ମୁମ୍ବାଇ: ବିନାୟକ ଦାମୋଦର ସାବରକରଙ୍କ ନାତି ରଞ୍ଜୀତ ସାବରକର ହଠାତ ଅସୁସ୍ଥ ହୋଇପାଡିଥିବା ନେଇ ସୂଚନା ମିଳିଛି । ରଞ୍ଜୀତଙ୍କୁ ମୁମ୍ବାଇର ମାହିମ ରହେଜା ଫୋର୍ଟିଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ରାତିରେ ତାଙ୍କର ରକ୍ତଚାପ ଉଚ୍ଚ ହୋଇପଡିଥିବା ଜଣାପଡିଛି । ସାବରକରଙ୍କ ଉପରେ ଚାଲିଥିବା ବିବାଦକୁ ନେଇ ନାତି ରଞ୍ଜୀତ ଦୁଃଖିତ ଓ ଚିନ୍ତାଗ୍ରସ୍ତ ଅଛନ୍ତି ।
ମଧ୍ୟପ୍ରଦେଶ କଂଗ୍ରେସ ପକ୍ଷରୁ ସାବରକରଙ୍କ ଉପରେ ଛପାଯାଇଥିବା ବହିକୁ ନେଇ ଏବେ ବିବାଦ ବଢିଯାଇଛି । ଏହି ବହିରେ ଲେଖାଯାଇଥିବା ତଥ୍ୟକୁ ନେଇ ନାରାଜ ଅଛନ୍ତି ନାତି ରଞ୍ଜୀତ । ବହି ଉପରେ ତୁରନ୍ତ ରୋକ ଲଗାଇବାକୁ ରଞ୍ଜୀତ ଦାବି କରିଛନ୍ତି ।
ସେ ଏହି ଦାବିକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିବାକୁ ପହଞ୍ଚିଥିଲେ । ହେଲେ ଉଦ୍ଧବ ରଞ୍ଜୀତ ସାବରକରଙ୍କୁ ନଭେଟି ମନ୍ତ୍ରାଳୟରୁ ଚାଲିଯାଇଥିଲେ । ଯାହାଫଳରେ ରଞ୍ଜୀତ ଅପମାନିତ ହୋଇଥିଲେ ।