ETV Bharat / bharat

ଆଧାରକାର୍ଡ ଦିଅନ୍ତୁ, ପିଆଜ ନିଅନ୍ତୁ !

author img

By

Published : Dec 1, 2019, 11:21 AM IST

ପିଆଜ ଦର ବୃଦ୍ଧିକୁ ନେଇ ସାରା ଦେଶରେ ଏନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଉତ୍ତରପ୍ରଦେଶର  ବାରଣାସୀରେ ସମାଜବାଦୀ ପାର୍ଟୀର କିଛି ଯୁବ ୱିଙ୍ଗଙ୍କ ଦୋକାନରେ ପୁଆଜ ଲୋନରେ ମିଳୁଛି । ତେବେ ପିଆଜ ଲୋନରେ ଦେବା ପାଇଁ  ଦୋକାନୀ ଆଧାରକାର୍ଡ ବନ୍ଧା ରଖୁଛନ୍ତି ।

onion price high
ଫାଇଲ ଫଟୋ

ନୂଆଦିଲ୍ଲୀ: ଲୋନରେ ମିଳୁଛି ପିଆଜ । ପିଆଜ ଦର ବୃଦ୍ଧିକୁ ନେଇ ସାରା ଦେଶରେ ଏନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଉତ୍ତରପ୍ରଦେଶର ବାରଣାସୀରେ ସମାଜବାଦୀ ପାର୍ଟୀର କିଛି ଯୁବ ୱିଙ୍ଗଙ୍କ ଦୋକାନରେ ପିଆଜ ଲୋନରେ ମିଳୁଛି । ତେବେ ପିଆଜ ଲୋନରେ ଦେବା ପାଇଁ ଦୋକାନୀ ଆଧାରକାର୍ଡ ବନ୍ଧା ରଖୁଛନ୍ତି ।

ସମାଜବାଦୀ ପାର୍ଟୀର ଜଣେ କାର୍ଯ୍ୟକର୍ତ୍ତାଙ୍କ କହିବା ଅନୁଯାୟୀ, ପିଆଜ ଦର ବୃଦ୍ଧି ପାଇଁ ଏହା ଆମର ବିରୋଧ ପ୍ରଦର୍ଶନ ଅଟେ । ଯେଉଁ କାରଣରୁ ଆମେ ପିଆଜ ଦେବାକୁ ଲୋକଙ୍କ ଠାରୁ ଆଧାରକାର୍ଡ ନଚେତ୍ ରୂପା ଅଳଙ୍କାର ବନ୍ଧା ରଖୁଛୁ ।

ପ୍ରକାଶ ଥାଉକି, ଗତ କିଛି ଦିନ ହେବ ପିଆଜ ଦର ଆକାଶ ଛୁଆଁ ରହିଛି । ଯାହାଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ହାଣ୍ଡିଶାଳର ମୁଖ୍ୟ ସାମଗ୍ରୀ ଥିବା ପିଆଜ ଦର 100 ଛୁଇଁ ଥିବାବେଳେ ପିଆଜ ଦର କମ୍ କରିବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଛି ।

Intro:Body:

test

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.