ETV Bharat / bharat

ବାରଣାସୀରେ ହେବ ଆଞ୍ଚଳିକ ଭାଷାରେ ଘୋଷଣା, ପ୍ରାଥମିକ ପର୍ଯ୍ୟାୟରେ ରହିଛି ଦକ୍ଷିଣ ଭାରତର 4ଟି ଭାଷା - ପ୍ରାଥମିକ ପର୍ଯ୍ୟାୟରେ ରହିଛି ଦକ୍ଷିଣ ଭାରତର 4ଟି ଭାଷା

ଆସ୍ଥା ଓ ବିଶ୍ବାସର ଧାର୍ମିକ ପୀଠସ୍ଥଳୀ ବାରଣାସୀରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ଆଞ୍ଚଳିକ ଭାଷାରେ ରେଳ ଷ୍ଟେସନମାନଙ୍କରେ ସୂଚନା ପ୍ରଦାନ କରାଯିବ । ଏନେଇ ପ୍ରାଥମିକ ପର୍ଯ୍ୟାୟରେ ଦକ୍ଷିଣ ଭାରତର 4ଟି ଭାଷାରେ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ବାରଣାସୀରୁ ଏହା ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି ।

ପ୍ରତିକାତ୍ମକ ଫଟୋ
author img

By

Published : Nov 8, 2019, 3:03 AM IST

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀ ବାରଣାସୀରେ ଥିବା ଷ୍ଟେସନ ଗୁଡିକରେ ରେଳବାଇ ପକ୍ଷରୁ ଦକ୍ଷିଣ ଭାରତୀୟ ଭାଷାରେ ସୂଚନା ପ୍ରଦାନ କରାଯିବ । ଆସ୍ଥା ଓ ବିଶ୍ବାସର ଧାର୍ମିକ ପୀଠସ୍ଥଳୀ ବାରଣାସୀକୁ ଆସୁଥିବା ଦକ୍ଷିଣ ଭାରତର ତୀର୍ଥଯାତ୍ରୀମାନଙ୍କ ନିମନ୍ତେ ରେଳବାଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ତାମିଲ, ତେଲୁଗୁ, ମାଲୟଲାମ ଏବଂ କନ୍ନଡ ଭାଷାରେ ଏହି ସୂଚନା ପ୍ରଦାନ କରାଯିବ ।

ସ୍ଥାନୀୟ କ୍ୟାଣ୍ଟ ଷ୍ଟେସନର ନିର୍ଦ୍ଦେଶକ ଆନନ୍ଦ ମୋହନ ସିଂ କହିଛନ୍ତି କି, ଦକ୍ଷିଣ ଭାରତୀୟ ଲୋକମାନେ ଏଠାକାର ପ୍ରସିଦ୍ଧ କାଶୀ ବିଶ୍ବନାଥ ଦର୍ଶନରେ ଅନେକ ତୀର୍ଥଯାତ୍ରୀ ଆସୁଛନ୍ତି । ମାତ୍ର ସେମାନେ ଏଠାରେ ହିନ୍ଦୀ ତଥା ଅନ୍ୟ ଭାଷା ସମ୍ବନ୍ଧରେ ଜଡ଼ିତ ନଥିବାରୁ ଅନେକ ସମୟରେ ସମସ୍ୟାରେ ପଡ଼ୁଥିବା ଦେଖିବାକୁ ମିଳିଛି । ଫଳରେ ସେମାନଙ୍କ ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଏହି ଦକ୍ଷିଣ ଭାରତୀୟ ଭାଷାରେ ଘୋଷଣା କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା 4ଟି ଭାଷାରେ ସୂଚନା ପ୍ରଦାନ କରାଯିବ । ଭବିଷ୍ୟତରେ ସିଷ୍ଟମ ଅପଗ୍ରେଡ଼ କରାଯିବା ପରେ ଅନ୍ୟାନ୍ୟ ଭାଷାରେ ଏହା କରାଯିବ ବୋଲି ଆନନ୍ଦ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି, ପ୍ରାରମ୍ଭିକ ପର୍ଯ୍ୟାୟରେ ତାମିଲ, ତେଲୁଗୁ, ମାଲାୟଲମ ଏବଂ କନ୍ନଡ଼ ଭାଷାରେ ଏହି ସୂଚନାର ରେକର୍ଡିଂ କରାଯିବ । ପରେ ଓଡ଼ିଆ ଏବଂ ମରାଠୀ ଭାଷାରେ ମଧ୍ୟ ଏହି ସୂଚନା ପ୍ରଦାନ କରାଯିବା ନେଇ ବ୍ୟବସ୍ଥା କରାଯିବ । ଏହା ସହିତ ଅନ୍ୟ ଆଞ୍ଚଳିକ ଭାଷାକୁ ମଧ୍ୟ ଗୁରୁତ୍ବ ଦିଆଯାଇ ତାହା ଉପରେ ଫୋକସ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଭବିଷ୍ୟତରେ ଦେଶର ପ୍ରାୟ ସମସ୍ତ ଆଞ୍ଚଳିକ ଭାଷାରେ ଏହି ଘୋଷଣା କରାଯିବ । ତେବେ ଏହାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀଙ୍କ ଏହି ନିର୍ବାଚନ ମଣ୍ଡଳୀରୁ ହିଁ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି । ଟ୍ରେନ ସ୍ଥିତି ଏବଂ ପ୍ଲାଟଫର୍ମ ସମ୍ପର୍କରେ ଅଣହିନ୍ଦୀ ଭାଷୀମାନେ ସହଜରେ ଅବଗତ ହେଇ ପାରୁନଥିବା ଜଣାପଡ଼ିଛି । ଫଳରେ ସେମାନେ ଅନେକ ସମୟରେ ଟ୍ରେନ ଫେଲ ହେଉଥିବା ବେଳେ ଅନେକ ସେମାନଙ୍କ ସମସ୍ୟାକୁ ଉତ୍ତର ଭାରତରେ ସଠିକ୍‌ ଭାବେ ଉପସ୍ଥାପିତ କରିପାରୁନଥିବା ଜଣାପଡ଼ିଛି । ତେବେ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଭାରତର ଅନ୍ୟ ଭାଷାରେ ଏହି ଘୋଷଣା କରାଯିବାକୁ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି ।

ଏହା ସହିତ ବାରଣାସୀରେ ପ୍ରତିଟି ଷ୍ଟେସନରେ ଯାତ୍ରୀମାନଙ୍କ ସହାୟତା ପାଇଁ ଏକ ହେଲପଡେସ୍କ ମଧ୍ୟ ଖୋଲାଯିବ ବୋଲି ନିର୍ଦ୍ଦେଶକ ଆନନ୍ଦ ସୂଚନା ଦେଇଛନ୍ତି । ବାରଣାସୀ ଷ୍ଟେସନରେ ଏକ ବଡ଼ ପରଦା ମାଧ୍ୟମରେ କାଶୀ ବିଶ୍ବନାଥଙ୍କ ପୂଜାର୍ଚ୍ଚନାର ଲାଇଭ କରାଯିବ । ଏହା ଫଳରେ ଯାତ୍ରୀମାନେ ଏହାର ଦର୍ଶନ କରିପାରିବେ ବୋଲି ସେ ସୂଚନା ଦେଇଛନ୍ତି ।

Intro:Body:

national issue

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.