ETV Bharat / bharat

ବନ୍ଦେ ଭାରତ ମିଶନ: ମୁମ୍ବାଇରେ ପହଞ୍ଚିଲେ ଆମେରିକାରେ ଫସିଥିବା 225 ଭାରତୀୟ

ଆମେରିକାର ସାନଫ୍ରାନ୍ସିକୋରୁ ଭାରତ ଫେରିଲେ 225 ଭାରତୀୟ । ବନ୍ଦେ ଭାରତ ମିଶନ ଜରିଆରେ ସମସ୍ତେ ମୁମ୍ବାଇରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

author img

By

Published : May 11, 2020, 12:38 PM IST

ମୁମ୍ବାଇରେ ପହଞ୍ଚିଲେ ଆମେରିକାରେ ଫସିଥିବା 225 ଭାରତୀୟ

ନୂଆଦିଲ୍ଲୀ: ବନ୍ଦେ ଭାରତ ମିଶନ ଜରିଆରେ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଅଣାଯାଉଥିବା କାର୍ଯ୍ୟକ୍ରମ ଜାରି ରହିଛି । ସ୍ବଦେଶ ଫେରିଛନ୍ତି ଆମେରିକା ଫସି ରହିଥିବା ଭାରତୀୟ । ଏୟାର ଇଣ୍ଡିଆ ବିମାନରେ 225 ଭାରତୀୟ ମୁମ୍ବାଇରେ ପହଞ୍ଚିଛନ୍ତି । ଏନେଇ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ରବିବାର ଦିନ ସୂଚନା ଦିଆଯାଇଥିଲା ଯେ, ରିୟାଦରୁ 139 ଓ ଉଜବେକିସ୍ତାନର 21 ଜଣ ଦିଲ୍ଲୀରେ ପହଞ୍ଚିଛନ୍ତି । ତେବେ ଗତ 5 ଦିନ ମଧ୍ୟରେ ବନ୍ଦେ ଭାରତ ମିଶନ ମାଧ୍ୟମରେ ଭାରତକୁ 7ଟି ସ୍ବତନ୍ତ୍ର ପହଞ୍ଚିଛି ।

ସେଥିମଧ୍ୟରୁ ଲଣ୍ଡନରୁ ଦିଲ୍ଲୀ, ଦିଲ୍ଲୀରୁ ବେଙ୍ଗାଲୁରୁ, ସାନଫ୍ରାନ୍ସସିକୋରୁ ମୁମ୍ବାଇ, ମୁମ୍ବାଇରୁ ହାଇଦ୍ରାବାଦ, ଢାକାରୁ ମୁମ୍ବାଇ, ଦୁବାଇରୁ କୋଚି, ଆବୁଧାବିରୁ ହାଇଦ୍ରାବାଦ ଓ କ୍ବାଲାମପୁର ରୁ ଚେନ୍ନାଇରୁ ଏବଂ ବହରିନରୁ କୋଜହିକୋଡେ ।

ମହାମାରୀ କୋରୋନା ସମୟରେ ବିଦେଶରେ ଫସିରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ବନ୍ଦେ ଭାରତ ମିଶନର ଶୁଭାରମ୍ଭ କରାଯାଇଛି । ସ୍ବାଧିନତା ପର ଠାରୁ ଏହା ସବୁଠାରୁ ବଡ ମିଶନ । ଯୁକ୍ତରାଷ୍ଟ୍ର ଆମେରିକା, ସଂଯୁକ୍ତ ରାଷ୍ଟ୍ର, ୟୁଏଇ ଭଳି ଦେଶରୁ ନିଜ ନାଗରିକ ଫେରାଇ ଆଣୁଛି ଭାରତ । ଏହି ମିଶନ ମାଧ୍ୟମରେ 12ଟି ଦେଶରୁ ପାଖାପାଖି 15000 ଭାରତୀୟଙ୍କୁ ଅଣାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.