ETV Bharat / bharat

ବନ୍ଦେ ମାତରମକୁ ଇସଲାମ ବିରୋଧି କହିଲେ ସପା ସାଂସଦ - Lok Sabha

ସମାଜବାଦୀ ପାର୍ଟି ସାଂସଦ ଶଫିକୁ୍ରହମାନ ବର୍କ ଶପଥ ନେବା ପରେ ବନ୍ଦେ ମାତରମକୁ ଇସଲାମ ବିରୋଧି କହିଛନ୍ତି । ରହମାନଙ୍କ ଏହି ବିବାଦୀୟ ମନ୍ତବ୍ୟ ପରେ ଗୃହରେ ହଙ୍ଗାମା ହୋଇଛି ।

ଫାଇଲ ଫଟୋ
author img

By

Published : Jun 18, 2019, 5:39 PM IST

ନୂଆଦିଲ୍ଲୀ: ସଂସଦ ଅଧିବେଶନର ଦ୍ବିତୀୟ ଦିନରେ ଗୃହରେ ବନ୍ଦେ ମାତାରମକୁ ନେଇ ହଙ୍ଗାମା ହୋଇଥିବା ଦେଖିବାକୁ ମିଳିଛି ।

ସମାଜବାଦୀ ପାର୍ଟି ସାଂସଦ ଶଫିକୁ ରେହମାନ ବର୍କ ଶପଥ ନେବା ପରେ ବନ୍ଦେ ମାତରମକୁ ଇସଲାମ ବିରୋଧି କହିବା ସହ ଏଭଳି ନାରା ନ ଲଗାଇବାକୁ କହିଥିଲେ । ରେହମାନଙ୍କ ଏହି ବିବାଦୀୟ ମନ୍ତବ୍ୟ ପରେ ବିରୋଧୀ ସାଂସଦଙ୍କ ହଙ୍ଗାମାକୁ ଦେଖି ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ କିଛି ସମୟ ବନ୍ଦ କରିବାକୁ ପଡିଥିଲା ।

ଲୋକସଭାରେ ଉତ୍ତର ପ୍ରଦେଶରୁ ନବନିର୍ବାଚିତ ସାଂସଦ ଶପଥ ନେଉଥିବା ବେଳେ ଏହିକ୍ରମରେ ସାମିଲ ହୋଇଥିଲେ ରେହମାନ । ସେ ଉର୍ଦ୍ଦୁରେ ଶପଥ ନେବା ପରେ କହିଛନ୍ତି ଯେ ଭାରତର ସମ୍ବିଧାନ ଜିନ୍ଦାବାଦ । କିନ୍ତୁ ଯେଉଁଠି ବନ୍ଦେ ମାତରମର ପ୍ରଶ୍ନ ରହିଛି, ସେଠାରେ ଏହା ଇସଲାମ ବିରୋଧି ଓ ଏହାକୁ ସେ ପାଳନ କରିବେ ନାହିଁ ବୋଲି ରେହମାନ କହିଥିଲେ ।

ସପା ସାଂସଦଙ୍କ ବୟାନ ପରେ ଗୃହରେ ଏହାକୁ ବିରୋଧ କରାଯିବା ସହ ବିଜେପି ସାଂସଦ ବନ୍ଦେ ମାତରମର ନାରା ଲଗାଇଥିଲେ ।

Intro:ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଜ୍ଞାନ ଦାସ ଙ୍କ ଅଧ୍ୟକ୍ଷତାରେ ଏହି ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା।Body:ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଜ୍ଞାନ ଦାସ ଙ୍କ ଅଧ୍ୟକ୍ଷତାରେ ଏହି ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଆଉ କିଛିଦିନ ପରେ ମୌସୁମୀ ବର୍ଷା ହେବ। ତେଣୁ ଏହି ସମୟରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଲେ, ଏହାର ମୁକାବିଲା କରିବା ପାଇଁ ମୁଖ୍ୟତଃ ଏହି ବୈଠକରେ ଆଲୋଚନା ହୋଇଥିଲା। ତେଣୁ ଏହା ପୂର୍ବରୁ ଖୋଲା ପଡିଥିବା ନଦୀ ବନ୍ଦ ଗୁଡିକ କିପରି ସୁଦୃଢୀକରଣ କରାଯାଇପାରିବ ଏବଂ ବନ୍ୟା ଆଶ୍ରୟସ୍ଥଳ ଗୁଡିକୁ ଠିକ୍ ଠାକ୍ କରି ରଖିବା ପାଇଁ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ। ବିଶେଷ କରି ବନ୍ୟା ସମୟରେ ପରିସ୍ଥିତିର ମୁକାବିଲା କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ସହ ରିଲିଫ୍ ସମାଗ୍ରୀ ମହଯୁଦ ରଖିବା ପାଇଁ ଜିଲ୍ଲାପାଳ ଗୁରୁତ୍ବାରୋପ କରିବା ସହ ବିଭିନ୍ନ ବିଭାଗୀୟ ଅଧିକାରୀ ତଥା ପ୍ରଶାସନିକ ଅଧିକାରୀ ମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ନବନିର୍ବାଚିତ ଭଦ୍ରକ ବିଧାୟକ ସଂଜୀବ ମଲିକ୍, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଧାମନଗର ବିଧାୟକ ବିଷ୍ଣୁ ସେଠୀ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ତଥା ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବଲା କରିବା ସହ ଧନ, ଜୀବନ କିପରି ସୁରକ୍ଷିତ ରହିବ, ସେନେଇ ମତ ପ୍ରକାଶ କରିଥିଲେ। Conclusion:ଏହି ବୈଠକରେ ନବନିର୍ବାଚିତ ଭଦ୍ରକ ବିଧାୟକ ସଂଜୀବ ମଲିକ୍, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଧାମନଗର ବିଧାୟକ ବିଷ୍ଣୁ ସେଠୀ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ତଥା ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବଲା କରିବା ସହ ଧନ, ଜୀବନ କିପରି ସୁରକ୍ଷିତ ରହିବ, ସେନେଇ ମତ ପ୍ରକାଶ କରିଥିଲେ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.