳିଛି ।

ରବିବାର ସୁଦ୍ଧା ଭାରତରେ 979 ଜଣ କୋରୋନା ପଜିଟିଭ ରହିଛନ୍ତି । ସେହିପରି କୋରୋନାରେ 25 ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ଗତ 24 ଘଣ୍ଟା ମଧ୍ୟରେ 106ଟି ନୂଆ ପଜିଟିଭ ଚିହ୍ନଟ କରାଯାଇଥିବା ବେଳେ 6 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.