ଲକ୍ଷ୍ନୌ: ଶୀତ ସହ ବଢୁଛି ପ୍ରଦୂଷଣର ମାତ୍ରା । ସାଧାରଣତଃ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଙ୍ଘାତିକ ସ୍ତରରେ ରହୁଥିବାବେଳେ ଶନିବାର ବାରାଣାସୀ ଦେଶର ପ୍ରଦୂଷିତ ସହର ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି । ଏହାସହ ଜୌନପୁର ରହିଛି ଦ୍ବିତୀୟ ସ୍ଥାନରେ । IQAIR ତଥ୍ୟ ଅନୁସାରେ ବାରଣାସୀରେ ବାୟୁର ଗୁଣବତ୍ତା ରହିଛି 431 ।
ସେଣ୍ଟ୍ରାଲ୍ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ବାରାଣାସୀର ଲଙ୍କା ଅଞ୍ଚଳର ବାୟୁ ଗୁଣବତ୍ତା ସୂଚକାଙ୍କ 431 ଥିବାବେଳେ ନାଟି ଇମଲି ଅଞ୍ଚଳରେ AQI 372ରେ ପହଞ୍ଚିଛି । କ୍ରମାଗତ ସହରାଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ 219 ରହିଛି । ତଥ୍ୟ ଅନୁଯାୟୀ, ଶନିବାର ସହରର 15 ଟି ପ୍ରମୁଖ ଷ୍ଟେସନ, ବିଏଚୟୁ ଏବଂ ସାରନାଥ ମଧ୍ୟ ଅତ୍ୟଧିକ ପ୍ରଦୂଷିତ ହୋଇଛି । BHU ଅଞ୍ଚଳର ବାୟୁ ଗୁଣବତ୍ତା ସୂଚକାଙ୍କ 413 ଏବଂ ସାରନାଥର ବାୟୁ ଗୁଣବତ୍ତା ସୂଚକାଙ୍କ 374 ରହିଛି |
ତେବେ ବିଡିୟୁ ବୈଜ୍ଞାନିକ ଅଧିକାରୀ ବି.ଡି ତ୍ରିପାଠୀ କହିଛନ୍ତି ଯେ ବାୟୁରେ PM2.5 ଏବଂ PM10 କଣିକା ବୃଦ୍ଧି ହେତୁ ବାୟୁର ଗୁଣବତ୍ତା ଖରାପ ହୋଇଛି । ଏଥି ସହିତ ଅତ୍ୟଧିକ ଥଣ୍ଡା ହେତୁ ପ୍ରଦୂଷକ ବାୟୁମଣ୍ଡଳରେ ଦ୍ରବଣ କରିବାରେ ସକ୍ଷମ ହୁଏ ନାହିଁ । ଯେଉଁ କାରଣରୁ ବାରାଣାସୀର ବାୟୁ ଗୁଣବତ୍ତା ସୂଚକାଙ୍କ କ୍ରମାଗତ ଭାବରେ ବୃଦ୍ଧି ପାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ